ଆଜିଠୁ ଖୋଲିବ ଦିଲ୍ଲୀର ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ ୧୩/୧୦: ସ୍ବାମୀନାରାୟଣ ଅକ୍ଷରଧାମ ମନ୍ଦିର ଗତ କିଛି ମାସ ହେବ କରୋନା ମହାମାରୀ ଯୋଗୁଁ ବନ୍ଦ ଥିଲା। ଅକ୍ଷରଧାମ ପ୍ରଶାସନ ଏବେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛି। ଅକ୍ଟୋବର ୧୩ ଅର୍ଥାତ୍ ଆଜିଠୁ  ସନ୍ଧ୍ୟା ୫ଟା​‌ରେ ମନ୍ଦିର ଭକ୍ତଙ୍କ ପାଇଁ ଖୋଲାଯିବ।

ପ୍ରଥମେ ଅଳ୍ପ ସମୟ ପାଇଁ ଭକ୍ତଙ୍କୁ ପ୍ରବେଶ କରିବା ପାଇଁ ଅନୁମତି ଦିଆଯିବ। ପରେ ୭.୧୫ରେ ପ୍ରସିଦ୍ଧ ସହଜ ଆନନ୍ଦ ଓ୍ବାଟର ଶୋର ପ୍ରସ୍ତୁତି ହେବ। ଏହା ସହ ପ୍ରେମବତୀ ଫୁଡ ଷ୍ଟଲରୁ କିଛି ଜଳଖିଆ ଉପଲବ୍ଧ ରହିବ ଏବଂ ଅକ୍ଷରଧାମ ହାଟରୁ ଛୋଟ ମୋଟ ହର୍ବାଲ୍ ଉତ୍ପାଦ ଉପଲବ୍ଧ ହେବ।

Related posts

Leave a Comment