ରାଜଧାନୀରୁ ଆଉ ୨୧୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, ୧୯।୧୦: ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୨୧୩  ଜଣ କରୋନା ପଜିଟିଭ୍ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୭୪୪୧ରେ ପହଞ୍ଚିଛି । ସୋମବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୬୮ ଜଣ ରହିଥିବା ବେଳେ ୧୪୫ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୩୦୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସୂଚନାଯୋଗ୍ୟ ଯେ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୭୪୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୮୩୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୪୪୫୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୧୪୦ ଜଣଙ୍କର ମୃତ୍ୟୁ ହୋଇଛି ।

ଇମ୍ରାନଙ୍କ ଗାଦି ଟଳମଳ: ଗାଦି ଛାଡ଼ିବା ଲାଗି ଚ୍ୟାଲେଞ୍ଜ ଦେଲେ ନୱାଜ୍ ସରିଫ୍‌ଙ୍କ ଝିଅ ମରୟାମ୍ ନୱାଜ୍

କରାଚୀ ୧୯/୧୦ : ପାକିସ୍ତାନରେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇଛନ୍ତି ଆଉ ଇମ୍ରାନ ଖାନଙ୍କୁ ତଡ଼ିବା ପାଇଁ ରଣ ହୁଂକାର ଦେଉଛନ୍ତି। ଆଉ ଏତିକିବେଳେ ଇମ୍ରାନ ବି ଏମିତି ଚାଲ୍ ଖେଳିଛନ୍ତି ଯେଉଁଥିରେ ବିରୋଧୀ ଅକଳରେ ପଡ଼ିଛନ୍ତି। ଇମ୍ରାନଙ୍କୁ ଗାଦି ଛାଡ଼ିବା ଲାଗି ଚ୍ୟାଲେଞ୍ଜ ଦେଲେ ନୱାଜ ସରିଫଙ୍କ ଝିଅ ଓ ୨୪ ଘଣ୍ଟା ଭିତରେ ମିରୱାଜଙ୍କ ପତି ସଫଦାର ଆୱାମଙ୍କୁ ଗିରଫ କରିଛି ପୋଲିସ । ଗତକାଲି କରାଚୀରେ ୧୧ ବିରୋଧୀ ଦଳ ଏକାଠି ହୋଇ ଗଠନ କରିଛନ୍ତି ପିପୁଲ୍ସସ ଡେମୋକ୍ରିଟିକ୍ ମୁଭମେଣ୍ଟ। ଇମ୍ରାନ ଖାନଙ୍କ ବିରୋଧରେ ଏହି ସାମ୍ମୁଖ୍ୟ ଭିନ୍ନ ଭିନ୍ନ ସ୍ଥାନରେ ରାଲି କରୁଛି। ଗତକାଲି କରାଚୀରେ ହୋଇଥିଲା ବିଶାଳ ରାଲି, ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ୍ ଲିଗ୍ (ଏନ) ପକ୍ଷରୁ ତାଙ୍କ ଝିଅ ଓ ଜ୍ବାଇଁ ଏଥିରେ ସାମିଲ ହୋଇଥିଲେ।ସେହିପରି ପାକିସ୍ତାନ…

ଆଇସିସି ଟି-୨୦ ବିଶ୍ଵକପରେ ପାକିସ୍ତାନ ଖେଳିବ କି ନାହିଁ ? ନିଷ୍ପତ୍ତି ମୋଦୀ ସରକାରଙ୍କ ହାତରେ

ନୂଆଦିଲ୍ଲୀ ୧୯।୧୦: ଭାରତରେ ଆସନ୍ତା ବର୍ଷ ହେବାକୁ ଯାଉଛି ଆଇସିସି ଟି-୨୦ ବିଶ୍ଵକପ୍। ଏଥିରେ ଭାଗ ନେବାକୁ ଚାହୁଁଛି ପାରମ୍ପରିକ ପ୍ରତିଦ୍ଵନ୍ଦୀ ପାକିସ୍ତାନ। ଏହି ସଂଦର୍ଭରେ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି)ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଓ୍ଵାସିମ ଖାନ କହିଛନ୍ତି, ତାଙ୍କ ବୋର୍ଡ ଚାହୁଁଛି ଆଗାମୀ ବର୍ଷ ଅକ୍ଟୋବରରେ ଭାରତରେ ଖେଳାଯାଉଥିବା ଟି-୨୦ ବିଶ୍ଵକପ୍‌ ପାଇଁ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ତାରି ଖେଳାଳି ଏବଂ ଅଧିକାରୀଙ୍କୁ ଭିସା ଦେବା ପ୍ରସଙ୍ଗରେ ୨୦୨୧ ଜାନୁଆରୀ ସୁଦ୍ଧା ଆଶ୍ଵାସନା ଦେଉ। ପିସିବି ସିଇଓ ଏହା ମଧ୍ୟ କହିଛନ୍ତି ନିକଟ ଭବିଷ୍ୟତରେ ଭାରତ-ପାକ୍ ମଧ୍ୟରେ ଦ୍ଵିପାକ୍ଷିକ ଶୃଙ୍ଖଳା ଖେଳାଯିବାର କୌଣସି ସମ୍ଭାବନା ନାହିଁ। ୨୦୨୩ରୁ ଆରମ୍ଭ ହେଉଥିବା ଆଗାମୀ ଭବିଷ୍ୟତ ଗସ୍ତ କାର୍ଯ୍ୟକ୍ରମରେ ମଧ୍ୟ ଏହାକୁ ଜାଗା ଦିଆଯିବ ନାହିଁ। ଭାରତ ୨୦୨୧ ଅକ୍ଟୋବରରେ ଟି-୨୦ ବିଶ୍ଵକପ୍ ଆୟୋଜନ କରୁଛି। ଭାରତ ଓ…

ଆଇପିଏଲ-୨୦୨୦ : ଟସ୍ ଜିତିଲା ଚେନ୍ନାଇ, ପ୍ରଥମେ କରିବ ବ୍ୟାଟିଂ

ଦୁବାଇ, ୧୯|୧୦: ଆଜି ଆଇପିଏଲ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ରାଜସ୍ଥାନ ରୟାଲ୍ସ । ତେବେ ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଚେନ୍ନାଇ । ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ପ୍ରଥମେ ଫିଲ୍ଡିଂ କରିବ ରାଜସ୍ଥାନ । ଉଭୟ ଦଳ ପାଇଁ ଏହି ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ । ଏବେ ଦୁଇ ଦଳ କର ବା ମର ସ୍ଥିତିରେ ରହିଛନ୍ତି । ପ୍ଲେ-ଅଫ୍‌ ଦୌଡ଼ରେ ରହିବାକୁ ହେଲେ ମ୍ୟାଚ୍‌ ବିଜୟୀ ହେବା ଜରୁରୀ ହୋଇପଡ଼ିଛି । ତେଣୁ ଆଜିର ମ୍ୟାଚରେ କୌଣସି ତ୍ରୁଟି ଦୋହରାଇବାକୁ ଚାହିଁବେନି ଉଭୟ ଦଳ । ସୁପର କିଙ୍ଗ୍‌ସ ଓ ରୟାଲ୍ସ ୯ଟି ଲେଖାଏଁ ମ୍ୟାଚ୍‌ ଖେଳି ପ୍ରତ୍ୟେକ ୬ପଏଣ୍ଟ ସହ ଯଥାକ୍ରମେ ଷଷ୍ଠ…

“ମୋ ବିଦ୍ୟୁତ୍”‌ ଆପ୍‌ର ଶୁଭାରମ୍ଭ: ଅନ୍‌ଲାଇନ୍‌ରେ ପୈଠ କରିପାରିବେ ବିଦ୍ୟୁତ ଶୁଳ୍କ

ଭୁବନେଶ୍ବର ୧୯/ ୧୦: “ମୋ ବିଦ୍ୟୁତ୍”‌ ଆପ୍‌ର ଶୁଭାରମ୍ଭ। ଜନସାଧାରଣଙ୍କ ସୁବିଧା ନିମନ୍ତେ ସୋମବାର ସନ୍ଧ୍ୟାରେ “ମୋ ବିଦ୍ୟୁତ୍”‌ ଆପ୍‌ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଣିକି ଅନ୍‌ଲାଇନ୍‌ ଆପ୍‌ ମାଧ୍ୟମରେ ଜନସାଧାରଣ ବିଦ୍ୟୁତ୍‌ ବିଲ୍‌ ପୈଠ କରି ପାରିବେ। ଗ୍ରାହକମାନେ ଅନ୍‌ଲାଇନ୍‌ରେ ବିଦ୍ୟୁତ୍‌ ଦେୟ ଦେଲେ ମିଳିବ ୨ % ରିହାତି। ଏହି ଆପ୍‌ ମାଧ୍ୟମରେ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ଅଭିଯୋଗର ତୁରନ୍ତ ସାମଧାନ କରାଯାଇ ପାରିବ ମଧ୍ୟ।

ଭାରତରେ ୨୦୨୧ ଫେବୃଆରୀ ସୁଦ୍ଧା କରୋନା ସକ୍ରିୟ କେସ୍ ସଂଖ୍ୟା କେବଳ ୪୦ ହଜାରରେ ରହିଯିବ: ସ୍ଵାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ ୧୯।୧୦: କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଡ.  ହର୍ଷବର୍ଦ୍ଧନ କହିଛନ୍ତି ଆଗାମୀ ମାସ ଫେବୃଆରୀ ସୁଦ୍ଧା ଦେଶରେ କରୋନା ଭାଇରସ୍‌ର ସକ୍ରିୟ ସଂଖ୍ୟା ହ୍ରାସ ପାଇ ୪୦ ହଜାରକୁ ଖସି ଆସିବ।  ବଡ ବଡ ବୈଜ୍ଞାନିକଙ୍କ ଦ୍ଵାରା ହୋଇଥିବା ଗବେଷଣା ଆଧାରରେ କେନ୍ଦ୍ର ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ବିଜ୍ଞାନ ଓ ଅଦୌଗିକି ମନ୍ତ୍ରଣାଳୟ  ଦୁନିଆର ଅନେକ ବଡ ବଡ ବୈଜ୍ଞାନିକଙ୍କ ସାହାଯ୍ୟରେ କରୋନା ଆକଳନ ମୋଡେଲ୍ ପ୍ରସ୍ତୁତ କରିଛି।  ବୈଜ୍ଞାନିକଙ୍କ ଅଧ୍ୟୟନରୁ ଜଣା ପଡିଛି ଯେ, ଆଗାମୀ ତିନି ଚାରି ମାସରେ କରୋନା ସଂକ୍ରମଣ ହ୍ରାସ ପାଇବ। ୨୦୨୧ ଫେବୃଆରୀ ସୁଦ୍ଧା ଦେଶରେ କେବଳ ସକ୍ରିୟ କେସ୍ ସଂଖ୍ୟା ୪୦ ହଜାର ରହିବ। ସ୍ଵାସ୍ଥ୍ୟ ମନ୍ତ୍ରୀ ଭ୍ୟାକସିନକୁ ନେଇ କହିଛନ୍ତି, ଭ୍ୟାକ୍ସିନେସନ, କର୍ମଚାରୀଙ୍କ ପ୍ରଶିକ୍ଷଣ ଓ ଅନ୍ୟ ଦିଗକୁ ନେଇ ସମୟ…

UP ସରକାରଙ୍କ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ଝଟକା, ପ୍ରଥମ ଦିନରେ Covid-19 ଚିହ୍ନଟ ହେଲେ ୨ ଛାତ୍ରୀ

ବାରାବାଙ୍କୀ ୧୯।୧୦: ଅନଲକ୍‌ ୫.୦ରେ ତମାମ ସୁରକ୍ଷା ସତ୍ତ୍ୱେ ସ୍କୁଲ ଖୋଲିବା ନିଷ୍ପତ୍ତି ସରକାରଙ୍କ ଲାଗି ମହଙ୍ଗା ସାବ୍ୟସ୍ତ ହୋଇଛି। ନିଷ୍ପତ୍ତି ଅନୁସାରେ ସୋମବାର ରାଜ୍ୟରେ ସମସ୍ତ ସ୍କୁଲ ଓ କଲେଜ ଖୋଲିଛି। ହେଲେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହାର ଅତ୍ୟନ୍ତ ନଗଣ୍ୟ ଦେଖାଯାଇଛି। ଏଥିରେ ଗବର୍ଣ୍ଣମେଣ୍ଟ ଗାର୍ଲସ ଇଣ୍ଟର କଲେଜକୁ ଆସିଥିବା ୫୦ ଛାତ୍ରୀଙ୍କ୨ ଛାତ୍ରୀଙ୍କୁ ହୋମ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି। ଛାତ୍ରୀଙ୍କ ଅଭିଭାବକଙ୍କୁ ଏ ନେଇ ସୂଚିତ କରାଯାଇଥିବା ବେଳେ ଘରେ କାହା ସଙ୍ଗେ ମିଳାମିଶା ନକରି ଗୋଟିଏ ରୁମରେ ସେମାନଙ୍କୁ ଅଲଗା ରହିବାକୁ କୁହାଯାଇଛି। ଛାତ୍ରୀଙ୍କ ଠାରେ କରୋନାର କୌଣସି ଲକ୍ଷଣ ନଥିଲା। ଏଣୁ  କଲେଜରେ କୋଭିଡ ପରୀକ୍ଷଣ ପୂର୍ବରୁ ଯେଉଁମାନଙ୍କ ସହ ସେମାନେ ମିଳାମିଶା କରିଛନ୍ତି ସେମାନଙ୍କୁ ଏ ବାବଦେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଯଦି ଆବଶ୍ୟକ ପଡିବ ସେମାନଙ୍କର ମଧ୍ୟ…