ପାରିବାରିକ କଳହର କରୁଣ ପରିଣତି, ପୁଅର ଆକ୍ରମଣରେ ବାପା ମୃତ

ଆନନ୍ଦପୁର ୧୨।୧୦: ପାରିବାରିକ କଳହର କରୁଣ ପରିଣତି । ପୁଅର ଆକ୍ରମଣରେ ବାପା ମୃତ । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ମଦନପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହକୁ କେନ୍ଦ୍ରକରି ଗାଁର ପ୍ରମୋଦ କୁମାର ଓଝାଙ୍କୁ ତାଙ୍କ ବଡପୁଅ ରଞ୍ଜନ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଫଳରେ ବାପାଙ୍କ ମୃତ୍ୟୁ ଘଟିଛି ।

ତେବେ ବାପାଙ୍କୁ ବଡଭାଇ ଆକ୍ରମଣ କରୁଥିବା ଦେଖି ଦୁଇ ସାନ ଭାଇ ନାରାୟଣ ଓ ବାସୁ ବଡଭାଇକୁ ନିସ୍ତୁକ ମାଡ ମାରିଥିଲେ । ଦୁଇ ସାନ ଭାଇଙ୍କ ଆକ୍ରମଣରେ ବଡଭାଇ ରଞ୍ଜନ ଗୁରୁତର ହୋଇଛନ୍ତି । ରଞ୍ଜନଙ୍କୁ ପ୍ରଥମେ ସ୍ଥାନୀୟ ସାଇଁକୂଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ରଞ୍ଜନ ଜଣେ ଆଇଟିବିପି ଯବାନ ବୋଲି ଜଣାପଡିଛି । କିଛିଦିନ ତଳେ ସେ ଛୁଟିରେ ଗାଁକୁ ଆସିଥିବା ବେଳେ  ଗତକାଲି ଏଭଳି କାଣ୍ଡ ଘଟାଇଛନ୍ତି । ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚି ମୃତଦେହ ଜବତ କରିବା ସହ ସାନ ଭାଇ ବାସୁ ଓଝାକୁ ଅଟକ ରଖିଛି ।.

Related posts

Leave a Comment