କୁଚିଣ୍ଡା୧୦/୧୦: ସମ୍ବଲପୁର ଜ଼ିଲ୍ଲା ବାମରା ତହସିଲ ଅନ୍ତର୍ଗତ ଜରବଗା ଆର ଆଇଙ୍କ ଦ୍ୱାର ଜଣେ ଆଦିବାସୀ ମହିଳା ଅସଦାଚରଣର ଶିକାର ହୋଇଥିବା ନେଇ ମହୁଲପାଲି ଥାନାରେ ଅଭିଯୋଗ ହୋଇଛିl ଅପରପକ୍ଷରେ ଅଭିଯୋଗ ଫେରାଇ ନେବାକୁ ଉକ୍ତ ମହିଳାଙ୍କ ସ୍ୱାମୀଙ୍କୁ ଚାପ ପକାଯାଉଥିବ ମଧ୍ୟ ଅଭିଯୋଗ ହୋଇଛି ହେଲେ ଅଭିଯୋଗ ସମ୍ପର୍କରେ ମହୁଲପାଲି ଥାନାଧିକାରୀ ଅନୁସନ୍ଧାନ କଲାପରେ ପଦକ୍ଷେପ ନିଆଯିବା କହିଛନ୍ତି l ସୂଚନା ଅନୁସାରେ ମହୁଲପାଲି ଥାନା ବିଛୁଖଲିଆ ଗାଁର ନେଗୀ କୁଜୁର ତାଙ୍କର ଜମି ପଟ୍ଟା କରିବାକୁ ଜରବଗା ଆର ଆଇ ଅଫିସରେ ଆବେଦନ କରିଥିଲେ l ପଟ୍ଟା କରି ଦେବାକୁ ଆର ଆଇ ଭିକାରୀ ଚରଣ କୁସୁମ ତାଙ୍କୁ ଲାଞ୍ଚ ମଧ୍ୟ ମାଗିଥିଲେ l ଏହା ଵ୍ୟତିତ ନେଗୀଙ୍କ ଅନୁପସ୍ଥିତରେ ଆର ଆଇ ତାଙ୍କ ପତ୍ନୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି l ଏତଲା କ୍ରମେ ମହୁଲପାଲି ପୋଲିସ ଅନୁସନ୍ଧାନ ଜାରି ରଖିଛି।
ଆଦିବାସୀ ମହିଳାଙ୍କୁ ଆର.ଆଇଙ୍କ ଅସଦାଚରଣ ଅଭିଯୋଗ
