ଅକ୍ଟୋବର ୧୨ରୁ ସବୁଠାରୁ ଶସ୍ତା ଦରରେ ସୁନା ବିକିବେ ସରକାର

ମୁମ୍ବାଇ ୧୦/୧୦ : ପର୍ବପର୍ବାଣି ଋତୁ ପୂର୍ବରୁ ମୋଦି ସରକାର ପୁଣି ଥରେ ଆପଣଙ୍କ ପାଇଁ ଶସ୍ତା ସୁନା କିଣିବାକୁ ସୁଯୋଗ ଦେଉଛନ୍ତି। ସୋଭରେନ୍ ଗୋଲ୍ଡ ବଣ୍ଡ୍ ଯୋଜନା ୨୦୨୦-୨୧ର ସପ୍ତମ ସିରିଜ ଅନୁସାରେ ଏହାକୁ ଅକ୍ଟୋବର ୧୨ରୁ ୧୬ ଯାଏଁ କିଣା ଯାଇପାରିବ। ସୋଭରେନ୍ ଗୋଲ୍ଡ ବଣ୍ଡରେ ବିନିଯୋଗକାରୀଙ୍କୁ ଶାରିରୀକ ଭାବେ ସୁନା ମିଳିନଥାଏ। ଏହା ଫିଜିକାଲ୍ ଗୋଲ୍ଡ ତୁଳନାରେ ଅଧିକ ସୁରକ୍ଷିତ। ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏକ ବୟାନରେ କହିଛି ଯେ ସୁନା ବଣ୍ଡର ନିର୍ଗମ ମୂଲ୍ୟ ୫,୦୫୧ଟଙ୍କା ପ୍ରତି ଗ୍ରାମ୍ ସ୍ଥିର କରାଯାଇଛି। ସରକାର ଆରବିଆଇର ପରାମର୍ଶରେ ଅନଲାଇନ୍ ଆବେଦନ କରିବା ଏବଂ ଡିଜିଟାଲ୍ ମାଧ୍ୟମରେ ବିନିଯୋଗ କରୁଥିବା ଲୋକଙ୍କୁ ପ୍ରତି ଗ୍ରାମ୍ ସୁନାରେ ୫୦ଟଙ୍କାର ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସୋଭରେନ୍ ଗୋଲ୍ଡ ବଣ୍ଡ୍ ଯୋଜନାର ୨୦୨୦-୨୧ ଶୃଙ୍ଖଳାର ଅଷ୍ଟମ ଅଧ୍ୟାୟ ନଭେମ୍ବର ୯ରୁ ୧୩ତାରିଖ ଯାଏଁ ଅଭିଦାନ ପାଇଁ ଖୋଲିବ। ଆରବିଆଇ ଭାରତ ସରକାରଙ୍କ ତରଫରୁ ସୋଭରେନ୍ ଗୋଲ୍ଡ ବଣ୍ଡ୍ ୨୦୨୦-୨୧ଜାରି କରୁଛି।

ସୋଭରେନ୍ ଗୋଲ୍ଡ ବଣ୍ଡ୍ ଯୋଜନାରେ ଏକ ଆର୍ଥିକ ବର୍ଷରେ ଜଣେ ବ୍ୟକ୍ତି ସର୍ବାଧିକ ୪୦୦ଗ୍ରାମ୍ ସୁନାର ବଣ୍ଡ କିଣି ପାରିବ। ସେହିପରି ନ୍ୟୁନତମ ବିନିଯୋଗ ଏକ ଗ୍ରାମର ହେବା ଜରୁରୀ। ଏହି ଯୋଜନାରେ ଆପଣ ଟ୍ୟାକ୍ସ ବଞ୍ଚାଇ ପାରିବେ। ବଣ୍ଡର ଟ୍ରଷ୍ଟି ବ୍ୟକ୍ତି, HUF, ଟ୍ରଷ୍ଟ୍,ବିଶ୍ବବିଦ୍ୟାଳୟ ଏବଂ ଧର୍ମାର୍ଥ ସଂସ୍ଥାଗୁଡ଼ିକୁ ବିକ୍ରି ପାଇଁ ପ୍ରତିବନ୍ଧିତ କରାଯିବ।

ଏସଜିବିର ପ୍ରତ୍ୟେକ ଆବେଦନ ସହ ବିନିଯୋଗକାରୀଙ୍କ PAN ଜରୁରୀ। ସମସ୍ତ ବାଣିଜ୍ୟିକ ବ୍ୟାଙ୍କ,ଡାକଘର,ଷ୍ଟକ୍ ହୋଲଡିଂ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ,ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡ ଏବଂ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ କିମ୍ବା ସିଧାସଳଖ ଏଜେଣ୍ଟଙ୍କ ମାଧ୍ୟମରେ ଆବେଦନ ପ୍ରାପ୍ତ କରିବା ଏବଂ ଗ୍ରାହକଙ୍କୁ ସମସ୍ତ ସେବା ପ୍ରଦାନ କରିବା ପାଇଁ ଅଧିକୃତ।

Related posts

Leave a Comment