ହାଥରସ ମାମଲାରେ ମୁହଁ ଖୋଲିଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ଦାବି କଲେ ନ୍ୟାୟ

ନୂଆଦିଲ୍ଲୀ ୦୧/୧୦: ହାଥରସ ଗଣଦୁଷ୍କର୍ମ ମାମଲା ସମସ୍ତଙ୍କୁ ଦୋହଲାଇ ରଖିଛି। ବଳିଉଡର ଅନେକ ସେଲିବ୍ରିଟି ପୀଡ଼ିତାଙ୍କୁ ନ୍ୟାୟ ଦେବା ଦାବି କରିଛନ୍ତି। ପରିବାର ଅନୁମତି ବିନା ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରିବା ନେଇ ଅନେକ ଏହାକୁ ତୀବ୍ର ନିନ୍ଦା କରୁଛନ୍ତି। ସେଲିବ୍ରିଟିମାନେ ମଧ୍ୟ ଏହାକୁ ବିରୋଧ କରୁଛନ୍ତି।

କଙ୍ଗନା ରଣାଓ୍ବତ, ଉର୍ମିଳା ମାତୋଣ୍ଡକର, ଫରହାନ ଅଖତର, ଅନୁଷ୍କା ଶର୍ମା, ଅକ୍ଷୟ କୁମାର, ହୁମା କ୍ୟୁରେସି ଏ ଘଟଣାରେ ନ୍ୟାୟ ଦାବି କରିଛନ୍ତି। ଏ​‌ବେ ଏଥିରେ ଯୋଡି ହୋଇଛନ୍ତି ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା। ସେ ଇନଷ୍ଟାଗ୍ରାମ ମାଧ୍ୟମରେ ନିଜର ମତ ରଖିଛନ୍ତି।

ସେ କହିଛନ୍ତି ଅପମାନ, ଦୁବର୍ବ୍ୟବହାର, ନିରାଶା, କ୍ରୋଧ, ଉଦାସୀ ସବୁ ଭାବନା ନିଜ ଭିତରେ ହିଁ ଚାଲିଚି। ଘୃଣା କ’ଣ ପାଇଁ? ବାପା ମାଆ ଯେଉଁ ପୁଅକୁ ପାଳି ପୋଷି ବଡ଼ କରିଛନ୍ତି କ’ଣ ସେମାନେ ଶୁଣିପାରୁଛନ୍ତି? ଆଇନ ଚିତ୍କାର ଶୁଣି ମଧ୍ୟ ବଧିର ପାଲଟିଛି? ଦୁଷ୍କର୍ମ ଉପରେ ଦୁର୍ଷର୍ମ ଲାଗି ରହିଛି। ସମସ୍ତେ କାନ୍ଦୁଛନ୍ତି ହେଲେ କେହି ଶୁଣୁ ନାହାନ୍ତି। ଏମିତି ଆଉ କେତେ ନିର୍ଭୟା ହେବେ ? ଏମିତି କେତେ ବର୍ଷ ପର୍ଯ୍ୟନ୍ତ ଚାଲିବ?

ଉଲ୍ଲେଖନୀୟ ଯେ ହାଥରସ ଜିଲ୍ଲାରେ ସେପ୍ଟେମ୍ବର ୧୪ ତାରିଖରେ ୧୯ ବର୍ଷୀୟା ଦଳିତ ଝିଅକୁ ଗଣଦୁଷ୍କର୍ମ କରାଯାଇ ଥିଲା। ଝିଅର ମେରୁଦଣ୍ଡରେ ଆଘାତ ଲାଗିଛି । ଏହା ସହ ଜିଭ କାଟିଦେଇ ଥିବାରୁ ତାଙ୍କୁ ଜବାହାରଲାଲ ନେହରୁ ମେଡିକାଲ କଲେଜରେ ଭର୍ତି କରାଯାଇ ଥିଲା। ମାତ୍ର ସେଠାରେ ଜୀବନ ସହ ଲଢ଼ି ମଙ୍ଗଳବାର ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

Related posts

Leave a Comment