ନୂଆଦିଲ୍ଲୀ ୧୬।୧୦: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ବିବାଦ ମାମଲାରେ ବର୍ଷାଙ୍କ ଟ୍ରାନ୍ସଫର ପିଟିସନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ସୁପ୍ରିମକୋର୍ଟରେ ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣି ହେବ ।
ପୂର୍ବରୁ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଅନୁଭବ ମହାନ୍ତି ଦାୟର କରିଥିବା ଛାଡପତ୍ର ମାମଲାକୁ କଟକ ସ୍ଥାନାନ୍ତର କରିବା ପାଇଁ ବର୍ଷା ସୁପ୍ରମିକୋର୍ଟରେ ଆବେଦନ କରିଥିଲେ । ଅକ୍ଟୋବର ୭ରେ ଦିଲ୍ଲୀରେ ପଟିଆଲା ହାଉସ୍ କୋର୍ଟ ବର୍ଷାଙ୍କୁ ସମନ ଜାରି କରି ଡିସେମ୍ବରରେ ହେବାକୁ ଥିବା ଶୁଣାଣିରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।
ତେବେ ଆଜି ସୁପ୍ରିମକୋର୍ଟ କୋର୍ଟ ଛାଡପତ୍ର ଶୁଣାଣିକୁ ସ୍ଥାନାନ୍ତର କରିବା ପାଇଁ କଣ ନିଷ୍ପତ୍ତି ନେବେ ତା ଉପରେ ନଜର ରହିବ।