୧୫ଟି ସନ୍ତାନର ଜନନୀ ଷୋଡଶ ସନ୍ତାନକୁ ଜନ୍ମ ଦେବା ବେଳେ ପ୍ରାଣ ହରାଇଲେ

ଭୋପାଳ ୧୪।୧୦: ମଧ୍ୟପ୍ରଦେଶ ଡାକୋ ଜିଲ୍ଲାରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ଏବଂ ନବଜାତ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି । ମହିଳା ଜଣଙ୍କ ୧୬ ଥର ପାଇଁ ଗର୍ଭବତୀ ହୋଇଥିଲେ । ଷୋଡସ ସନ୍ତାନକୁ ଜନ୍ମ ଦେବାର କିଛି ସମୟରେ ପରେ ହିଁ ଉଭୟ ମା’ ଓ ଶିଶୁଙ୍କ ମୃତ୍ୟୁ ହୋଇଛି ।

ସ୍ଥାନୀୟ ପ୍ରଶାସନର ସୂଚନା ଅନୁସାରେ, ପଢାଝିରରେ ରହୁଥିବା ୪୫ ବର୍ଷ ବୟସ୍କା ସୁଖରାନୀ ଅହିରବାର ନିଜର ୧୬ତମ ଶିଶୁକୁ ଜନ୍ମ ଦେବାବେଳେ ତାଙ୍କର ମୃତ୍ୟୁ ହୋଇଛି । ମହିଳା ଜଣଙ୍କ ଜୁଲାଇ ମାସରେ ଗର୍ଭଧାରଣା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଞ୍ଜୀକରଣ କରାଇଥିଲ । ସେପ୍ଟେମ୍ବର ମାସରେ ତାଙ୍କ ଅବସ୍ଥା ଶୋଚନୀୟ ଥିବା ଆଶା କର୍ମୀ ଜଣାଇଥିଲେ । ଗତ ଶନିବାର ଦିନ ହଠାତ ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା । ମହିଳା ଜଣଙ୍କ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ସେହି ସମୟରେ ଗୁରୁତର ହୋଇ ପଡିଥିଲେ ମହିଳା । ଉଭୟ ମା’ ଏବଂ ଶିଶୁଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାରଲୋକ ଉଭୟଙ୍କୁ ନିକଟସ୍ଥ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ରାସ୍ତାରେ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା ।

ମହିଳାଙ୍କ ମୃତ୍ୟୁ ପରେ କାର୍ଯ୍ୟରେ ଅବହେଳା ପାଇଁ ଏଏନଏମ ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ନିଲମ୍ବିତ କରାଯାଇଛି । ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ମହିଳାଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇବାରେ ଉଭୟ ବିଫଳ ହୋଇଥିଲେ । ଆଶା କର୍ମୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

ଆଶା କର୍ମୀ କହଛନ୍ତି ଯେ, ମହିଳା ଜଣଙ୍କ ୧୬ଥର ପାଇଁ ମା’ ହୋଇଥିଲେ । ପୂର୍ବରୁ ମହିଳାଙ୍କର ୧୫ ସନ୍ତାନମାନଙ୍କ ମଧ୍ୟରୁ ମାତ୍ର ୪ ଜଣ ପୁଅ ଏବଂ ୪ ଜଣ ଝିଅ ଜୀବନ୍ତ ଅଛନ୍ତି । ୭ ସନ୍ତାନଙ୍କର ପୂର୍ବରୁ ମୃତ୍ୟୁ ହୋଇସାରିଛି ।

ସୂଚନାଯୋଗ୍ୟ ଯେ, ମହିଳା ଜଣଙ୍କ ୧୬ଥର ପାଇଁ ଗର୍ଭବତୀ ହୋଇଥିଲେ । ପୂର୍ବରୁ ମହିଳାଙ୍କର ୧୫ଟି ସନ୍ତାନମାନଙ୍କ ମଧ୍ୟରୁ ମାତ୍ର ୪ ଜଣ ପୁଅ ଏବଂ ୪ ଜଣ ଝିଅ ଜୀବିତ ଅଛନ୍ତି । ୭ ସନ୍ତାନଙ୍କର ପୂର୍ବରୁ ମୃତ୍ୟୁ ହୋଇସାରିଛି ।

Related posts

Leave a Comment