ଫେଲ୍ ମାରିଲା ପଞ୍ଜାବର ମିଡିଲ ଅର୍ଡର

ଦୁବାଇ,୧୦|୧୦: କୋଲକାତା ନାଇନ ରାଇଡର୍ସ ଓ କିଙ୍ଗସ୍ ଏକାଦଶ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ କୋଲକାତା ୨ ରନରେ ବିଜୟ ହାସଲ କରିଛି । ଏହି ରୋମାଞ୍ଚକର ମ୍ୟାଚରେ ପଞ୍ଜାବ ବିଜୟୀ ହେବାକୁ କସରତ୍ କରିଥିଲେ ମଧ୍ୟ ପରାସ୍ତ ହୋଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନାଇଟ୍ ରାଇଡର୍ସକୁ ଆରମ୍ଭରୁ ଦୁଇଟି ଝଟକା ଲାଗିଥିଲା। ୧୨ ରନ ସ୍କୋରରେ ଗତ ମ୍ୟାଚ୍‌ର ହିରୋ  ରାହୁଲ ତ୍ରିପାଠୀ(୪ ରନ) ମହମ୍ମଦ ସାମିଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ନୀତିଶ ରାଣା ଦୁର୍ଭାଗ୍ୟବଶତଃ ରନ୍ ହୋଇ ପାଭିଲିୟନ ଫେରିଥିଲେ। ଏହା ପରେ ଶୁଭମାନ ଗିଲ ଓ ଇଅନ ମୋର୍ଗାନ ତୃତୀୟ ଓ୍ଵିକେଟ୍‌ରେ ୪୯ ରନ ଯୋଡି ଦଳର ସ୍ଥିତିରେ ସୁଧାର ଆଣିଥିଲେ। ୬୩ ରନ ସ୍କୋରରେ ମୋର୍ଗାନ ୨୩ ବଲରୁ ୨ ଚୌକା ଓ ୧…

କରୋନାରେ ଯୁବ ଆଇଏଏସ ଅଫିସରଙ୍କ ମୃତ୍ୟୁ

ମୁମ୍ବାଇ,୧୦|୧୦:  କରୋନା ଭାଇରସର ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଅନେକ ଆକ୍ରାନ୍ତ ଜୀବନ ହାରୁଛନ୍ତି । ଏହାମଧ୍ୟରେ ୨୦୧୫ର ଯୁବ ଆଇଏଏସ ଅଫିସର ସୁଧାକର ସିନ୍ଦେ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ୩୫ ବର୍ଷୀୟ ଯୁବ ଆଇଏଏସ ଅଧିକାରୀ ସୁଧାକରଙ୍କୁ ପ୍ରଥମେ ନାନ୍ଦେଡ ଓ ପରେ ଔରଙ୍ଗାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହେବାରୁ ତାଙ୍କୁ ପୁଣେକୁ ସ୍ଥାନାନ୍ତର କରାଯାଉଥିଲା । କିନ୍ତୁ ପୁଣେରେ ପହଁଚିବା ପୂର୍ବରୁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ଆଇଏଏସ ସୁଧାକର ସିନ୍ଦେ ତ୍ରିପୁରା କ୍ୟାଡରର ଆଇଏଏସ ଅଧିକାରୀ ଥିଲେ । ପୁଣେ ରୁବି ହସ୍ପିଟାଲର ଡାକ୍ତର ସଞ୍ଜୟ ପଠାରେ କହିଛନ୍ତି…

ସୋନୁ ସୁଦଙ୍କୁ ଭାରତ ରତ୍ନ ଦେବା ପାଇଁ ଜୋର ଧରିଲା ଦାବି

ମୁମ୍ବାଇ ୧୦/୧୦: ଅଭିନେତା ସୋନୁ ସୁଦ ଅଭାବୀଙ୍କୁ ସାହାଯ୍ୟ କରିବା ଜାରି ରଖିଛନ୍ତି। ସେ ସୋସିଆଲ୍ ମିଡିଆକୁ ନିଜ ଅସ୍ତ୍ର କରି ଲଗାତାର ଭାବେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। କାହାକୁ ଘର ଯୋଗାଇ ଦିଆଯାଉଛି ତ କାହାର ପାଠପଢ଼ାର ଖର୍ଚ୍ଚ ବହନ କରାଯାଉଛି। ସାହାଯ୍ୟ ଯେଉଁ ଧରଣର ହୋଇଥାଉନା କାହିଁକି ସୋନୁ ନିଜ ଅଭିଯାନ ଜରିଆରେ ସମସ୍ତଙ୍କ ଜୀବନରେ ଖୁସି ନେଇ ଆସୁଛନ୍ତି। ଏବେ ତାଙ୍କର ଏହି ଅନ୍ଦାଜ ଦେଖି ତାଙ୍କର ଜଣେ ପ୍ରଶଂସକ ବଡ଼ ଦାବି କରିଛନ୍ତି। ସୋସିଆଲ ମିଡିଆରେ ସୋନୁ ସୁଦଙ୍କ କାମରେ ଖୁସି ହୋଇ ଜଣେ ପ୍ରଶଂସକ ତାଙ୍କ ପାଇଁ ଭାରତର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନର ଦାବି କରିଛନ୍ତି। ୟୁଜର ଏକ ପୋଷ୍ଟ ଜରିଆରେ ସରକାରଙ୍କୁ ଗୁହାରି କରି ଲେଖିଛନ୍ତି ଯେ ଆଦରଣୀୟ ପ୍ରଧାନମନ୍ତ୍ରୀ ମହାଶୟ,ଆମ ସମସ୍ତ ଦେଶବାସୀଙ୍କ ଦାବି ରହିଛି…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ ବର୍ଷା

ଭୁବନେଶ୍ବର୧୦/୧୦: ଓଡିଆ ଚଳଚ୍ଚିତ୍ର ଜଗତରେ ଜଣେ ସୁପରିଚିତ ଓ ସୁନାମଧନ୍ୟ ନାୟିକ ହେଉଛନ୍ତି ବର୍ଷା ପ୍ରିୟଦର୍ଶନୀ। ବର୍ତ୍ତମାନ ପାରିବାରିକ ଝଡ଼ର ସମ୍ମୁଖୀନ କରୁଛନ୍ତି ବର୍ଷା। ହେଲେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ସେ ଦୁଃଖର ପାହାଡ ଉପ​‌ରେ ଛିଡ଼ା ହୋଇ ମଧ୍ୟ ଅନ୍ୟମାନଙ୍କ ଓଠରେ ହସ ଫୁଟାଇଛନ୍ତି। ଏଭଳି ସମୟରେ ବର୍ଷା ଥକିପଡି ନାହାନ୍ତି କି ଭାଙ୍ଗି ପଡି ନାହାନ୍ତି। ମନରେ ସାହାସ ଜୁଟାଇ ଆଗକୁ ବଢ଼ିଛନ୍ତି, ସମାଜର ହିତରେ ସେ ବହୁତ ଭଲ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ନାରୀମାନଙ୍କ ସୁରକ୍ଷା ଦିଗରେ ବର୍ଷା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରୁଥିବା ସମସ୍ତେ ଜାଣିଛନ୍ତି। ଏପରି କି ବହୁ ଅସହାୟ ଲୋକଙ୍କୁ ସେ ସହାୟତା ପ୍ରଦାନ କରିଛନ୍ତି। କେବଳ ସେତିକି ନୁହେଁ, ନିକଟରେ କୋରାପୁଟର ଝିଅ ନମିତାଙ୍କୁ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ ବର୍ଷା। ସେହିପରି ଦାରିଙ୍ଗବାଡିର ଜଣେ…

କୋଭିଡ୍ ପରୀକ୍ଷା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ୍‌

ଝାରସୁଗୁଡା୧୦/୧୦: ତଳିଆ କର୍ମଚାରୀଙ୍କୁ ହଇରାଣ କରିବା ପଡିଲା ମହଙ୍ଗା। ଝାରସୁଗୁଡା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକଙ୍କ ଅପହରଣର ୩ ଦିନ ଭିତରେ ଘଟଣାର ପର୍ଦ୍ଦାଫାସ କଲା ପୋଲିସ। ମିଳିଥିବା ସୂଚନା ଅନୁସାରେ ଗତ ୬ ତାରିଖ ବିଳମ୍ବିତ ରାତିରେ ଘରେ ଶୋଇବା ସମୟରେ ୮ ଜଣ ବ୍ୟକ୍ତି ଝାରସୁଗୁଡା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକଙ୍କୁ ଭୁଜାଲି ଓ ବନ୍ଧୁକ ଦେଖାଇ ଅପହରଣ କରି କଳାହାଣ୍ଡି ଜିଲ୍ଲାର କେସିଙ୍ଗା ନିକଟରେ ଛାଡି ପଳାଇଥିଲେ। ଏହି ଅପହରଣ ମାମଲାରେ ୮ ଜଣଙ୍କୁ ଗିରଫ କରିଛି ପୋଲିସ୍। ଅପହରଣକାରୀଙ୍କୁ କଳାହାଣ୍ଡି  ଏବଂ ବଲାଙ୍ଗୀର ଜିଲ୍ଲାରୁ ଗିରଫ କରିଛି ପୋଲିସ। ଅପହରଣ ପଛରେ ନିର୍ବାହୀଯନ୍ତ୍ରୀଙ୍କ ଅଫିସର କର୍ମଚାରୀଙ୍କ ହାତ ଥିବା କହିଛନ୍ତି ଝାରସୁଗୁଡ଼ା ଏସପି ରାହୁଲ ପିଆର । ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ଖଣ୍ଡା, ଭୁଜାଲି, ୯ଟି…

ଅକ୍ଟୋବର ୧୨ରୁ ସବୁଠାରୁ ଶସ୍ତା ଦରରେ ସୁନା ବିକିବେ ସରକାର

ମୁମ୍ବାଇ ୧୦/୧୦ : ପର୍ବପର୍ବାଣି ଋତୁ ପୂର୍ବରୁ ମୋଦି ସରକାର ପୁଣି ଥରେ ଆପଣଙ୍କ ପାଇଁ ଶସ୍ତା ସୁନା କିଣିବାକୁ ସୁଯୋଗ ଦେଉଛନ୍ତି। ସୋଭରେନ୍ ଗୋଲ୍ଡ ବଣ୍ଡ୍ ଯୋଜନା ୨୦୨୦-୨୧ର ସପ୍ତମ ସିରିଜ ଅନୁସାରେ ଏହାକୁ ଅକ୍ଟୋବର ୧୨ରୁ ୧୬ ଯାଏଁ କିଣା ଯାଇପାରିବ। ସୋଭରେନ୍ ଗୋଲ୍ଡ ବଣ୍ଡରେ ବିନିଯୋଗକାରୀଙ୍କୁ ଶାରିରୀକ ଭାବେ ସୁନା ମିଳିନଥାଏ। ଏହା ଫିଜିକାଲ୍ ଗୋଲ୍ଡ ତୁଳନାରେ ଅଧିକ ସୁରକ୍ଷିତ। ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏକ ବୟାନରେ କହିଛି ଯେ ସୁନା ବଣ୍ଡର ନିର୍ଗମ ମୂଲ୍ୟ ୫,୦୫୧ଟଙ୍କା ପ୍ରତି ଗ୍ରାମ୍ ସ୍ଥିର କରାଯାଇଛି। ସରକାର ଆରବିଆଇର ପରାମର୍ଶରେ ଅନଲାଇନ୍ ଆବେଦନ କରିବା ଏବଂ ଡିଜିଟାଲ୍ ମାଧ୍ୟମରେ ବିନିଯୋଗ କରୁଥିବା ଲୋକଙ୍କୁ ପ୍ରତି ଗ୍ରାମ୍ ସୁନାରେ ୫୦ଟଙ୍କାର ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋଭରେନ୍ ଗୋଲ୍ଡ ବଣ୍ଡ୍ ଯୋଜନାର ୨୦୨୦-୨୧ ଶୃଙ୍ଖଳାର ଅଷ୍ଟମ ଅଧ୍ୟାୟ…

ଆଦିବାସୀ ମହିଳାଙ୍କୁ ଆର.ଆଇଙ୍କ ଅସଦାଚରଣ ଅଭିଯୋଗ

କୁଚିଣ୍ଡା୧୦/୧୦: ସମ୍ବଲପୁର ଜ଼ିଲ୍ଲା ବାମରା ତହସିଲ ଅନ୍ତର୍ଗତ ଜରବଗା ଆର ଆଇଙ୍କ ଦ୍ୱାର ଜଣେ ଆଦିବାସୀ ମହିଳା ଅସଦାଚରଣର ଶିକାର ହୋଇଥିବା ନେଇ ମହୁଲପାଲି ଥାନାରେ ଅଭିଯୋଗ ହୋଇଛିl ଅପରପକ୍ଷରେ ଅଭିଯୋଗ ଫେରାଇ ନେବାକୁ ଉକ୍ତ ମହିଳାଙ୍କ ସ୍ୱାମୀଙ୍କୁ ଚାପ ପକାଯାଉଥିବ ମଧ୍ୟ ଅଭିଯୋଗ ହୋଇଛି ହେଲେ ଅଭିଯୋଗ ସମ୍ପର୍କରେ ମହୁଲପାଲି ଥାନାଧିକାରୀ ଅନୁସନ୍ଧାନ କଲାପରେ ପଦକ୍ଷେପ ନିଆଯିବା କହିଛନ୍ତି l ସୂଚନା ଅନୁସାରେ ମହୁଲପାଲି ଥାନା ବିଛୁଖଲିଆ ଗାଁର ନେଗୀ କୁଜୁର ତାଙ୍କର ଜମି ପଟ୍ଟା କରିବାକୁ ଜରବଗା ଆର ଆଇ ଅଫିସରେ ଆବେଦନ କରିଥିଲେ l ପଟ୍ଟା କରି ଦେବାକୁ ଆର ଆଇ ଭିକାରୀ ଚରଣ କୁସୁମ ତାଙ୍କୁ ଲାଞ୍ଚ ମଧ୍ୟ ମାଗିଥିଲେ l ଏହା ଵ୍ୟତିତ ନେଗୀଙ୍କ ଅନୁପସ୍ଥିତରେ ଆର ଆଇ ତାଙ୍କ ପତ୍ନୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି l ଏତଲା କ୍ରମେ ମହୁଲପାଲି ପୋଲିସ ଅନୁସନ୍ଧାନ…

ସୁସ୍ଥ ହେଲେ ଆଉ ୩୮୮୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୧୦।୧୦:    ରାଜ୍ୟରେ ଶନିବାର ଆଉ ୩୮୮୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ସୁସ୍ଥ ହୋଇଥିବା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୨୭୩ରେ ପହଁଚିଛି । ସସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଖୋର୍ଧାରୁ ୧୧୪୩ ଜଣ ରହିଥିବା ବେଳେ କଟକରୁ ୩୨୫, ପୁରୀରୁ ୧୯୩, ଝାରସୁଗୁଡାରୁ ୧୫୯, ବାଲେଶ୍ୱରରୁ ୧୩୩, ମୟୂରଭଞ୍ଜରୁ ୧୨୯, ଯାଜପୁରରୁ ୧୨୬, କେନ୍ଦୁଝରରୁ ୧୨୪, କେନ୍ଦ୍ରାପଡାରୁ ୧୨୨, ସୁନ୍ଦରଗଡରୁ ୧୨୧, କଳାହାଣ୍ଡିରୁ ୧୧୨, ବଲାଙ୍ଗୀରରୁ ୧୦୩, ବରଗଡରୁ ୮୧, ନୂଆପଡାରୁ ୮୦, ଢେଙ୍କାନାଳରୁ ୭୯, ଜଗତସିଂହପୁରରୁ ୭୨ଜଣ ଆରୋଗ୍ୟଲାଭ କରିଛନ୍ତି । ସେହିପରି ସମ୍ବଲପୁରରୁ ୭୨, ରାୟଗଡାରୁ ୭୦, ଭଦ୍ରକରୁ ୬୪, କନ୍ଧମାଳରୁ ୫୯, ନବରଙ୍ଗପୁରରୁ ୫୬, ନୟାଗଡରୁ ୫୨, ସୋନପୁରରୁ ୫୦, କୋରାପୁଟରୁ ୪୮, ଗଞ୍ଜାମରୁ ୪୨, ବୌଦ୍ଧରୁ ୨୬, ମାଲକାନଗିରିରୁ ୨୬, ଅନୁଗୋଳରୁ ୧୯, ଦେବଗଡରୁ ୧୬, ଗଜପତିରୁ…