ବେଆଇନ ଚାଲାଣ ବେଳେ ୨ଟି ଲୁହାପଥର ବୋଝେଇ ଟ୍ରକ୍ ଜବତ, ୫ ଗିରଫ

ରାଇରଙ୍ଗପୁର ୨୧।୧୦: ବେଆଇନ ଭାବେ ଲୁହାପଥର ଚାଲାଣ ବେଳେ ଦୁଇଟି ଡମ୍ଫରକୁ ଜବତ କରିଛି ବହଳଦା ପୋଲିସ । ଗୋରୁମହିଷାଣୀ ଲୌହଖଣି ଆଖ ପାଖରୁ ବେଆଇନ ଭାବରେ ଲୌହ ପଥର ଖନନ କରି ମାଫିଆ ଗୋଷ୍ଠୀ ଝାରଖଣ୍ଡକୁ ଚାଲାଣ କରୁଥିବା ଅଭିଯୋଗ ହୋଇ ଆସୁଥିଲା ।

ତେବେ ମଙ୍ଗଳବାର ବେଆଇନ ଚାଲାଣ ହେବା ଖବର ପାଇ ଆଗରୁ ପ୍ରସ୍ତୁତ ଥିବା ପୋଲିସ ଟିମ୍ ଚଢ଼ାଉ କରି ଦୁଇଟି ଲୁହାପଥର ବୋଝେଇ ଡ଼ମ୍ଫର ଜବତ କରିବା ସହିତ ୫ ଜଣଙ୍କୁ ଗିରଫ କରିଛି । କିନ୍ତୁ ମୁଖ୍ୟ ଚାଲାଣକାରୀ ଦୁଇ ତିନି ଜଣ ଅନ୍ଧାରର ସୁଯୋଗ ନେଇ ଦୌଡ଼ି ପଳାଇଥିଲେ । ପୋଲିସ ଏ ନେଇ ମାମଲା ରୁଜ୍ଜୁ କରିବା ସହିତ କାରବାରରେ ଅନ୍ୟ କାହାର ସଂପୃକ୍ତି ଅଛି ସେନେଇ ତଦନ୍ତ ଆରମ୍ଭ କରିଛି ।

Related posts

Leave a Comment