ଭଲ ଖବର, ସୁସ୍ଥ ହେଲେ ଆଉ ୩୪୦୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୦୯ ।୧୦:    ରାଜ୍ୟରେ ଶୁକ୍ରବାର ଆଉ ୩୪୦୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ସୁସ୍ଥ ହୋଇଥିବା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୨୦୩୮୮ରେ ପହଁଚିଛି ।

ଖୋର୍ଦ୍ଧାରୁ ସର୍ବାଧିକ ୬୦୨ଜଣ ସୁସ୍ଥ ହୋଇଥିବା ବେଳେ, କଟକରୁ ୩୭୪, ପୁରୀରୁ ୨୮୯, ବାଲେଶ୍ୱର ୧୪୮, ମୟୂରଭଞ୍ଜରୁ ୧୩୦, ସମ୍ବଲପୁର ୧୩୦, କେନ୍ଦୁରଝରରୁ ୧୧୬, ବରଗଡରୁ ୧୦୭, ଯାଜପୁରରୁ ୧୦୬, କେନ୍ଦ୍ରାପଡାରୁ ୯୮, ଭଦ୍ରକରୁ ୯୨, ଜଗତସିଂହପୁରରୁ ୯୦, ଝାରସୁଗୁଡାରୁ ୮୬, ଅନୁଗୋଳରୁ ୮୩, ନୂଆପଡାରୁ ୭୭, ନୟାଗଡରୁ ୭୪, କଳାହାଣ୍ଡିରୁ ୭୨, କନ୍ଧମାଳରୁ ୭୧ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ବଲାଙ୍ଗୀରରୁ ୭୦, ଢେଙ୍କାନାଳରୁ ୭୦, ସୁନ୍ଦରଗଡରୁ ୬୬, କୋରାପୁଟରୁ ୫୨, ନବରଙ୍ଗପୁରରୁ ୫୦, ଗଞ୍ଜାମରୁ ୪୮, ସୋନପୁରରୁ ୪୮, ମାଲକାନଗିରିରୁ ୩୮, ବୌଦ୍ଧରୁ ୨୨, ଗଜପତିରୁ ୧୮, ଦେବଗଡରୁ ୧୧, ରାୟଗଡାରୁ ୨ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

Related posts

Leave a Comment