ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

ନୀଳଗିରି ୧୨।୧୦: ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଧିନ ପୋଡାଶୂଳ ଅଞ୍ଚଳରେ ବିଦ୍ୟୁତ ଷ୍ଟ୍ରକଚରରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ନରଣପୁର ଗ୍ରାମର ହିମାଂଶୁ ବାଗ ଓରଫ ମଣ୍ଟୁ । ପୋଡାଶୂଳ ଏବି ସୁଇଚ ପକାଇବା ବେଳେ ଏହା ଚାର୍ଜ ଥିବାରୁ ବିଦ୍ୟୁତ ଆଘାତ ଲାଗିଥିଲା । ତାଙ୍କୁ ଦମକଳ ବାହିନୀ ଆଣି ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ହେଲେ ମୃତକ ଜଣଙ୍କ ବିଦ୍ୟୁତ କର୍ମଚାରୀ ନହୋଇଥିବାରୁ ତାଙ୍କୁ କାମରେ ଲଗାଇଥିବା ବାଲିଗୋହିରୀ ଅଞ୍ଚଳର ମାନସ କୁମାର ଜେନା ଓରଫ ରାଜା ଶବକୁ ଏକ ଆମ୍ବୁଲାନ୍ସରେ ନେଇ ପଳାଇଥିଲେ । ଏନେଇ ଗ୍ରାମବାସୀମାନେ ନୀଳଗିରି ହସ୍ପିଟାଲରେ ପହଁଚି ପାଟିତୁଣ୍ଡ କରିଛନ୍ତି ।

Related posts

Leave a Comment