‘ଗଜପତିବାସୀଙ୍କ ଶରୀରରେ ସବୁଠୁ ଅଧିକ ଆଣ୍ଟିବଡି’

ଗଜପତି, ୦୧ ।୧୦: ଗଜପତି ଜିଲ୍ଲାର ବାସିନ୍ଦାଙ୍କ ଶରୀରରେ ସବୁଠାରୁ ଅଧିକ ଆଣ୍ଟିବଡି ରହିଛି । ପ୍ରାୟ ୬୪.୬୭ ପ୍ରତିଶତ ଜିଲ୍ଲାବାସୀଙ୍କ ଶରୀରରେ ଆଣ୍ଟିବଡି ରହିଥିବା କହିଛନ୍ତି ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ।

ସେ କହିଛନ୍ତି ଯେ, ୪୦ରୁ ୮୫ ପ୍ରତିଶତ କୋଭିଡ୍ ଯୋଦ୍ଧାଙ୍କ ଶରୀରରେ ଆଣ୍ଟିବଡି ରହିଛି ।ତେବେ ଆସନ୍ତା ମାର୍ଚ୍ଚରୁ ମାଲକାନଗିରିରେ ସେରୋ ସର୍ଭେ ହେବ । ଗଜପତିରେ ୫ଟି ଟିମ୍ ସେରୋ ସର୍ଭେ କରୁଥିଲା । ତିନୋଟି ବର୍ଗର ଲୋକଙ୍କୁ ନେଇ ସୋରେ ସର୍ଭେ ତାଲିଥିଲା । ଏହି ସର୍ଭେରୁ ହିଁ ଜିଲ୍ଲାରେ ଆଣ୍ଟିବଡି ବାବଦରେ ରିପୋର୍ଟ ମିଳିଛି । ଗତ ୧୫ରୁ ୧୮ ତାରିଖ ଯାଏଁ ସର୍ଭେ ଚାଲିଥିଲା ।

ଏହି ସର୍ଭେରେ ମୋଟ୍ ୧୫୧୫ଜଣଙ୍କ ସାମ୍ପୁଲ୍ ସଂଗ୍ରହ କରାଯାଇଥିଲା । ତେବେ ମହିଳାଙ୍କ ଶରୀରରେ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଥିବା ସର୍ଭେରୁ ଜଣାପଡିଛି । ସେହିପରି ୯୫ ପ୍ରତିଶତ ଲୋକଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା । ଆସନ୍ତା ୫ରୁ ମାଲକାନଗିରିରେ ସେରୋ ସର୍ଭେ ଆରମ୍ଭ ହେବା ସହ କଟକ ଓ ଭୁବନେଶ୍ୱରରେ ମଧ୍ୟ ଅତିଶୀଘ୍ର ସର୍ଭେ କରାଯିବ ବୋଲି ଡାକ୍ତର ପତି କହିଛନ୍ତି ।

Related posts

Leave a Comment