ମା’ ହେଲେ ପଞ୍ଜାବୀ ଡାନ୍ସର ସପନା ଚୌଧୁରୀ

ଆଦିଲ୍ଲୀ ୦୭/୧୦: ହରିଆଣାର ଲୋକପ୍ରିୟ ସିଙ୍ଗର ତଥା ଡାନ୍ସର ସପନା ଚୌଧୁରୀ ଏବେ ଚର୍ଚାରେ ରହିଛନ୍ତି। ସୂତ୍ର ଅନୁସାରେ ମା’ ହୋଇଛନ୍ତି ସପନା। ଅର୍ଥାତ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।

ଚଳିତବର୍ଷ ପ୍ରାରମ୍ଭରେ ଗୁଜବ ସୃଷ୍ଟି ହୋଇଥିଲା ଯେ ତାଙ୍କ ପ୍ରେମିକ ବୀର ସାହୁଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିଲା। ସେ ଚାରି ବର୍ଷ ହେବ ବୀର ସାହୁଙ୍କୁ ଡେଟ୍ କରି ଆସୁଥିଲେ। ବୀର ମଧ୍ୟ ହରିଆଣାର ଜଣେ ଲୋକପ୍ରିୟ କଳାକାର। ଏହା ସହ ଅନେକ ପଞ୍ଜାବୀ ଗୀତରେ ସେ ନଜର ଆସିସାରିଛନ୍ତି।

ଅକ୍ଟୋବର ୪ ତାରିଖରେ ସପନା ଏକ ଘରୋଇ ହସପିଟାଲରେ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ଏବେ କିନ୍ତୁ ହସପିଟାଲରେ ନାହାନ୍ତି ସେ ତାଙ୍କ ଘରେ ଅଛନ୍ତି। ସପନାଙ୍କର କିଛି ଦିନ ତଳେ ଏକ ଭିଡିଓ ଭାଇରାଲ ହୋଇଥିଲା। ସେ ଅଭିନେତା ହ୍ରିତିକ ରୋଶନଙ୍କ ସିଗନେଚର ଷ୍ଟେପ୍ ଅନୁକରଣ କରିଥିଲେ। ଡାନ୍ସିଂ କୁଇନ ସପନାଙ୍କ ଏହି ଡାନ୍ସକୁ ଲୋକମାନେ ଏବେ ସୁଦ୍ଧା ଭୁଲି ନାହାନ୍ତି। ଖୋଦ୍ ସପନା ଏ ଡାନ୍ସ ସୋସିଆଲ ମିଡିଆରେ ସେୟାର କରିଥିଲେ।

Related posts

Leave a Comment