ବୋଟ୍‌ରୁ ଖସିପଡି ମତ୍ସ୍ୟଜୀବୀ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ମହାକାଳପଡା ୮।୧୦: ବୋଟରୁ ଖସି ପଡି ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ୍ ଖରନାସୀ ଜେଟିରେ ଘଟିଛି ଏଭଳି ଅଘଟଣ ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ୍ ଖରନାସୀ ଜେଟିରେ ମାଛ ଧରିବାକୁ ବୋଟ୍ ନେଇ କିଛି ମତ୍ସ୍ୟଜୀବୀ ଯାଇଥିଲେ । ସେହି ସମୟରେ ବୋଟରୁ ଜଣେ ମତ୍ସ୍ୟଜୀବୀ ବୋଟ୍ ରୁ ଖସିପଡିଥିଲେ । ଫଳରେ ମତ୍ସ୍ୟଜୀବୀ ନିଖୋଜ ହୋଇଛନ୍ତି ।

ନିଖୋଜ ମତ୍ସ୍ୟଜୀବୀଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Related posts

Leave a Comment