ମୁମ୍ବାଇ ୧୯/୧୦: କଙ୍ଗନା ରଣଓ୍ବତଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ମାମଲା ହେଉଛି। କିନ୍ତୁ ଏହି ସମୟରେ ତାଙ୍କ ଘରେ ଖୁସିର ଅବସର ଆସିଛି। କଙ୍ଗନାଙ୍କ ଭାଇ ଅକ୍ଷତଙ୍କ ବିବାହ ରୀତିନୀତି ଆରମ୍ଭ ହୋଇଯାଇଛି। ଏହାର ଆରମ୍ଭ ବଧାଇରୁ ହୋଇଛି। କଙ୍ଗନା ଏହି ରୀତିର ଏକ ଭିଡିଓ ସୋସିଆଲ୍ ମିଡିଆରେ ସେୟାର କରି ଏହା ହେବାର କାରଣ ବିଷୟରେ ମଧ୍ୟ କହିଛନ୍ତି।
କଙ୍ଗନା ଭିଡିଓ ସେୟାର କରି ଲେଖିଛନ୍ତି ଯେ ବଧାଇ ହିମାଚଳର ଏକ ପରମ୍ପରା। ଯାହା ମାମୁଁଙ୍କ ଘରେ ବିବାହର ପ୍ରଥମ ନିମନ୍ତ୍ରଣ ପତ୍ର ପଠାଇ ଆରମ୍ଭ ହୋଇଥାଏ। ଏହା ପରେ ବାକି ଲୋକଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଇଥାଏ। କଙ୍ଗନାଙ୍କ ଭାଇ ଅକ୍ଷତଙ୍କ ବିବାହ ନଭେମ୍ବରରେ ହେବ। ଏହି ଭିଡିଓରେ କଙ୍ଗନାଙ୍କ ଘରଲୋକେ ହିମାଚଳି ଗୀତ ସହ ଅକ୍ଷତଙ୍କୁ ହଳଦୀ ଲଗାଉଥିବା ନଜର ଆସିଛନ୍ତି। ନିଜେ କଙ୍ଗନା ମଧ୍ୟ ଏହି ରୀତିକୁ ଅତ୍ୟନ୍ତ ଉପଭୋଗ କରୁଛନ୍ତି।
ଭାଇଙ୍କ ବିବାହ ରୀତି ଆରମ୍ଭ ହେବା ପୂର୍ବରୁ କିଛି ଦିନ ତଳେ କଙ୍ଗନା ଥଲାଇବିର କିଛି ଭାଗର ସୁଟିଂ କରିବା ପାଇଁ ହାଇଦ୍ରାବାଦରେ ଥିଲେ। ଥଲାଇବିର ସେଟରୁ କିଛି ଫଟୋ ମଧ୍ୟ କଙ୍ଗନା ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ। ଏହା ପରେ ସେ ନିଜ ଆଗାମୀ ଫିଲ୍ମ ତେଜସ୍ ଏବଂ ଧାକଡ଼ର ଟ୍ରେନିଂ ମଧ୍ୟ ଆରମ୍ଭ କରିଥିଲେ ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆ ଜରିଆରେ ସାମନାକୁ ଆସିଥିଲା।