ନାଳ ନିକଟରେ ପଡିରହିଛି ପିପିଇ କିଟ୍, କରୋନା ସଂକ୍ରମଣ ଭୟରେ ଗ୍ରାମବାସୀ

କେନ୍ଦୁଝର ୬।୧୦: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ପଞ୍ଚାୟତ ଡୁମୁରିଗୁଡା ଗ୍ରାମର ନେଉଳିଜୁଳି ନାଳ ନିକଟରେ ପଡି ରହିଛି ପିପିଇ କିଟ୍ । ଏଥି ସହିତ ହେଡକ୍ୟାପ୍, ଫେସ ସିଲ୍ଡ ଓ ବ୍ୟବହୃତ ହୋଇଥିବା କିଛି ମାସ୍କ ମଧ୍ୟ ପଡିରହିଛି । ଗ୍ରାମ ମଶାଣୀରେ ଏସବୁ ଜିନିଷ ଫିଙ୍ଗା ଯାଇଥିବା ଦେଖି ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

କିଛି ସାମଗ୍ରୀ ବ୍ୟବହାର ହୋଇ ନଥିବା ଜଣା ପଡୁଥିବା ବେଳେ ଅନ୍ୟ କିଛି ସାମଗ୍ରୀ ବ୍ୟବହାର ପରେ ଏଠାରେ ପିଙ୍ଗା ଯାଇଥିବା ଦେଖାଯାଇଛି । କିଏ ଓ କାହିଁକି ଏପରି ଏହି ଜିନିଷଗୁଡିକୁ ଏଠାରେ ଫିଙ୍ଗିଛି ତାହା ସ୍ପଷ୍ଟ ହୋଇନାହିଁ । ଏସବୁ ଜିନିଷ ପଡିଥିବା ଦେଖି ଲୋକେ ଭୟଭୀତ ହୋଇପଡିଛନ୍ତି।

Related posts

Leave a Comment