ଭିଜିଲାନ୍ସ ଜାଲରେ ଦେବଗଡ ପୌର ପରିଷଦ ଏଟିଏସ

ଦେବଗଡ ୨୧।୧୦: ଭିଜିଲାନ୍ସ ଜାଲରେ ଦେବଗଡ ପୌର ପରିଷଦ ଏଟିଏସ । ଏଟିଏସ ରାଜେନ୍ଦ୍ର କୁମାର ନାଏକ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଅନ୍ୟ ଜଣେ କର୍ମଚାରୀଙ୍କୁ ମଧ୍ୟ ଗିରଫ ଧରିଛି ଭିଜିଲାନ୍ସ । ଏଟିଏସ ରାଜେନ୍ଦ୍ର କୁମାର ନାଏକ ଓ ଅନ୍ୟ ଜଣେ କର୍ମଚାରୀ ଅଜିତ କୁମାର ନାଏକ ଘରର ପ୍ଲାନ ପାସ୍ କରିବା ପାଇଁ ଲାଞ୍ଚ ନେଉଥିଲେ ୬ ହଜାର ୪ ଶହ ଟଙ୍କା ଲାଞ୍ଚ । ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀ ହାତରେ ଉଭୟ ଧରାପଡିଛନ୍ତି ।

ନଭେମ୍ବର ୨ରୁ ଖୋଲିବ ସ୍କୁଲ, ଦିନେ ଛାଡି ଦିନେ ପିଲା ପଢ଼ିବାକୁ ଆସିବେ

ହାଇଦ୍ରାବାଦ ୨୧/୧୦: କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପି ଲକଡାଉନ ମାର୍ଚ ମାସରୁ ଲାଗିଥିଲା। ସୋମବାରରୁ ପଞ୍ଜାବ, ୟୁପି ଓ ସିକ୍କିମରେ ସ୍କୁଲ ଖୋଲିଛି। ଏହି କ୍ରମରେ ଆନ୍ଧ୍ର ପ୍ରଦେଶରେ ନଭେମ୍ବର ୨ରେ ସ୍କୁଲ ଖୋଲିବାକୁ ଯାଉଛି। ତେବେ ଆନ୍ଧ୍ର ସରକାର ଏ ପାଇଁ କିଛି ଦିଶା-ନିର୍ଦେଶ ଜାରି କରିଛନ୍ତି। ସ୍କୁଲ ଅଡ-ଇଭେନ୍ ନମ୍ବରରେ ଚାଲିବ। ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡି ମଙ୍ଗଳବାର ଭିଡ଼ିଓ କନଫରେନ୍ସି ଜରିଆରେ ଏହି ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ସ୍କୁଲ ଯଦିଓ ନଭେମ୍ବର ୨ରୁ ଖୋଲିବ କିନ୍ତୁ ଅଧା ଦିନ ଚାଲିବ। ଅର୍ଥାତ ସକାଳ ଓଳି ସ୍କୁଲ ଖୋଲିବ ଓ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ। ମିଡ ଡେ ମିଲ ପରେ ସ୍କୁଲ ଛୁଟି ହୋଇଯିବ। ଦିନେ ଛାଡି ଦିନେ ବିଭିନ୍ନ ଶ୍ରେଣୀର ସ୍କୁଲ ଚାଲିବ। ପ୍ରଥମେ ପ୍ରଥମ, ତୃତୀୟ,…

ଦୀପାବଳିରେ ସରକାର ସାଧାରଣ ଜନତାଙ୍କୁ ଦେବେ ବଡ ଉପହାର

ନୂଆଦିଲ୍ଲୀ ୨୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ କମିଟି ଏବଂ ଅର୍ଥ ବ୍ୟାପାର(CCEA- Cabinet Committee on Economic Affairs)  ବୈଠକରେ ଆଜି ବଡ ନିଷ୍ପତ୍ତି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ବଛା ବଛା ଲୋନ ଉପରେ ସୁଧ ଛାଡ କରିବାକୁ ସହମତି ପ୍ରକାଶ ପାଇଛି। ହେଲେ କେନ୍ଦ୍ର ସରକାର ଏବେ ଏହାର ଘୋଷଣା କରିବେ ନାହିଁ କାରଣ ଏହି ମାମଲା ସଂପ୍ରତି ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି। ଉଲ୍ଲେଖନୀୟ ଲୋନ ମୋରାଟୋରିୟମ ଜରିଆରେ ଆପଣ କିଛି ସମୟ ନିଜର ଇଏମଆଇ ରୋକି ପାରିବେ। କରୋନା ମହାମାରୀ ସମୟରେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଲୋକଙ୍କ ପାଇଁ ରିଜର୍ଭ ବ୍ୟାଙ୍କ ଲୋନ ମୋରାଟରିୟମ ପ୍ରସ୍ତାବ ରଖିଥିଲେ। ଲୋକଙ୍କୁ ମାର୍ଚ୍ଚରୁ ଅଗଷ୍ଟ ପର୍ଯ୍ୟନ୍ତ କିସ୍ତି ଘୁଞ୍ଚାଇବା ପାଇଁ ମିଳିଥିବା ସୁଯୋଗର ଫାଇଦା ଉଠାଇଥିଲେ। ମାତ୍ର ସେମାନଙ୍କର…

୫ବର୍ଷ ବଡ଼ ଗୌହାରଙ୍କୁ ଭଲ ପାଆନ୍ତି ଜୈଦ

ମୁମ୍ବାଇ ୨୧/୧୦: ଅଭିନେତ୍ରୀ ଗୌହାର ଖାନ୍ ଏବେ ବିଗ୍ ବସ୍ ୧୪ ଘର ଭିତରେ ନଜର ଆସୁଛନ୍ତି। ଶୋରେ ସେ ସିନିୟର ହୋଇ ଆସିଛନ୍ତି। ଧାରାବାହିକରେ ତାଙ୍କୁ ଖୁବ୍ ପସନ୍ଦ କରାଯାଉଛି। ବିଗ୍ ବସ୍ ବ୍ୟତୀତ ଗୌହାର ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ଜୈଦ ଦରବାରଙ୍କ ବାପା ଏବଂ ମ୍ୟୁଜିକ୍ ଡାଇରେକ୍ଟର ଇସ୍ମାଇଲ୍ ଦରବାର ଏଖବର ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏକ ସାକ୍ଷାତକାରରେ ସେ ଗୌହାର ଏବଂ ଜୈଦଙ୍କ ବିବାହକୁ ନେଇ କଥା ହୋଇଛନ୍ତି। ସବୁ କିଛି ଠିକ୍ ରହିଲେ ଇସ୍ମାଇଲ୍ ଆର ମାସ ଅର୍ଥାତ୍ ନଭେମ୍ବର ମାସରେ ଶ୍ବଶୁର ହୋଇଯିବେ। ଗୌହାର ଖାନଙ୍କ ଜୈଦ ଦରବାରଙ୍କ ସହ ବନ୍ଧୁତା ସୋସିଆଲ୍ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଦୁହେଁ ପରସ୍ପରକୁ କିଛି ଦିନରୁ ପସନ୍ଦ କରୁଛନ୍ତି ଏବଂ ସେମାନଙ୍କ…

ବତୀ ଗର୍ଭବତୀ ହେବା ପରେ ଧରାଛୁଆଁ ଦେଉନି ପ୍ରେମିକ

ଜଗତସିଂହପୁର୨୧/୧୦ : ପ୍ରେମ କଲେ, ପୁଣି ଶରୀରିକ ସଂପର୍କ ବି ରଖିଲେ। ଅଧିକ କହିଲେ, ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଭାଇରାଲ କରିବାକୁ ଧମକ। ଏ କି ପ୍ରକାର ମାନସିକତା ? ପ୍ରେମ କରି ଧକ୍କା ଖାଇବା ପରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ପୀଡିତା।  ମାମୁଙ୍କ ବିବାହ ଭୋଜିରେ ଦେଖା ସାକ୍ଷାତ, ପରିଚୟ । ମୋବାଇଲ ଫୋନ୍‌ରେ ଗପସପ୍‌ । ବଢ଼ିଗଲା ନିବିଡ଼ତା । ହଠାତ୍‌ ଆସି ପହଞ୍ଚିଲେ ଘରେ । ଏକୁଟିଆ ଥିବାର ସୁଯୋଗ ନେଇ ଜୋର ଜବରଦସ୍ତ ରଖିଲେ ଶାରୀରିକ ସଂପର୍କ । ପରେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ବାରମ୍ବାର ରଖୁଥିଲା ଦୈହିକ ସମ୍ପର୍କ । କେବଳ ସେତିକି ନୁହେଁ, ଗର୍ଭପାତ କରାଇବା ପରେ ଏବେ ଆଉ ଧରାଛୁଆଁ ଦେଉନି ତଥାକଥିତ ପ୍ରେମିକ । ଓଲଟା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଭାଇରାଲ୍‌ କରିଦେବାର ଦେଉଛି ଧମକ…

ବେଆଇନ ଚାଲାଣ ବେଳେ ୨ଟି ଲୁହାପଥର ବୋଝେଇ ଟ୍ରକ୍ ଜବତ, ୫ ଗିରଫ

ରାଇରଙ୍ଗପୁର ୨୧।୧୦: ବେଆଇନ ଭାବେ ଲୁହାପଥର ଚାଲାଣ ବେଳେ ଦୁଇଟି ଡମ୍ଫରକୁ ଜବତ କରିଛି ବହଳଦା ପୋଲିସ । ଗୋରୁମହିଷାଣୀ ଲୌହଖଣି ଆଖ ପାଖରୁ ବେଆଇନ ଭାବରେ ଲୌହ ପଥର ଖନନ କରି ମାଫିଆ ଗୋଷ୍ଠୀ ଝାରଖଣ୍ଡକୁ ଚାଲାଣ କରୁଥିବା ଅଭିଯୋଗ ହୋଇ ଆସୁଥିଲା । ତେବେ ମଙ୍ଗଳବାର ବେଆଇନ ଚାଲାଣ ହେବା ଖବର ପାଇ ଆଗରୁ ପ୍ରସ୍ତୁତ ଥିବା ପୋଲିସ ଟିମ୍ ଚଢ଼ାଉ କରି ଦୁଇଟି ଲୁହାପଥର ବୋଝେଇ ଡ଼ମ୍ଫର ଜବତ କରିବା ସହିତ ୫ ଜଣଙ୍କୁ ଗିରଫ କରିଛି । କିନ୍ତୁ ମୁଖ୍ୟ ଚାଲାଣକାରୀ ଦୁଇ ତିନି ଜଣ ଅନ୍ଧାରର ସୁଯୋଗ ନେଇ ଦୌଡ଼ି ପଳାଇଥିଲେ । ପୋଲିସ ଏ ନେଇ ମାମଲା ରୁଜ୍ଜୁ କରିବା ସହିତ କାରବାରରେ ଅନ୍ୟ କାହାର ସଂପୃକ୍ତି ଅଛି ସେନେଇ ତଦନ୍ତ ଆରମ୍ଭ କରିଛି ।

୩୦ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମୋଦୀଙ୍କ ଦୀପାବଳି ଭେଟି

ନୂଆଦିଲ୍ଲୀ ୨୧।୧୦: ପାର୍ବଣ ଋତୁରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କର୍ମଚାରୀଙ୍କୁ ଦୀପାବଳି ଭେଟି। ମୋଦୀ ସରକାର ଦୀପାବଳି ପୂର୍ବରୁ ୩୦ ଲକ୍ଷ ଅଣ ଗେଜେଟ୍ ସରକାରୀ କର୍ମଚାରୀଙ୍କୁ ବୋନସ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ଏଥିରେ ସରକାରଙ୍କ ଉପରେ ୩,୭୩୭ କୋଟି ଟଙ୍କାର ଅତିରିକ୍ତ ବୋଝଭାର ପଡିବ। ବିଜୟାଦଶମୀ କିମ୍ବା ଦୁର୍ଗା ପୂଜା ପୂର୍ବରୁ ୩୦ ଲକ୍ଷ କର୍ମଚାରୀଙ୍କୁ କେନ୍ଦ୍ର ସରକାର ୩୭୩୭ କୋଟି ଟଙ୍କାର  ବୋନସ୍ ପ୍ରଦାନ କରିବା ଆରମ୍ଭ କରି ଦେବେ। କର୍ମଚାରୀଙ୍କୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଜରିଆରେ ଗୋଟିଏ କିସ୍ତିରେ ହିଁ ବୋନସ୍ ଦେବେ। ମନ୍ତ୍ରୀ କହିଛନ୍ତି କେନ୍ଦ୍ର କର୍ମଚାରୀ, ରେଲଓ୍ଵେ, ଡାକଘର, ପ୍ରତିରକ୍ଷା ଉତ୍ପାଦ, କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଏବଂ କର୍ମଚାରୀ ଓ ରାଜ୍ୟ ବୀମା ନିଗମର କର୍ମଚାରୀଙ୍କୁ ଏହାର ଲାଭ ମିଳିବ। ଜାଭେଦକର କହିଛନ୍ତି…

ରାଜଧାନୀରୁ ଆଉ ୨୩୯ କରୋନା ପଜିଟିଭ୍ ଚିହ୍ନଟ, ସୁସ୍ଥ ହେଲେ ୩୦୨

ଭୁବନେଶ୍ୱର, ୨୧।୧୦: ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୨୩୯  ଜଣ କରୋନା ପଜିଟିଭ୍ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୭୯୦୯ରେ ପହଞ୍ଚିଛି । ବୁଧବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୬୩ ଜଣ ରହିଥିବା ବେଳେ ୧୭୬ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୩୦୨ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସୂଚନାଯୋଗ୍ୟ ଯେ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୭୯୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୬୮୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୫୦୬୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୧୪୪ ଜଣଙ୍କର ମୃତ୍ୟୁ ହୋଇଛି ।