କରୋନାରେ ଯୁବ ଆଇଏଏସ ଅଫିସରଙ୍କ ମୃତ୍ୟୁ

ମୁମ୍ବାଇ,୧୦|୧୦:  କରୋନା ଭାଇରସର ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଅନେକ ଆକ୍ରାନ୍ତ ଜୀବନ ହାରୁଛନ୍ତି । ଏହାମଧ୍ୟରେ ୨୦୧୫ର ଯୁବ ଆଇଏଏସ ଅଫିସର ସୁଧାକର ସିନ୍ଦେ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି ।

କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ୩୫ ବର୍ଷୀୟ ଯୁବ ଆଇଏଏସ ଅଧିକାରୀ ସୁଧାକରଙ୍କୁ ପ୍ରଥମେ ନାନ୍ଦେଡ ଓ ପରେ ଔରଙ୍ଗାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହେବାରୁ ତାଙ୍କୁ ପୁଣେକୁ ସ୍ଥାନାନ୍ତର କରାଯାଉଥିଲା । କିନ୍ତୁ ପୁଣେରେ ପହଁଚିବା ପୂର୍ବରୁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା ।

ଆଇଏଏସ ସୁଧାକର ସିନ୍ଦେ ତ୍ରିପୁରା କ୍ୟାଡରର ଆଇଏଏସ ଅଧିକାରୀ ଥିଲେ । ପୁଣେ ରୁବି ହସ୍ପିଟାଲର ଡାକ୍ତର ସଞ୍ଜୟ ପଠାରେ କହିଛନ୍ତି ଯେ, ହସ୍ପିଟାଲରେ ଭର୍ତ୍ତି କରିବା ପୂର୍ବରୁ ଆଇଏଏସ ଅଧିକାରୀଙ୍କ ମୃତ୍ୟୁ ହୋଇସାରିଥିଲା ।

ସୁଧାକର ସିନ୍ଦେଙ୍କ ସମ୍ପର୍କୀୟଙ୍କ କହିବାନୁସାରେ, ସେ ପ୍ରଥମେ ଔରଙ୍ଗାବାଦର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ପୁଣେ ସ୍ଥାନାନ୍ତର କରାଯାଇଥିଲା ।

ସୂଚନାଯୋଗ୍ୟ, ସୁଧାକର ୧୫ ଦିନ ଛୁଟି ନେଇ ତ୍ରିପୁରାରୁ ନିଜ ପୈତୃକ ଘର ମହାରାଷ୍ଟ୍ରକୁ ଆସିଥିଲେ । ତେବେ ସେ ତ୍ରିପୁରାରେ ରହୁଥିଲେ ବୋଲି ଜଣାପଡିଛି ।

Related posts

Leave a Comment