ବତୀ ଗର୍ଭବତୀ ହେବା ପରେ ଧରାଛୁଆଁ ଦେଉନି ପ୍ରେମିକ

ଜଗତସିଂହପୁର୨୧/୧୦ : ପ୍ରେମ କଲେ, ପୁଣି ଶରୀରିକ ସଂପର୍କ ବି ରଖିଲେ। ଅଧିକ କହିଲେ, ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଭାଇରାଲ କରିବାକୁ ଧମକ। ଏ କି ପ୍ରକାର ମାନସିକତା ? ପ୍ରେମ କରି ଧକ୍କା ଖାଇବା ପରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ପୀଡିତା।  ମାମୁଙ୍କ ବିବାହ ଭୋଜିରେ ଦେଖା ସାକ୍ଷାତ, ପରିଚୟ । ମୋବାଇଲ ଫୋନ୍‌ରେ ଗପସପ୍‌ । ବଢ଼ିଗଲା ନିବିଡ଼ତା । ହଠାତ୍‌ ଆସି ପହଞ୍ଚିଲେ ଘରେ । ଏକୁଟିଆ ଥିବାର ସୁଯୋଗ ନେଇ ଜୋର ଜବରଦସ୍ତ ରଖିଲେ ଶାରୀରିକ ସଂପର୍କ । ପରେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ବାରମ୍ବାର ରଖୁଥିଲା ଦୈହିକ ସମ୍ପର୍କ । କେବଳ ସେତିକି ନୁହେଁ, ଗର୍ଭପାତ କରାଇବା ପରେ ଏବେ ଆଉ ଧରାଛୁଆଁ ଦେଉନି ତଥାକଥିତ ପ୍ରେମିକ । ଓଲଟା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଭାଇରାଲ୍‌ କରିଦେବାର ଦେଉଛି ଧମକ । କୁଜଙ୍ଗ ଥାନାରେ ନ୍ୟାୟ ପାଇବା ପାଇଁ ଲମ୍ପଟ ଯୁବକଙ୍କ ବିରୋଧରେ ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଏହି ଅଞ୍ଚଳର ଜଣେ ପୀଡ଼ିତା ।

ସବୁ କିଛି ହରାଇ ସାରିଥିବା ଏହି ୨୨ ବର୍ଷୀୟ ଯୁବତୀଙ୍କ ଅଭିଯୋଗ, ବାଗୋଇ ସ୍ଥିତ ମାମୁଘରର ବିବାହ ଭୋଜିକୁ ଯାଇଥିବା ବେଳେ ସରଳି ଗ୍ରାମର ଜଣେ ଯୁବକଙ୍କ ସହ ଭେଟ ହୋଇଥିଲା । ସ୍ୱଳ୍ପ ସମୟର ଆଲୋଚନା ଭିତରେ ସଂପୃକ୍ତ ଯୁବକ ମୋବାଇଲ ନମ୍ବର ମାଗି ନେଇଥିଲା । ନିୟମିତ ଯୁବତୀଙ୍କ ସହ ଫୋନ୍‌ରେ କଥା ହେଉଥିଲା । ତେବେ ଗତ ଜୁଲାଇ ମାସ ୨୮ ତାରିଖ ସନ୍ଧ୍ୟା ୫ଟା ବେଳେ ହଠାତ୍‌ ସଂପୃକ୍ତ ଯୁବକ ଯୁବତୀଙ୍କ ଘରେ ପହଞ୍ଚି ଯାଇଥିଲା ।

ସେତେବେଳେ ଘରେ କେହି ନଥିଲେ । ଏକୁଟିଆ ପାଇ ଯୁବତୀଙ୍କ ସହ ଦୈହିକ ସଂପର୍କ ରକ୍ଷା କରିବାକୁ ବାଧ୍ୟ କରିଥିଲା । ଘରର କବାଟକୁ କିଳି ଦୁଷ୍କର୍ମ କରିଥିଲା । ବିବାହ କରିବାର ପ୍ରତିଶୃତି ଦେଇଥିଲା । ଏମିତିକି ଜଗନ୍ନାଥଙ୍କ ଫଟୋ ଛୁଇଁ ପତ୍ନୀର ମର୍ଯ୍ୟାଦା ଦେବାକୁ କହିଥିଲା । ଯୁବକଙ୍କ କଥାକୁ ବିଶ୍ୱାସକୁ ନେଇ ଏଭଳି ସମ୍ପର୍କ ବିଷୟରେ ଘର ଲୋକଙ୍କୁ ଯୁବତୀ ଜଣକ ଜଣାଇ ନଥିଲେ । ଫଳରେ ମଝିରେ ମଝିରେ ସଂପୃକ୍ତ ଯୁବକ ମଥାରେ ସିନ୍ଦୂର ପିନ୍ଧାଇବାର ଛଳନା କରି ଘରେ ପହଞ୍ଚି ଯୁବତୀଙ୍କ ସହ ଶାରୀରିକ ସଂପର୍କ ରକ୍ଷା କରି ଆସୁଥିଲା । ଫଳରେ ଯୁବତୀ ଗର୍ଭବତୀ ହୋଇଥିଲେ । ତେଣୁ ବିବାହ ହେବାକୁ ଜଣାଇବା ପରେ ନିଜର ବାପା, ମା’ ଜାଣିଲେ କଥା ଖରାପ ହେବ କରି ଗର୍ଭ ନଷ୍ଟ କରିବାକୁ ବାଧ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ବଟିକା ଖୁଆଇ ଗର୍ଭପାତ କରାଇ ଦେଇଥିଲେ ।

Related posts

Leave a Comment