ପେଟ୍ରୋଲ ପମ୍ପରେ ନିଆଁ ଲାଗିବା ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ

କଟକ ୦୮।୧୦: ଭୁବନେଶ୍ୱର ରାଜଭବନ ନିକଟରେ ଥିବା ପେଟ୍ରୋଲ ପମ୍ପରେ ନିଆଁ ଲାଗିବା ଘଟଣା । ପଟ୍ରୋଲ ପମ୍ପରେ ନିଆଁ ଲାଗି ଗୁରୁତର ଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣଙ୍କର ମୃତ୍ୟୁ ହୋଇଛି । କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତକ ହେଲେ ସତ୍ୟ ନାୟକ । ବିସ୍ଫୋରଣରେ ସତ୍ୟଙ୍କ ଶରୀରର ୬୦ପ୍ରତିଶତ ପୋଡି ଯାଇଥିଲା । ଯାହାପରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । କିନ୍ତୁ ଏବେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ଅପରାହ୍ନ ସମୟରେ  ଭୁବନେଶ୍ବର ରାଜଭବନ ନିକଟ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ବଡଧରଣ  ବିସ୍ଫୋରଣ ହୋଇଥିଲା । ଏହି ବସ୍ଫୋରଣରେ ୧୦ ଜଣ ଆହାତ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ଗୁରୁତର ଅବସ୍ଥାରେ ୨ ଜଣଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଆଜି ଜଣଙ୍କର ମୃତ୍ୟୁ ହୋଇଯାଇଛି ।

ସେହିପରି ମୁଖ୍ୟମନ୍ତ୍ରୀ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ସମସ୍ତଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ ବିସ୍ଫୋରଣ କିପରି ହେଲା,  ଏ ନେଇ ତଦନ୍ତ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଆହାତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଧର୍ମେନ୍ଦ୍ର। ଏହାସହ ରାଜ୍ୟ ସରକାରଙ୍କ ସଚିବମାନଙ୍କ ସହ ମଧ୍ୟ ସେ ଆଲୋଚନା କରିଛନ୍ତି।

Related posts

Leave a Comment