ନୂଆଦିଲ୍ଲୀ ୦୭/୧୦: ବଲିଉଡ ଅଭିନେତା ଅର୍ଜୁନ କପୁର ଏବେ କରୋନାରୁ ସୁସ୍ଥ ହୋଇଛନ୍ତି। ଖୋଦ୍ ଅର୍ଜୁନ ଇନଷ୍ଟାଗ୍ରାମରେ ଏ କଥା ପୋଷ୍ଟ କରି ଜଣାଇଛନ୍ତି। ଏହା ସହ କରୋନାରୁ ସୁସ୍ଥ ହୋଇ କିଭଳି ଅନୁଭବ କରୁଛନ୍ତି ସେ ସମ୍ପର୍କରେ ମଧ୍ୟ ଜଣାଇଛନ୍ତି। ସେ କହିଛନ୍ତି ଏବେ ସେ ପୂରା ସୁସ୍ଥ ହୋଇଛନ୍ତି ଓ ପୁଣି ଥରେ କାମକୁ ଫେରିବା ନେଇ ଉତ୍ସାହିତ ଅଛନ୍ତି।
ତେବେ ଏ ନେଇ ସେ ତାଙ୍କ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେମାନଙ୍କ ଆଶୀର୍ବାଦ ଓ ସମର୍ଥନ ଯୋଗୁ ସେ ସୁସ୍ଥ ହୋଇଥିବା କହିଛନ୍ତି। ଏହା ସହ କରୋନା ଭାଇରସ ସମ୍ପର୍କରେ ମଧ୍ୟ ଲୋକଙ୍କୁ ସଚେତନ କରାଇଛନ୍ତି।
ଅର୍ଜୁନ କହିଛନ୍ତି ଏ ଭାଇରସ ଭାରି ମାରାତ୍ମକ। ସମସ୍ତଙ୍କୁ ଯଥାସମ୍ଭବ ସଚେତନ ରହିବା ଦରକାର। ଲୋକଙ୍କୁ ବୁଝିବା ଦରକାର ଯେ କେହି ବି ଭାଇରସରେ ଆକ୍ରାନ୍ତ ହୋଇପାରନ୍ତି। ଅର୍ଥାତ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ମଣିଷ ପର୍ଯ୍ୟନ୍ତ। ବିଏମସି ସମର୍ଥନ ଓ ସାହାଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି ଅର୍ଜୁନ। କେବଳ ଏତିକି ନୁହେଁ ଫ୍ରଣ୍ଟଲାଇନ କର୍ମଚାରୀ ନିଜ ଜୀବନକୁ ବିପଦରେ ପକାଇ କାମ କରୁଥିବାରୁ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ତେବେ ଅର୍ଜୁନ ସେପ୍ଟେମ୍ବର ୬ରେ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଥିଲେ।