ସୋସିଆଲ୍‌ ମିଡିଆରେ ମିଥ୍ୟା ଖବର ପ୍ରଚାର ଅଭିଯୋଗରେ ଓକିଲ ଗିରଫ

ମୁମ୍ବାଇ ୧୬/୧୦: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ମିଥ୍ୟା ଖବର ପ୍ରଚାର କରୁଥିବା ଜଣେ ଓକିଲଙ୍କୁ ଗିରଫ କରିଛି ପୋଲିସ୍‌। ସୁଶାନ୍ତଙ୍କ ମାମଲାରେ ମନଗଢ଼ା କାହାଣୀ ସହ ମାମଲାରେ ସମ୍ପୃକ୍ତି ନଥିବା ବ୍ୟକ୍ତିଙ୍କୁ ନେଇ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିବାକୁ ନେଇ ମୁମ୍ବାଇ ପୋଲିସର ସାଇବର ସେଲ୍‌ ଅଭିଯୁକ୍ତ ଓକିଲଙ୍କୁ ଗିରଫ କରିଛି । ଦିଲ୍ଲୀର ଅଭିଯୁକ୍ତ ଓକିଲଙ୍କ ନାଁ ବିଭୋର ଆନନ୍ଦଙ୍କୁ ଆଇପିସି ଓ ଆଇଟି ଆକ୍ଟ ଜରିଆରେ ଗିରଫ କରାଯାଇଛି।

ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଜ ଡିସିପି ଆକବର ପଠାନଙ୍କ ଅନୁସାରେ, ବିଭୋର ଆନନ୍ଦ ସୁଶାନ୍ତ ଓ ଦିଶାଙ୍କ ମୃତ୍ୟୁ ମାମଲାରେ ଭିତ୍ତିହୀତ ଥଓରି ପ୍ରସ୍ତୁତ କରି ପ୍ରସାର କରୁଥିଲା। ଏହାସହ ମୁମ୍ବାଇ ପୋଲିସ ସମ୍ପର୍କରେ ଅଭଦ୍ର ଟିପ୍ପଣୀ କରୁଥିବ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଓକିଲଜଣଙ୍କ କେବଳ ମୁମ୍ବାଇ ପୋଲିସ ନୁହେଁ ବରଂ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରି ଆପତ୍ତିଜନକ ପୋଷ୍ଟ ସୋସିଆଲ୍‌ ମିଡିଆରେ କରୁଥିଲେ। ତେବେ ତାଙ୍କୁ ଦିଲ୍ଳୀରୁ ଗିରଫ କରିବା ପରେ ମୁମ୍ବାଇ ଆଣିଛି କ୍ରାଇମ୍‌ବ୍ରାଞ୍ଚ।

ସୁଶାନ୍ତ ସଂଙ୍କ ମୃତ୍ୟୁ ପରେ ମୁମ୍ବାଇ ପୋଲିସ୍‌କୁ ବହୁ ଟ୍ରୋଲ୍‌ର ଶିକାର ହେବାକୁ ପଡ଼ିଥିଲା। କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ମହାରାଷ୍ଟ୍ର ସରକାର ଓ ମୁମ୍ବାଇ ପୋଲିସକୁ ଟ୍ରୋଲ୍‌ କରାଯାଇଥିଲା। ଏପରିକି ଏହି ସମୟରେ ୮୦ ହଜାର ଫେକ୍‌ ଆକାଉଣ୍ଟ ସକ୍ରିୟ ଥିବା ବେଳେ ଏଗୁଡ଼ିକର ଯାଞ୍ଚ କରାଯାଉଛି ବୋଲି ମୁମ୍ବାଇ ପୋଲିସ ପକ୍ଷରୁ ସୂଚନା ମିଳିଛି।

Related posts

Leave a Comment