କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା, ରାଇରଙ୍ଗପୁର ଅତିରିକ୍ତ ଏସପିଙ୍କ ପରଲୋକ

ବାରିପଦା ୦୭।୧୦: ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ରହିଛି । ପ୍ରତିଦିନ ହଜାର ହଜାର କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେହିପରି ପ୍ରତିଦିନ ୧୦ରୁ ଅଧିକ ଆକ୍ରାନ୍ତଙ୍କ ମଧ୍ୟ ମୃତ୍ୟୁ ହେଉଛି । ତେବେ କରୋନା ଯୁଦ୍ଧରେ ଜୀବନ ହାରିଗଲେ ଆଉ ଜଣେ ଯୋଦ୍ଧା । ଆଉ ପାଖାପାଖି ୨ ବର୍ଷ ପରେ ଚାକିରିରୁ ଅବସର ନେଇଥାନ୍ତେ, କିନ୍ତୁ ନିୟତ୍ତିର ଖେଳ କିଏ ବୁଝିବ । କରୋନା ସହିତ ଲଢେଇ କରୁ କରୁ ଶେଷରେ ନିଜ ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା । ରାଇରଙ୍ଗପୁର ଅତିରିକ୍ତ ଏସ୍‌ପି ଅଶୋକ ପଟ୍ଟନାୟକଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି ।

ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଡ଼ି ଚାଲିଛି । ସଂକ୍ରମଣରେ ରୋକ ଲାଗୁନଥିବା ବେଳେ ମୁଣ୍ଡ ପରେ ମୁଣ୍ଡ ଗଡି ଚାଲିଛି । ତେବେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ରାଇରଙ୍ଗପୁରର ଅତିରିକ୍ତ ଏସ୍‌ପି ଅଶୋକ ପଟ୍ଟନାୟକଙ୍କ ମୃତ୍ୟୁ ଘଟିଛି । ସେ ସେପ୍ଟେମ୍ବର ୧୬ ତାରିଖରୁ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଥିଲେ ବେଳେ ମଙ୍ଗଳବାର ଦିନ ତାଙ୍କର ପରଲୋକ ହୋଇଯାଇଛି । ଅଶୋକଙ୍କ ଘର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ । ସେ ୨୦୧୭ ମସିହା ଅଗଷ୍ଟ ୮ ତାରିଖରୁ ରାଇରଙ୍ଗପୁରରେ ଅତିରିକ୍ତ ଏସ୍‌ପି ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ । ସେ ୨୦୨୨ ମେ’ ୩୧ରେ କାର୍ଯ୍ୟରୁ ଅବସର ନେଇଥାନ୍ତେ ।

Related posts

Leave a Comment