୫ବର୍ଷ ବଡ଼ ଗୌହାରଙ୍କୁ ଭଲ ପାଆନ୍ତି ଜୈଦ

ମୁମ୍ବାଇ ୨୧/୧୦: ଅଭିନେତ୍ରୀ ଗୌହାର ଖାନ୍ ଏବେ ବିଗ୍ ବସ୍ ୧୪ ଘର ଭିତରେ ନଜର ଆସୁଛନ୍ତି। ଶୋରେ ସେ ସିନିୟର ହୋଇ ଆସିଛନ୍ତି। ଧାରାବାହିକରେ ତାଙ୍କୁ ଖୁବ୍ ପସନ୍ଦ କରାଯାଉଛି। ବିଗ୍ ବସ୍ ବ୍ୟତୀତ ଗୌହାର ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି।

ଜୈଦ ଦରବାରଙ୍କ ବାପା ଏବଂ ମ୍ୟୁଜିକ୍ ଡାଇରେକ୍ଟର ଇସ୍ମାଇଲ୍ ଦରବାର ଏଖବର ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏକ ସାକ୍ଷାତକାରରେ ସେ ଗୌହାର ଏବଂ ଜୈଦଙ୍କ ବିବାହକୁ ନେଇ କଥା ହୋଇଛନ୍ତି। ସବୁ କିଛି ଠିକ୍ ରହିଲେ ଇସ୍ମାଇଲ୍ ଆର ମାସ ଅର୍ଥାତ୍ ନଭେମ୍ବର ମାସରେ ଶ୍ବଶୁର ହୋଇଯିବେ।

ଗୌହାର ଖାନଙ୍କ ଜୈଦ ଦରବାରଙ୍କ ସହ ବନ୍ଧୁତା ସୋସିଆଲ୍ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଦୁହେଁ ପରସ୍ପରକୁ କିଛି ଦିନରୁ ପସନ୍ଦ କରୁଛନ୍ତି ଏବଂ ସେମାନଙ୍କ ପରିବାରରେ ମଧ୍ୟ ମିଳାମିଶା ବଢ଼ୁଛି। ଗୌହାର ଖାନ୍ ବିଗ୍ ବସରେ ଭାଗ ନେଇଥିଲେ ସେ ଜୈଦଙ୍କ ବାପା ଇସମାଇଲ ଦରବାରଙ୍କୁ ଫୋନ୍ କରି ଆଶୀର୍ବାଦ ନେଇଥିଲେ। ଏହା ପରେ ହିଁ ବିଗ୍ ବସ୍ ଘରକୁ ଯାଇଥିଲେ। ମୁମ୍ବାଇରେ ହିଁ ବିବାହ ପ୍ରସ୍ତୁତି ଆରମ୍ଭ ହୋଇପାରେ।

ଇସମାଇଲ ଦରବାର କହିଥିଲେ ଯେ କିଛି ଦିନ ତଳେ ଜୈଦ ନିଜଠୁ ୫ବର୍ଷ ବଡ଼ ଗୌହାରଙ୍କୁ ତାଙ୍କ ପତ୍ନୀ ଆୟେଶାଙ୍କୁ ଦେଖାଇବା ପାଇଁ ଘରକୁ ଆଣିଥିଲେ। ଏହି ସମୟରେ ସେ ବହୁତ କଥା ହୋଇଥିଲେ ଏବଂ ପାଖାପାଖି ୪ଘଣ୍ଟା ଏକାଠି ସମୟ ବିତାଇଥିଲେ। ଇସ୍ମାଇଲଙ୍କ ମତରେ ଯଦି ଗୌହାର ତାଙ୍କୁ ପସନ୍ଦ ନଥାନ୍ତେ ତେବେ ୪ମିନିଟରେ ସେ ଘରୁ ପଳାଇଥାନ୍ତେ। କିନ୍ତୁ ଏପରି କିଛି ହୋଇନଥିଲା। ଇସ୍ମାଇଲ ଏବଂ ତାଙ୍କ ପତ୍ନୀ ଆୟେଶା ପିଲାଙ୍କ ଖୁସିରେ ନିଜ ଖୁସି ଦେଖୁଛନ୍ତି।

ଇସ୍ମାଇଲଙ୍କୁ ନିଜ ପୁଅ ଜୈଦଙ୍କ ପସନ୍ଦରେ କୌଣସି ସମସ୍ୟା ନାହିଁ କିନ୍ତୁ ସେ ନିଜ ପୁଅଙ୍କୁ ନିଜ ନିଷ୍ପତ୍ତି ଆରାମରେ ବୁଝି ବିଚାରି କରିବାକୁ ପରାମର୍ଶ ଦେଇଛନ୍ତି।

Related posts

Leave a Comment