କ୍ରିସ୍ ଗେଲ୍‌ଙ୍କୁ ଦେବାକୁ ହେବ ଜରିମାନା

ନୂଆଦିଲ୍ଲୀ ୩୧/୧୦ : କିଙ୍ଗ୍ସ ଇଲେଭେନ୍ ପଞ୍ଜାବର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍ ଗେଲଙ୍କ ଉପରେ ମ୍ୟାଚ୍ ରେଫରୀ ଜରିମାନା ଲଗାଇଛନ୍ତି। ଗେଲଙ୍କ ଉପରେ ଆଇପିଏଲର ଆଚାର ସଂହିତା (code of conduct breach) ଉଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ମ୍ୟାଚ୍ ଫି’ର ୧୦ ପ୍ରତିଶତ ଜରିମାନା ଦେବାକୁ ପଡିବ। ଶୁକ୍ରବାର ଦିନ ରାଜସ୍ତାନ ରୟାଲ୍ସ ବିପକ୍ଷରେ ମ୍ୟାଚ୍ ସମୟରେ ଗେଲ୍ ଆଉଟ୍ ହେବାପରେ ମଇଦାନରେ ବ୍ୟାଟ୍ ଫିଙ୍ଗି ଦେଇଥିଲେ।ତାଙ୍କ ଉପରେ ଆଇପିଏଲ୍ ଆଚାର ସଂହିତା ଲେଭଲ୍-୧ ର ଚାର୍ଜ ଲାଗିଛି। ତାଙ୍କ ଉପରେ ଖେଳ ଭାବନାକୁ ଆଘାତ କରିଥିବା ଆରୋପ ଲଗାଯାଇଛି। ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଗେଲ ବହୁତ ଭଲ ବ୍ୟାଟିଂ କରିଥିଲେ। ଚୌକା-ଛକ୍କା ମାରୁଥିବା ଗେଲ୍ ଆଇପିଏଲରେ ନିଜର ସପ୍ତମ ଶତକ ପାଖାପାଖି ପହଞ୍ଚି ଯାଇଥିଲେ। ୧୯ ଓଭରରେ ଜୋଫରା ଆର୍ଚରଙ୍କ ତୃତୀୟ ବଲରେ…

ଜାମିନରେ ଆସି ଅଭିଯୁକ୍ତର ଉନ୍ମତ୍ତ କାଣ୍ଡ

ନୀଳଗିରି ୩୧।୧୦: ଜାମିନରୁ ଆସି ଅରାଜକତା । ଜଣେ ଅଭିଯୁକ୍ତ ଜେଲରୁ ଜାମିନରେ ଆସି ଅଂଚଳରେ ଆତଙ୍କ ଖେଳାଇଛି ।  ତିନିଜଣ ମରଣାନ୍ତକ ଆକ୍ରମଣ କରି ଲହୂଲୁହାଣ କରିଥିବା ଜଣାପଡିଛି। ଘଟଣାରେ ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି । ଖବର ଅନୁଯାୟୀ, ନୀଳଗିରି ଥାନା ମିରିଗିଣି ନିକଟ ନିଶଙ୍ଖପୁର ଅଞ୍ଚଳରେ ଆତଙ୍କ ଚଳାଇବା ସହ ଜଣେ ଗ୍ରାମବାସୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଆଭିଯୋଗରେ ତୁମ୍ବିତୋଫାନ ଉଠିଥିଲା। ତାଙ୍କ ବିରୋଧରେ କଠୋର  କାର୍ଯ୍ୟାନୁଷ୍ଠାନ ଦାବିରେ ଅଞ୍ଚଳବାସୀ ନୀଳଗିରି ବଉଳଗଡ଼ିଆ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯାହାପରେ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । କିନ୍ତୁ ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଥିଲା । ପୁଣି କିଛି ଦିନ ପରେ ସେ ଜାମିନ ପାଇ ଆସି  ପ୍ରତିହିଂସା…

ନଭେମ୍ବର ୧ ତାରିଖରେ ବଦଳିଯିବ ଅନେକ ନିୟମ

ନୂଆଦିଲ୍ଲୀ ୩୧/୧୦ : ଆସନ୍ତାକାଲି, ନଭେମ୍ବର ୧ ତାରିଖରୁ ଦେଶରେ ଦୈନନ୍ଦିନ ଜୀବନ ସହ ଜଡିତ ଅନେକ ନିୟମ ପରିବର୍ତ୍ତନ ହେବ। ଏହାର ସିଧା ପ୍ରଭାବ ଜନତାଙ୍କ ଉପରେ ପଡିବ। ନଭେମ୍ବର ୧ ତାରିଖ ରବିବାର ଠାରୁ ଗ୍ୟାସ ସିଲିଣ୍ଡର ଠାରୁ ଆରମ୍ଭ କରି ଟ୍ରେନ ଟାଇମ ଯାଏଁ ଅନେକ ନିୟମ ପରିବର୍ତ୍ତନ ହେବ। ଜାଣନ୍ତୁ ନୂଆ ନିୟମ କଣ କଣ : ୧. ଏଲପିଜି ଗ୍ୟାସ ସିଲିଣ୍ଡର ଡେଲିଭରି ନିୟମରେ ପରିବର୍ତ୍ତନ– ନଭେମ୍ବର ୧ ତାରିଖରୁ ଏଲପିଜି ଗ୍ୟାସ ସିଲିଣ୍ଡର ଡେଲିଭରି ନିୟମ ବଦଳିଯିବ। ତୈଳ କମ୍ପାନୀ ୧ ତାରିଖରୁ ଡେଲିଭରି ଅଥେଣ୍ଟିକେସନ୍ କୋଡ (DAC) ସିଷ୍ଟମ ଲାଗୁ କରିବ। ଗ୍ୟାସ ଡେଲିଭରି ପୂର୍ବରୁ ଉପଭୋକ୍ତାଙ୍କ ପଞ୍ଜିକୃତ ମୋବାଇଲ ନମ୍ବରକୁ ଏକ ଓଟିପି ପଠାଯିବ। ସିଲିଣ୍ଡର ଘରକୁ ଆସିଲେ ସେହି ଓଟିପି ଡେଲିଭରି ବଏ ସହ ସେୟାର କରିବାକୁ ହେବ। ଓଟିପି ସିଷ୍ଟମ ସହ…

କାର୍ତ୍ତିକ ମାସରେ ପାଳନ କରନ୍ତୁ ଏହି ୭ଟି ନିୟମ

ଭୁବନେଶ୍ୱର ୩୧/୧୦ : ହିନ୍ଦୁ ଧର୍ମରେ କାର୍ତ୍ତିକ ମାସର ବିଶେଷ ମହତ୍ତ୍ୱ ରହିଛି। କାର୍ତ୍ତିକ ମାସକୁ ପବିତ୍ର ମାସ ବୋଲି କୁହାଯାଏ। ଏହି ମାସରେ ଯେଉଁ ବ୍ୟକ୍ତି ବ୍ରତ ପାଳନ କରନ୍ତି ଏବଂ ତପ କରନ୍ତି ସେମାନଙ୍କୁ ମୋକ୍ଷ ପ୍ରାପ୍ତି ହୁଏ ବୋଲି ଶାସ୍ତ୍ରରେ କୁହାଯାଇଛି। ଧାର୍ମିକ ବିଶ୍ୱାସ ଅନୁଯାୟୀ, କାର୍ତ୍ତିକ ମାସ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କୁ ଅତ୍ୟନ୍ତ ପ୍ରିୟ। କାର୍ତ୍ତିକ ମାସ ଶରତ ପୂର୍ଣ୍ଣିମାରୁ ଆରମ୍ଭ ହୁଏ। କାର୍ତ୍ତିକ ମାସରେ ଏହି ୭ଟି ନିୟମ ପାଳନ କରିବା ଉଚିତ। ଏହିସବୁ ନିୟମ ପାଳନ କଲେ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ। ଜାଣନ୍ତୁ ୭ଟି ନିୟମ କଣ କଣ : ୧. କାର୍ତ୍ତିକ ମାସରେ ତୁଳସୀ ପୂଜା ଓ ତୁଳସୀ ସେବନ କରିବାର ବିଶେଷ ମହତ୍ତ୍ୱ ରହିଛି। କାର୍ତ୍ତିକ ମାସରେ ତୁଳସୀ ଗଛକୁ ପୂଜା କଲେ…

୩୯ମାସ ମଧ୍ୟରେ ପୂରା ହେବ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ

ଅଯୋଧ୍ୟା ୩୧/୧୦: ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶଦାତା ଥିବା ନୃପେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ରାମ ମନ୍ଦିର ନିର୍ମାଣ ସମିତିର ବୈଠକ ସର୍କିଟ ହାଉସରେ ହୋଇଥିଲା। ଏଥିରେ ହଜାର ବର୍ଷ ଯାଏଁ ଅକ୍ଷୁର୍ଣ୍ଣ ରହୁଥିବା ରାମ ମନ୍ଦିର ଏବଂ ଏହାର ଭବ୍ୟତାକୁ ନେଇ ପାଖାପାଖି ୩ଘଣ୍ଟା ଯାଏଁ ମନ୍ଥନ କରାଯାଇଥିଲା। ମିଶ୍ର ଏବେ ସୁଦ୍ଧା ହୋଇଥିବା କାର୍ଯ୍ୟର ପ୍ରଗତିର ସୂଚନା ନେଇଥିଲେ,ଏହା ସହିତ ଇଞ୍ଜିନିୟରିଂ ସଂସ୍ଥାନ ସମେତ ଟାଟା ଏବଂ ଏଲଏଣ୍ଡଟିର ବିଶେଷଜ୍ଞଙ୍କ ପ୍ରେଜେଣ୍ଟସନ ଦେଖି କାର୍ଯ୍ୟକୁ ନେଇ ରଣନୀତି ପ୍ରସ୍ତୁତ କରିଥିଲେ। ମନ୍ଦିର ନିର୍ମାଣର ଛୋଟ ଛୋଟ ଦିଗ ଉପରେ ବୃହତ୍ ଚର୍ଚ୍ଚା ମଧ୍ୟ ହୋଇଥିଲା। ବୈଠକରେ ଏକଥା ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା ଯେ କିପରି ମନ୍ଦିରର ନିର୍ମାଣ ୩୯ମାସରେ ପୂରା କରାଯାଇପାରିବ। ରାମ ମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଶୁକ୍ରବାର ଏଲଏଣ୍ଡଟି ସହିତ…

ସେଲିବ୍ରେସନ୍‌ ଫଟୋ ସେୟାର କରି ଚର୍ଚ୍ଚାରେ କିମ୍‌ କର୍ଦାସିଆନ୍

ମୁମ୍ବାଇ ୩୦/୧୦: ଜୋରଦାର  ପ୍ରତିବାଦକୁ ଭ୍ରୁକ୍ଷେପ ନକରି ୪୦ ତମ ଜନ୍ମଦିନର ଫଟୋ ସେୟାର କରିଚାଲିଛନ୍ତି  ଟିଭି ଅଭିନେତ୍ରୀ  କିମ୍‌ କର୍ଦାସିଆନ୍। କରୋନା କାଳରେ ରାଜକୀୟ ଢ଼ଙ୍ଗରେ ଜନ୍ମ ଉତ୍ସବ ମନାଇବା ସହ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ନେଇ ବିବାଦ ଦେଖାଦେଇଥିଲା। କରୋନା କଟକଣା ନିୟମ ଉଲ୍ଲଂଘନ କରି ଜନ୍ମଦିନ ପାଳୁଥିବା ନେଇ ଅଭିଯୋଗ ହୋଇଥିଲେ ହେଁ କିମ୍‌ଙ୍କୁ କିଛି ଫରକ ପଡ଼ୁଥିବା ମନେ ହେଉନାହିଁ ।ବାରମ୍ବାର ପ୍ରତିବାଦ ଓ ଟ୍ରୋଲ୍‌ର ଶିକାର ହେବା ପରେ ମଧ୍ୟ ପୁଣି ଗୁରୁବାର  ନିଜର ଜନ୍ମଦିନ ଫଟୋ ଇନ୍‌ଷ୍ଟା​‌ରେ ପୋଷ୍ଟ କରିଛନ୍ତି କିମ୍‌ କର୍ଦାସିଆନ୍। ମହାମାରୀ  ସମୟରେ ମଉଜକୁ ନେଇ ଫ୍ୟାନ୍ସ ବି ତାଙ୍କୁ ଜୋରଦାର ଟ୍ରୋଲ୍‌ କରିଥିଲେ। ଏପରିକି ତାଙ୍କୂ ବଧିର ବୋଲି କହିଥିଲେ ୟୁଜର। କିନ୍ତୁ ୧ ମିଲିୟନ୍‌ ଡଲାର ବ୍ୟୟ କରି ସେଲିବ୍ରେସନ୍‌ ହୋଇଥିବା…

ବିବାହ ବନ୍ଧନରେ ବାନ୍ଧି ହେଲେ କାଜଲ୍ ଅଗ୍ରଓ୍ବାଲ୍

ମୁମ୍ବାଇ ୩୧/୧୦: ସିଙ୍ଘମ୍ ଫିଲ୍ମରୁ ସମସ୍ତଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ କାଜଲ୍ ଅଗ୍ରଓ୍ବାଲ ବିବାହ ବନ୍ଧନରେ ଆବଦ୍ଧ ହୋଇଯାଇଛନ୍ତି। ସେ ନିଜ ବୟଫ୍ରେଣ୍ଡ ଗୌତମ କିଚଲୁଙ୍କ ସହ ମୁମ୍ବାଇର ହୋଟେଲରେ ବିବାହ କରିଛନ୍ତି। କରୋନା ଯୋଗୁଁ ତାଙ୍କ ବିବାହରେ ବହୁତ କମ୍ ଲୋକ ସାମିଲ ହୋଇଥିଲେ। କେବଳ ଘର ଲୋକଙ୍କ ଉପସ୍ଥିତିରେ ବିବାହ ହୋଇଥିଲା। କାଜଲ୍ ଏବଂ ଗୌତମଙ୍କ ବରମାଳାର ଫଟୋ ସାମନାକୁ ଆସିଛି। ଉଭୟଙ୍କ ଏହି ଡ୍ରିମ୍ ଓ୍ବେଡିଂର ଦୀର୍ଘ ଦିନରୁ ଚର୍ଚ୍ଚା ହେଉଥିଲା। ଏବେ ଉଭୟେ ସେମାନଙ୍କ ନୂଆ ଯାତ୍ରା ଆରମ୍ଭ କରିଛନ୍ତି। କନିଆଁ ବେଶରେ କାଜଲ୍ ବହୁତ ସୁନ୍ଦର ଦେଖାଯାଉଛନ୍ତି। ସେ ବିବାହ ପାଇଁ ଲାଲ ରଙ୍ଗର ଲେହେଙ୍ଗା ବାଛିଥିଲେ। ମଥା ପଟ୍ଟି,କମରବନ୍ଧ ଏବଂ ହେଭି ନେକଲେସ୍ ତାଙ୍କ ଲୁକକୁ ପୂରା କରୁଛି। ଗୌତମ ହ୍ବାଇଟ୍ କଲରର ଶେରଓ୍ବାନିରେ ନଜର ଆସିଛନ୍ତି। ଉଭୟଙ୍କ…

ତୁର୍କୀ ଓ ଗ୍ରୀସ୍‌ରେ ଭୂମିକମ୍ପରେ ଭୁଶୁଡି ପଡିଛି ୨୦ରୁ ଅଧିକ କୋଠା

ନୂଆଦିଲ୍ଲୀ ୩୧/୧୦ : ତୁର୍କୀ ଓ ଗ୍ରୀସରେ ଭୂମିକମ୍ପ ଯୋଗୁଁ ୨୨ ଜଣଙ୍କ ମୃତ୍ୟୁ ହୋଇଛି। ୭୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି> ରକ୍ତର ସ୍କେଲରେ ଭୂମିକମ୍ପର ତୀବ୍ରତା ୭ ରହିଥିଲା। ଭୂମିକମ୍ପ ପରେ ସର୍ଚ୍ଚ ଅପରେସନ ଓ ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି। ତୁର୍କୀ ରାଷ୍ଟ୍ରପତି ରେସେପ୍ ତଇପ୍ ଇର୍ଦୋଗନ୍ ନିଜ ବୟାନରେ କହିଛନ୍ତି ଯେ ଭୂମିକମ୍ପରେ ୧୭ ଟି କୋଠା ଭୁଶୁଡି ପଡିଛି। ତୁର୍କୀ ଗୃହ ମନ୍ତ୍ରୀ ସୋୟଲୁ କହିଛନ୍ତି ଯେ ଭୂମିକମ୍ପ ଯୋଗୁଁ ବର୍ନୋଭା ଏବଂ ବେରାକାଲୀ ସହରରେ ମଧ୍ୟ ଅନେକ କୋଠା ଭୁଶୁଡି ପଡିବା ସହ ଅନେକ କ୍ଷୟକ୍ଷତି ମଧ୍ୟ ହୋଇଛି। ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ସବୁ ସହରରେ ଟିମ ନିୟୋଜିତ କରାଯାଇଛି। ମିଡ଼ିଆ ରିପୋର୍ଟ ଅନୁଯାୟୀ, ଏହି ଭୂମିକମ୍ପରେ ଇଜମିର ସହରର ପାଖାପାଖି ୨୦ଟି…

ନିଖୋଜ କୁକୁରର ୨ଦିନ ତଳେ ମିଳିଥିଲା ମୃତଦେହ :

ଛିନ୍ଦଓ୍ବାଡ଼ା ୩୧/୧୦: ଜଣେ ବ୍ୟକ୍ତିଙ୍କ ପୋଷା କୁକୁର ନିଖୋଜ ହୋଇଯିବାର ୨ଦିନ ପରେ ମୃତ ମିଳିଥିଳା। ନିଜ କୁକୁର ମୃତ୍ୟୁରେ ସେ ଏତେ ଦୁଃଖିତ ହୋଇଯାଇଥିଲେ ଯେ ସେହି ଦିନ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଛିନ୍ଦଓ୍ବାଡ଼ା ଜିଲ୍ଲାରେ। ଏହା ଛିନ୍ଦଓ୍ବାଡ଼ାର ଥାନା ଅଞ୍ଚଳରେ ସୋନପୁର ମଲ୍ଟି ସ୍ଥିତ ଘରେ ଘଟିଛି। ଏଠାରେ ରହୁଥିବା ସୋମଦେବ ନିଜ ପୋଷା କୁକୁରର ୨ଦିନ ତଳେ ମୃତ୍ୟୁ ହୋଇଯିବାରୁ ଦୁଃଖିତ ଥିଲେ। କୁକୁରର ମୃତ୍ୟୁ ପରେ ସେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ସୂଚନା ମିଳିବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତରେ ଲାଗିଯାଇଛି। ମୃତ ସୋମଦେବଙ୍କ ପୁଅ ଅମନ କହିଥିଲେ ଯେ ତାଙ୍କ ଘରେ ଗୋଟିଏ କୁକୁର ଥିଲା। ସେ ସକାଳେ ମୃତ୍ୟୁବରଣ କରିଥିଲା। ତାଙ୍କ ବାପା…

ବାଣରେ ନିଆଁ ଲଗାଇ ତା’ ଉପରେ ଢାଙ୍କି ଦେଲା ଗ୍ଲାସ୍, ବିସ୍ଫୋରଣରେ ଗ୍ଲାସ୍ ଟୁକୁଡା ଶରୀରରେ ପଶି ଶିଶୁର ମୃତ୍ୟୁ

ନୂଆଦିଲ୍ଲୀ ୩୧/୧୦ : ଉତ୍ତର ପଶ୍ଚିମ ଦିଲ୍ଲୀରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ବାଣ ଫୁଟି ଏକ ୯ ବର୍ଷ ଶିଶୁର ମୃତ୍ୟୁ ହୋଇଛି। ଶିଶୁଟି ବାଣକୁ ଏକ ଷ୍ଟିଲ ଗ୍ଲାସରେ ଢାଙ୍କି ଦେଇଥିଲା। ଯାହାଫଳରେ ବାଣ ଫୁଟିବା ପରେ ଶିଶୁଟିର ମୃତ୍ୟୁ ହୋଇଛି। ଶୁକ୍ରବାର ଦିନ ପୋଲିସ ଏ ସମ୍ବନ୍ଧରେ ସୂଚନା ଦେଇଛି। ପ୍ରିନ୍ସ ନାମକ ଶିଶୁଟି ଦ୍ୱିତୀୟ ଶ୍ରେଣୀରେ ପଢୁଥିଲା। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଶିଶୁଟି ଏକ ବାଣ ନେଇ ସେଥିରେ ନିଆଁ ଲଗାଇବା ପରେ ତା ଉପରେ ଏକ ଷ୍ଟିଲ ଗ୍ଲାସ ଢାଙ୍କି ଦେଇଥିଲା। ବାଣ ଫୁଟିବା ପରେ ଷ୍ଟିଲ ଗ୍ଲାସ ଟୁକୁଡା ଟୁକୁଡା ହୋଇ ଛିଟିକି ଗଲା। ଗ୍ଲାସର ଏକ ଟୁକୁଡା ପ୍ରିନ୍ସର ଶରୀରରେ ଭୁସି ହୋଇଗଲା ଓ ତାର ମୃତ୍ୟୁ ହୋଇଗଲା। ସୂଚନା ଅନୁଯାୟୀ, ମାମଲା…