ଅନୁଗୁଳ ୦୮।୧୦: ବଢୁଛି ଗଞ୍ଜେଇ କାର୍ବାର । ଅନୁଗୁଳରୁ କଲିକତା ଚାଲାଣ ହେଉଥିଲା ଗଞ୍ଜେଇ । କୌଶଳ କ୍ରମେ ଚମ୍ପଟ ମାରିଛନ୍ତି ଗଞ୍ଜେଇ ମାଫିଆ । ପ୍ରାୟ ୪୦କିଲୋ ଗଞ୍ଜେଇ ଜବତ କରିଛି ପୋଲିସ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, ଅନୁଗୁଳରୁ କଲିକତା ଅଭିମୁଖେ ଯାଉଥିଲା ବସ୍ । ୩ଜଣ ଲୋକ ଗାଡିରେ ୪ଟି ବ୍ୟାଗ୍ ଧରି ଚଢିଥିଲେ । ବସ୍ କଣ୍ଡକ୍ଟର ବ୍ୟାଗ୍ରେ କଣ ଅଛି ବୋଲି ପ୍ରଶ୍ନ କରିଥିଲେ । କିନ୍ତୁ ସେମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ । ପରେ ବସ୍ କଣ୍ଡକ୍ଟର ଏନେଇ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ବ ହୋଇଥିଲା ।
କିନ୍ତୁ ପୋଲିସ ପହଞ୍ଚିବା ବେଳକୁ ଗଞ୍ଜେଇ ମାଫିଆ ଘଟଣାସ୍ଥଳରୁ ଫେରାରୁ ହୋଇଯାଇଥିଲେ । ପାଖାପାଖି ୩ଜଣ ଗଞ୍ଜେଇ ମାଫିଆ ଥିବା ସୂଚନା ରହିଛି । ସେପଟେ ପୋଲିସ ମାଫିଆଙ୍କୁ ଖୋଜିବା ପାଇଁ ଛାନ୍ଭିନ୍ ଆରମ୍ଭ କରିଛି । ପୋଲିସ ୪ଟି ବ୍ୟାଗ୍ରୁ ପାଖାପାଖି ୪୦କିଲୋ ଗଞ୍ଜେଇ ଜବତ କରିଛି । ତେବେ ଏତେ ପରିମାଣର ଗଞ୍ଜେଇ ଆସିଲା କେଉଁଠୁ, ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।