ଶୁଣିଲାନି ପ୍ରଶାସନ, ବାଧ୍ୟ ହୋଇ ଗାଁଲୋକେ ଖୋଲିଦେଲେ ନଦୀ ମୁହାଁଣ

ଖଲ୍ଲିକୋଟ ୧୪।୧୦: ପ୍ରବଳ ବର୍ଷା ପରେ ନଦୀର ବନ୍ୟାଜଳ ସମୁଦ୍ରକୁ ଯିବା ବଦଳରେ ପଶିଆସିଥିଲା ଗାଁ ଭିତରକୁ । କାରଣ, ବନ୍ଦ ହୋଇଯାଇଥିଲା ନଦୀ ମୁହାଣ । ଫଳରେ ଗଞ୍ଜାମ ବ୍ଳକର ୮ଖଣ୍ଡ ଗାଁ ଫଶିରହିଥିଲେ ପାଣି ଭିତରେ ।

ତେବେ ଆଜି ଗାଁ ଲୋକଙ୍କ ସହାୟତାରେ ଖୋଳାଯାଇଛି ଋଷିକୂଲ୍ୟା ନଦୀ ମୁହାଣ । ଆଉ ନିଷ୍କାସିତ ହୋଇଛି ବନ୍ୟା ପାଣି । ତେବେ ଏହି ବିଷୟରେ ପ୍ରଶାସନକୁ ବାରମ୍ବାର କୁହାଯାଇଥିବେ ସତ୍ତ୍ୱେ ପ୍ରଶାସନ କିଛି ପଦକ୍ଷେପ ନ ନେବାରୁ ଆଜି ବାଧ୍ୟ ହୋଇ ଗ୍ରାମବାସୀ ନିଜସ୍ଵ ଉଦ୍ୟମରେ ମୁହାଣ ଖୋଳିଥିଲେ ଏବଂ ବନ୍ୟା ଜଳକୁ ସମୁଦ୍ରରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ ।

Related posts

Leave a Comment