OTP ନ ଥିଲେ ମିଳିବ ନାହିଁ LPG ସିଲିଣ୍ଡର

ନୂଆଦିଲ୍ଲୀ ୧୬/୧୦: ଏଣିକି ଘରୋଇ ଗ୍ୟାସ ସିଲିଣ୍ଡର ହୋମ ଡେଲିଭରୀ ପ୍ରକ୍ରିୟା ପୂର୍ବ ଭଳି ରହିବ ନାହିଁ। ଅର୍ଥାତ ନଭେମ୍ବର ୧ରୁ ଡେଲିଭରୀ ସିଷ୍ଟମ ବଦଳିବ। ଆଗାମୀ ଦିନ​‌ରେ ଓଟିପି ନ ଥିଲେ ମିଳିବ ନାହିଁ ଏଲପିଜି ସିଲିଣ୍ଡର। ଚୋରି ରୋକିବା ଓ ଗ୍ରାହକଙ୍କୁ ଜାଣିବା ଲାଗି ତେଲ କମ୍ପାନି ନୂଆ ଏଲପିଜି ସିଲିଣ୍ଡରର ନୂତନ ଡେଲିଭରି ସିଷ୍ଟମ ଲାଗୁ କରିବ। ଏହି ନୂଆ ସିଷ୍ଟମର ନାଁ ‘ଡେଲିଭରି ଅନ୍ଥଟିକେସନ କୋଡ’ (ଡିଏସି)। ପ୍ରଥମେ ୧୦୦ ସ୍ମାର୍ଟସିଟିରେ ଏହି ସିଷ୍ଟମ ଲାଗୁ ହେବ। ଏହା ପରେ ଅନ୍ୟ ସହରରେ ଧୀରେ ଧୀରେ ଏ ପ୍ରକ୍ରିୟା ଲାଗୁ ହେବ। ତେବେ ଜୟପୁରରେ ପ୍ରଥମେ ଏହାର ପାଇଲଟ୍ ପ୍ରୋଜେକ୍ଟରେ କାମ ଚାଲିଛି।

କେବଳ ବୁକିଂ କରିଦେଲେ ସିଲିଣ୍ଡର ଡେଲିଭରି ହେବ ନାହିଁ। ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବରକୁ ଏକ କୋଡ ପଠାଯିବ। ସେହି କୋଡକୁ ଯେତେ ପର୍ଯ୍ୟନ୍ତ ଡେଲିଭରି ବଏକୁ ନ ଦେଖାଇଛନ୍ତି ସେପର୍ଯ୍ୟନ୍ତ ସିଲିଣ୍ଡର ହେଲିଭରି ହେବ ନାହିଁ। ଯଦି କୌଣସି ଗ୍ରାହକଙ୍କ ମୋବାଇଲ ନମ୍ବର ଅପଡେଟ ନାହିଁ, ଡେଲିଭରି ବଏ ପାଖରେ ଆପ ଥିବ ଯାହା ଜରିଆରେ ସେ ବାସ୍ତବିକ ସମୟ ମଧ୍ୟରେ ନମ୍ବର ଅପଡେଟ୍ କରି ନେବ ଓ ଏହା ପରେ କୋଡ ଜେନରେଟ୍ ହୋଇଯିବ।

ମୋବାଇଲ ନମ୍ବର ଭୁଲ ଥିବା ତଥା ଠିକଣା ନ ଥିବା ଗ୍ରାହକଙ୍କ ସମସ୍ୟା ନୂଆ ନିୟମରେ ବଦଳିଯିବ। ଏହା ଦ୍ବାରା ଏଭଳି ଗ୍ରାହକଙ୍କ ସିଲିଣ୍ଡର ଡେଲିଭରି ରୋକି ଦିଆଯାଇପାରେ। ତେବେ ଏହି ସିଷ୍ଟମ କିନ୍ତୁ କମର୍ସିଆଲ ସିଲିଣ୍ଡର ଉପରେ ଲାଗୁ ହେବ ନାହିଁ।

Related posts

Leave a Comment