ଅକ୍ଟୋବର ୧୫ରୁ ଖୋଲିବ ସିନେମା ହଲ, ଚେସ୍ ବୋର୍ଡରେ ବସିବେ ଦର୍ଶକ

ଲକ୍ଷ୍ମୌ ୧୩/୧୦: ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ମୌରେ ସିନେମାହଲ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅକ୍ଟୋବର ୧୫ରୁ ବଡ଼ ପରଦାରେ ସିନେମାର ମଜା ନେଇପାରିବେ ଦର୍ଶକ। ତେ​ବେ କରୋନାରୁ ଦୃଷ୍ଟିରେ ରଖି ସିନେମାହଲରେ ଦର୍ଶକମାନେ ଚେସ ବୋର୍ଡରେ ବସିବେ। ଅର୍ଥାତ ଜଣେ ଦର୍ଶକଙ୍କ ସାମ୍ନାରେ ଓ ଡାହଣ-ବାମରେ କେହି ବସିବେ ନାହିଁ। ଏହି ଚକ୍ରିୟ ସିଟିଂ ପ୍ଲାନ ଲାଗୁ କରିବା ସହ କର୍ମଚାରୀଙ୍କୁ ସେମାନଙ୍କ କରୋନା ରିପୋର୍ଟ ମଧ୍ୟ ଜିଲ୍ଲା ପ୍ରଶାସନ ଦେବାକୁ ହେବ।

ହଲରେ ସଫା ସୁତୁରା ଓ ସାନିଟାଇଜ ବ୍ୟବସ୍ଥା ଉପରେ ଦୃଷ୍ଟି ଦିଆଯିବ। କେବଳ ଏତିକି ନୁହେଁ ପ୍ରତିଟି ଶୋ’ ପରେ ହଲକୁ ସାନିଟାଇଜ କରାଯିବ। ଏହା ସହ କୋଭିଡ୍ ହେଲପ ଡେସ୍କ ଓ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ହେବ।

କୋଭିଡ ଲକ୍ଷଣ ଦେଖା ଦେବା ମାତ୍ରେ ଇଣ୍ଟିଗ୍ରେଟେଡ୍ କଂଟ୍ରୋଲ ରୁମକୁ ଖବର ଦେବାକୁ ହେବ। ଦର୍ଶକଙ୍କ ନାଁ, ଠିକଣା ଓ ମୋବାଇ ନମ୍ବର ରେକର୍ଡ କରାଯିବ। ଦର୍ଶକଙ୍କ ମୋବାଇଲରେ ଆରୋଗ୍ୟ ସେତୁ ଆପ ରହିବା ଅନିବାର୍ଯ୍ୟ। ମାସ୍କ ପିନ୍ଧି ନ ଥିବା ଦର୍ଶକଙ୍କୁ ହଲ ଭିତରକୁ ପ୍ରବେଶ ମନା।

Related posts

Leave a Comment