ପୋଲିଓ ଟିକା ନେଇ ଶିଶୁ ମୃତ ! ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

କୋରାପୁଟ୨୩/୧୦: ପୋଲିଓ ଟିକା ନେବା ପରେ ୪ ମାସ ଶିଶୁର ମୃତ୍ୟୁ ଅଭିଯୋଗ । ଏହାକୁ ନେଇ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରକାଶ ପାଇଥିଲା ଚାପା ଉତ୍ତେଜନା । ଶିଶୁର ମୃତ୍ୟୁ ପାଇଁ ଟିକା ଦେଇଥିବା ଏଏନଏମଙ୍କୁ ଦାୟୀ କରିଥିଲେ ପରିବାର ଲୋକେ । ପରିବାର ସମେତ ଗ୍ରାମବାସୀ ଡାକ୍ତରଖାନାରେ ପହଞ୍ଚି ହୋହାଲ୍ଲା କରିବା ସହ କ୍ଷତିପୂରଣ ଦାବି କରିଥିଲେ । ତଦନ୍ତ କରାଯାଇ ସପ୍ତାହକ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ ।

Related posts

Leave a Comment