କଳିଙ୍ଗା ଘାଟିରେ ପୁଣି ଦୁର୍ଘଟଣା

ସାନଖେମୁଣ୍ଡି ୧୮।୧୦: କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ପୁଣି ଦୁର୍ଘଟଣା । ବିଳମ୍ବତି ରାତିରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରକ । ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ ଭଂଜନଗର ମେଡିକାଲ ଓ ପରେ ପରେ ବ୍ରହ୍ମପୁର ବଡ ମେଡିକାଲକୁ ଚିକତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି ।

ଟ୍ରକଟି ସମ୍ବଲପୁରରୁ ଲୁହା ରଡ ବୋଝେଇ କରି ଅ।ନ୍ଧ୍ର ପ୍ରଦେଶ ଯାଉଥିବା ବେଳେ କଳିଙ୍ଗା ଘାଟିରେ ଦୁର୍ଘଟଣା ଘଟିଥିଲା । ବ୍ରେକଫେଲ ହେବା କାରଣରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଥିବା ବେଳେ ଜେ ରବି ଏବଂ ହେଲପର ଏସ୍ କେ ଖାସିମ୍ ଗୁରୁତର ହୋଇଛନ୍ତି ।

Related posts

Leave a Comment