ବାବ୍ରି ମସଜିଦ୍ ଶୁଣାଣି: ଘରୁ ବାହାରି ଆଡଭାନୀ କହିଲେ- ଜୟ ଶ୍ରୀରାମ, ବହୁତ ଦିନ ପରେ ଭଲ ଖବର ମିଳିଲା

ନୂଆଦିଲ୍ଲୀ ୩୦/୦୯: ବାବ୍ରି ମସଜିଦ ଧ୍ବଂସ ମାମଲାରେ ଶେଷ ନିଷ୍ପତି ଶୁଣାଇଛନ୍ତି ଲକ୍ଷ୍ମୌର ସ୍ବତନ୍ତ୍ର କୋର୍ଟ। କୋର୍ଟଙ୍କ ନିଷ୍ପତିରେ ଖୁସି ବ୍ୟକ୍ତ କରିଛନ୍ତି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ। ସେ ତାଙ୍କର ଏକ ଭିଡିଓ ବାର୍ତାରେ କୋର୍ଟଙ୍କ ନିଷ୍ପତିକୁ ମହତ୍ତ୍ୱପୂର୍ଣ୍ଣ ଓ ଐତିହାସିକ କହିଛନ୍ତି। କୋର୍ଟ ଆଡଭାନୀଙ୍କ ସମେତ ୩୨ ଜଣଙ୍କୁ ନିର୍ଦ୍ଦୋଷ ଭାବେ ଖଲାସ କରିଛନ୍ତି।

ତେବେ ଆଡଭାନୀ ଘରୁ ବାହାରି ନିଜର ଖୁସି ଜାହିର କରିଛନ୍ତି। ସେ କହିଛନ୍ତି ବହୁତ ଦିନ ପରେ ଭଲ ଖବର ମିଳିଲା। ଏହା ସହ ଜୟ ଶ୍ରୀରାମ ନାରା ଦେଇଛନ୍ତି । ଆଜି କୋର୍ଟ ଯେଉଁ ନିଣ୍ର୍ଣୟ ନେଇଛନ୍ତି ତାହା ନିହାତି ଐତିହାସିକ। ଏହା ନିହାତି ଅତ୍ୟନ୍ତ ଖୁସିର ଦିନ। କୋର୍ଟଙ୍କ ଫଇସଲା ତାଙ୍କ ବ୍ୟକ୍ତିଗତ ଓ ବିଜେପିର ରାମ ଜନ୍ମଭୂମି ମୁଭମେଣ୍ଟ ଭାବନାକୁ ମଧ୍ୟ ଠିକ୍ ପ୍ରାମଣିତ କରିଛି। ସେ ଏ ନିଷ୍ପତିକୁ ହୃଦୟର ସହ ସ୍ବାଗତ କରିଥିବା କହିଛନ୍ତି।

କୋର୍ଟ ବାବ୍ରି ମସଜିଦକୁ ପୂର୍ବ ନିୟୋଜିତ କହି ନ ଥାନ୍ତି। ଏହା ଅଚାନକ ହୋଇଥିବା କହିଛନ୍ତି। ସିବିଆଇର କୌଣସି ସାକ୍ଷ୍ୟକୁ ସ୍ବୀକାର ନ କରି ୨୮ ବର୍ଷର ଏ ମାମଲାରେ ନିଷ୍ପତି ଆଜି ଶୁଣାଇଛନ୍ତି।

Related posts

Leave a Comment