ଭଞ୍ଜନଗର ୨୪।୧୦: ଗଞ୍ଜାମ ଜିଲ୍ଲା କୁଲାଡ ସ୍ଥିତ ତଳ ବାଗଦେବୀ ଓ ଉପର ମା ବ୍ୟାଘ୍ର ଦେବୀଙ୍କ ଠାରେ ନବରାତ୍ର ପୁଜା ଚାଲିଛି। କରୋନା କଟକଣା ସତ୍ୱେ ମାଙ୍କ ଅଷ୍ଟମୀ ପୂଜାରେ ଭକ୍ତ ଦର୍ଶନ ପାଇଁ ଆସିଛନ୍ତି। ମାଙ୍କ ରୀତି ନୀତିରେ କୌଣସି ପରିବର୍ତନ କରାଯାଇନାହିଁ। ପୂର୍ବ ଭଳି ମାଙ୍କ ପୀଠରେ ସପ୍ତମୀ ଦିନରୁ ପୂଜାଅର୍ଚ୍ଚନା ଚାଲିଛି । ଭକ୍ତ ମାନେ ନଡିଆ, କଦଳୀ ମୁଆଁ ଆଦି ଭୋଗରାଗ କରୁଛନ୍ତି। ପୂଜା ଅବସରରେ ପୀଠରେ ମନ୍ତ୍ର ପାଠ, ହୋମଯଜ୍ଞ ଚାଲିଛି । କିନ୍ତୁ ବାହାରୁ ଆସୁଥିବା ଦର୍ଶକ ଆସିପାରୁନାହାନ୍ତି। ପୂର୍ଵରୁ ଯେଉଁ ପରି ଷୋଡ଼ଶ ଉପଚାର କରୁଥାଆନ୍ତି ସେହିପରି ଚାଲିଛି । କିନ୍ତୁ ଆଗ ଅପେକ୍ଷା ଅଲୋକ ସଜା ଓ ମାଇକ ବନ୍ଦ ରହିଛି। ମାଙ୍କ ନବମୀ ତିଥିରେ ଉଦ୍ଯାପନୀ କାର୍ଯ୍ୟ ରହିଛି । ଏହି ପୀଠ…
Day: October 24, 2020
ଏଣିକି ଅଯଥାରେ ପାଣି ନଷ୍ଟ କଲେ ୫ ବର୍ଷ ଜେଲ ଓ ଲକ୍ଷେ ଟଙ୍କା ଜରିମାନା
ନୂଆଦିଲ୍ଲୀ ୨୪/୧୦: ଅଯଥାରେ ପାଣି ନଷ୍ଟ କରୁଥିଲେ ଏବେଠୁ ସତର୍କ ହୋଇଯାଆନ୍ତୁ। ପିଇବା ପାଣି ବା ପୋଟେବଲ ଓ୍ବାଟରକୁ ନଷ୍ଟ କରିବା କିମ୍ବା ଅଯଥାରେ ବ୍ୟବହାରେ କଲେ ଏହାକୁ ଦଣ୍ଡନୀୟ ଅପରାଧ ବୋଲି ବିଚାର କରାଯିବ। ଏହା ପୂର୍ବରୁ ଭାରତରେ ଜଳ ନଷ୍ଟକୁ ନେଇ ଦଣ୍ଡର କୌଣସି ନିୟମ ନ ଥିଲା। ସେଣ୍ଟ୍ରାଲ ଗ୍ରାଉଣ୍ଡ ଓ୍ବାଟର ଅଥୋରିଟି (ସିଜିଡବ୍ଲୁଏ)ର ନୂଆ ନିର୍ଦେଶ ଅନୁସାରେ ପିଇବା ପାଣିର ଦୂରୁପଯୋଗ କଲେ ଭାରତରେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଜରିମାନା ଓ ୫ ବର୍ଷ ପର୍ଯ୍ୟନ୍ତ ଜେଲ ହେବା ସହ ଦଣ୍ଡନୀୟ ଅପରାଧ ହେବ।୨୦୧୯ ଜୁଲାଇ ୨୪ ରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ରାଜେନ୍ଦ୍ର ଯୋଗୀଙ୍କ ପାଣିର ଦୂରୁପଯୋଗ ଯାଚିକା ଉପରେ ଶୁଣାଣି କରିଥିଲେ। ଏନଜିଟି ୨୦୧୦ ଅକ୍ଟୋବର ୧୫ରେ ସିଜିଡବ୍ଳୁଏକୁ ଆଦେଶ ଦେଇ ଥିଲେ ପିଇବା ପାଣି ଓ ଭୂଗର୍ଭ…
କରୋନା ସମୟରେ ବି ଖୁସିର ଖବର : ଭାରତୀୟ ପରିବାର ହୋଇଛନ୍ତି ଧନୀ
ନୂଆଦିଲ୍ଲୀ ୨୪।୧୦: ସାରା ବିଶ୍ୱର ଅର୍ଥନୀତକୁ ଭାଙ୍ଗିଦେଇଛି କରୋନା ମହାମାରୀ । ଦିନ ଗଡିବା ସହ କରୋନାର ପ୍ରକୋପ ଜାରି ରହିଛି , ଏବଂ ଲୋକଙ୍କ ଧନ ଜୀବନ ଓ ସମ୍ପତ୍ତି ବହୁ ମାତ୍ରରେ ପ୍ରଭାବିତ ହେଉଥିବାର ମଧ୍ୟ ରିପୋର୍ଟ ଆସୁଛି । କିନ୍ତୁ ଏଭଳି ଘଡ଼ିସନ୍ଧି ମୁହୁର୍ତ୍ତରେ କ୍ରେଡିଟ୍ ସୁଇସ୍ ଗ୍ରୁପ ଏଜିର ୨୦୨୦ ଗ୍ଲୋବାଲ୍ ଓ୍ୱେଲ୍ଥର ଏକ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟରେ ଜଣାପଡିଛି ଯେ, ବିଶ୍ୱରେ ଏଭଳି କଠିନ ସମୟରେ ଭାରତ ଓ ଟୀନ୍ରେ ପାରିବାରିକ ସମ୍ପତ୍ତି ବୃଦ୍ଧି ପାଇଛି । କରୋନା କାଳରେ ଅନେକ ପରିବାର ସେମାନଙ୍କ ସମ୍ପତ୍ତିକୁ ବ୍ୟବହାର ନ କରି ସାଇତି ରଖିଥିବାବେଳେ, ଅନେକ ପରିବାର ବିପୁଳ ପରିମାଣରେ ସମ୍ପତ୍ତି ଠୁଳ କରିଥିବା ରିପୋର୍ଟରେ ଉଲ୍ଲେଖ ରାଯାଇଛି । ରିପୋର୍ଟ ଅନୁଯାୟୀ, ଚଳିତବର୍ଷର ପ୍ରଥମାର୍ଦ୍ଧରେ କେବଳ ଚୀନ୍…
ମହାଷ୍ଟମୀ ଅବସରରେ ଗିରନାର୍ ରୋପ୍-ୱେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ ୨୪/୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାଷ୍ଟମୀ ଅବସରରେ ଗୁଜରାଟର ୩ ପ୍ରକଳ୍ପ ଲୋକାର୍ପଣ କରିଛନ୍ତି। ମୋଦି ଦିଲ୍ଲୀରୁ ଭିଡିଓ କନଫରେନସିଂ ଜରିଆରେ ଗିରନାର ରୋପ୍-ୱେ ଉଦଘାଟନ କରିଛନ୍ତି। ଏହାସହ ଚାଷୀଙ୍କ ପାଇଁ କିଷାନ ସୂର୍ଯ୍ୟଦୟ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅନୁସାରେ ଚାଷୀଙ୍କୁ ଦିନରେ ଚାଷ କାମ ପାଇଁ ବିଜୁଳି ମିଳିବ। ଏହାସହ ମୋଦି ପେଡିଆଟ୍ରିକ୍ ହାର୍ଟ ହସ୍ପିଟାଲ୍ ମଧ୍ୟ ଉଦଘାଟନ କରିଛନ୍ତି।ଗିରନାର ରୋପ୍-ୱେ ଉଦଘାଟନ କରି ମୋଦି କହିଛନ୍ତି ଯେ ଗିରନାର୍ ପର୍ବତରେ ମା’ ଦୁର୍ଗା ବିରାଜମାନ କରିଛନ୍ତି ଏବଂ ଗୋରଖନାଥ ଶିଖର ମଧ୍ୟ ଅବସ୍ଥିତ। ଏହାସହ ଗୁରୁ ଦତ୍ତାତ୍ରେୟ ଶିଖର ଓ ଜୈନ ମନ୍ଦିର ମଧ୍ୟ ରହିଛି। ପାହାଚ ଚଢି ଯିଏ ଶିଖର ଯାଏଁ ପହଞ୍ଚେ ସେ ଅଦ୍ଭୁତ ଶ୍ସନ୍ତି ଓ ଶକ୍ତି ଅନୁଭୂତ କରେ। ବର୍ତ୍ତମାନ ଏଠାରେ ବିଶ୍ୱସ୍ଥରୀୟ…
କଳାବଜାରୀଙ୍କ ଦାଦାଗିରି: ନକଲି ଜର୍ଦ୍ଦା କାରବାର ଉପରେ ଚଢାଉ ବେଳେ ପୋଲିସକୁ ଆକ୍ରମଣ
ଭଦ୍ରକ ୨୪।୧୦: ଭଦ୍ରକରେ ଦିନକୁ ଦିନ ବଢିବାରେ ଲାଗିଛି ନକଲି ଜର୍ଦ୍ଦା କାରବାର । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଚିନ୍ତାରେ, ଏହା ଉପରେ ରୋକ ଲଗାଇବା ପାଇଁ ଚଢାଉ ମଧ୍ୟ ଜାରି ରହିଛି । ତେବେ ଚଢାଉ ସମୟରେ ପୋଲିସ ଓ ସାମ୍ବାଦିକଙ୍କ ଉପରକୁ ମାଡ ମରାଯାଇଥିବା ଅଭିଯୋଗ ଆସିଛି । ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନ ହେଲାସାହିରେ ଘଟିଛି ଘଟଣା । ଖବର ଅନୁଯାୟୀ, ହେଲାସାହିରେ ନକଲି ଜର୍ଦ୍ଦା କାରବାର ଚାଲିଥିବାର ପୋଲିସକୁ ସୂଚନା ମିଳିଥିଲା । ପୋଲିସ ସୂଚନାମିଳିବା ମାତ୍ରେ ଘଟଣାସ୍ଥଳରେ ଚଢାଉ କରିଥିଲା । ଭଦ୍ରକ ପୋଲିସର ଚଢାଉ ସମୟରେ ନକଲି ଜର୍ଦ୍ଦା ଓ ସେଥିରେ ବ୍ୟବହୃତ ସାମଗ୍ରୀକୁ ଜବତ କରିଥିଲେ । କିନ୍ତୁ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ପୋଲିସ ଗାଡ଼ିକୁ ଧକ୍କା ମାରିବା ସହ କର୍ମଚାରୀଙ୍କୁ ମାଡ଼ ମାରିଥିବାର…
ବଡ ଧରଣର ବାଇକ୍ ଲୁଟେରା ଗ୍ୟାଙ୍ଗ୍ ଠାବ : ୫ ସଦସ୍ୟ ଗିରଫ, ୩୫ଟି ବାଇକ୍ ଜବତ
କଟକ ୨୪।୧୦: କଟକରୁ ବଡ ଧରଣର ବାଇକ୍ ଲୁଟେରା ଗ୍ୟାଙ୍ଗ୍ ଠାବ ହୋଇଛି । କଟକ ଜଗତପୁର ଥାନା ପୋଲିସ କବଜାରେ ଏବେ ଲୁଟେରା ଗ୍ୟାଙ୍ଗ୍ । ଗ୍ୟାଙ୍ଗର ୫ ଜଣ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୩୫ଟି ଚୋରା ବାଇକ୍ ଜବତ କରାଯାଇଛି । ଏ ନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ଏହି ଲୁଟେରାମାନେ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଟାର୍ଗେଟ୍ କରି ବାଇକ୍ ଚୋରି କରୁଥିଲେ । କୌଣସି ବିଶେଷ ସୂତ୍ରରୁ ସୂଚନା ପାଇ ପୋଲିସ ଏମାନଙ୍କ ଉପରେ ନଜର ରଖିଥିଲା । ତେବେ ଗ୍ୟାଙ୍ଗର ୫ଜଣ ସଦସ୍ୟଙ୍କୁ ଗିରଫ କରାଯାଇଥିବା ଏସପି କହିଛନ୍ତି ।
କଂଗ୍ରେସ ଶାସିତ ରାଜ୍ୟରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ରାହୁଲ-ତେଜସ୍ୱିଙ୍କୁ ଘେରିଲା ବିଜେପି
ନୂଆଦିଲ୍ଲୀ ୨୪/୧୦ : ପଞ୍ଜାବ ହୋଶିଆରପୁରରେ ବିହାର ପ୍ରବାସୀ ପରିବାରର ଜଣେ ନାବାଳିକା ସହ ଦୁଷ୍କର୍ମ ମାମଲାକୁ ନେଇ ବିଜେପି ରାହୁଲ ଗାନ୍ଧୀ ଓ ତେଜସ୍ୱି ଯାଦବଙ୍କୁ ଘେରିଛି। ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଯେ, ହାଥରସ ମାମଲାରେ ଆନ୍ଦୋଳନକୁ ଓହ୍ଲାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ହୋଶିଆରପୁର ମାମଲାରେ କାହିଁକି ଚୁପ ଅଛନ୍ତି ? ରାହୁଲ ବର୍ତ୍ତମାନ ହୋଶିଆରପୁର କାହିଁକି ଯାଉନାହାନ୍ତି। ବିହାର ନାବାଳିକାଙ୍କ ସହ ନିର୍ଯ୍ୟାତନା ହୋଇଛି। କିନ୍ତୁ ରାହୁଲ ଓ ତେଜସ୍ୱି ଚୁପ ଅଛନ୍ତି। ତେଜସ୍ୱି ରାହୁଲ ଗାନ୍ଧୀଙ୍କ ସହ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛନ୍ତି।ପ୍ରକାଶ ଜାବଡେକର କହିଛନ୍ତି, ବିହାରର ଦଳିତ ପ୍ରବାସୀ ଶ୍ରମିକଙ୍କ ୬ ବର୍ଷର ଶିଶୁ ସହ ଦୁଷ୍କର୍ମ ହୋଇଛି। ଦୁଷ୍କର୍ମ ପରେ ଶିଶୁକୁ ହତ୍ୟା କରାଯାଇଛି। ଏହା ଅତ୍ୟନ୍ତ ଲଜ୍ଜାଜନକ ଓ ହୃଦୟ ବିଦାରକ ଘଟଣା।…
ବିଜେପି ବିରୋଧରେ ଡିଜିଟାଲ ଅଭିଯାନ ଆରମ୍ଭ କଲା ଟିଏମସି
ନୂଆଦିଲ୍ଲୀ ୨୪/୧୦: ବିହାର ପରେ ଆଗାମୀ ବିଧାନସଭା ନିର୍ବାଚନ ନମ୍ବର ରହିଛି ପଶ୍ଚିମବଙ୍ଗର। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେଠୁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ (ଟିଏମସି) ଆଜି ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ବିରୋଧରେ ଡିଜିଟାଲ ଅଭିଯାନ ଆରମ୍ଭ କରିଛି। ସୋସିଆଲ ମିଡ଼ିଆ ଫ୍ଲାଟଫର୍ମରେ ବିଜେପିକୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନର ନାଁ ରଖାଯାଇଛି ‘ମାର୍କ ୟୁରୋସେଲଫ ସେଫ୍ ଫ୍ରମ୍ ବିଜେପି’ । ଅର୍ଥାତ ବିଜେପିଠାରୁ ସୁରକ୍ଷିତ ରହିବା ପାଇଁ ନିଜକୁ ଚିହ୍ନିତ କରନ୍ତୁ। ପଶ୍ଚିମବଙ୍ଗରେ ସାଧାରଣତଃ ଟିଏମସି ଓ ବିଜେପି ମଧ୍ୟରେ ସଂଘର୍ଷ ଦେଖାଯାଏ। ନିର୍ବାଚନ ପାଖେଇ ଆସୁଥିବାରୁ ଏଥର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜ ଆଗୁଆ ସବୁଠୁ ବଡ଼ ପଦକ୍ଷେପ ଗ୍ରହଣ କରି ଡିଜିଟାଲ ଅଭିଯାନ ଆରମ୍ଭ କରିଛନ୍ତି। ଲୋକଙ୍କୁ ଭୁଲ କାମ ବିରୋଧରେ ଏକଜୁଟ କରିବାର ଏହା…