୭୫ ବର୍ଷରେ ପାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର ୧୬।୧୦: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୫ ବର୍ଷରେ ପାଦ ଦେଇଛନ୍ତି । କରୋନା ସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ଆଜି ଜନ୍ମଦିନ ପାଳନ କରିବେ ନାହିଁ । ତେଣୁ ନବୀନ ନିବାସ ନ ଆସି ଗରିବ ଲୋକଙ୍କୁ ସାହାଯ୍ୟ ସହଯୋଗ କରିବା ସହ ରକ୍ତ ଦାନ, ପ୍ଲାଜମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ବାସୀଙ୍କ ଭଲ ପାଇବା ଓ ଶୁଭେଚ୍ଛା ନିମନ୍ତେ ସେ ସବୁବେଳେ ଋଣୀ । ଗତ ୮ ମାସ ହେଲା କୋଭିଡ୍ ଯୋଗୁଁ ସମସ୍ତେ କଠିନ ସମୟ ଦେଇ ଗତି କରୁଛନ୍ତି । ତେଣୁ ନବୀନ ନିବାସ ନଆସି ଗରିବ ଲୋକଙ୍କୁ ସାହାଯ୍ୟ କରିବା, ରକ୍ତ ଦାନ କରିବା ଏବଂ ପ୍ଲାଜମା ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ଦୀର୍ଘ ୨୦ ବର୍ଷ ଧରି ନବୀନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ରାଜ୍ୟକୁ ସମୃଦ୍ଧି ପଥରେ ଆଗେଇ ନେଇଛନ୍ତି । ଏବେ ରାଜ୍ୟ ସବୁ ଦିଗରୁ ସମୃଦ୍ଧ । ବର୍ତ୍ତମାନ କୋଭିଡ୍ ମହାମାରୀ ସମୟରେ ଲୋକଙ୍କୁ କିପରି ସ୍ବାସ୍ଥ୍ୟ ସେବା ଯୋଗାଇ ହେବ ତା ଉପରେ ଗୁରୁତ୍ବ ଦିଆଯାଇଛି । ଖୁବ୍ କମ୍ ଦିନରେ କୋଭିଡ୍ ହସ୍ପିଟାଲ ଖୋଲିବା ସହ କରୋନା ଆକ୍ରାନ୍ତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଇଛି।

Related posts

Leave a Comment