ବିଜେପି ବିରୋଧରେ ଡିଜିଟାଲ ଅଭିଯାନ ଆରମ୍ଭ କଲା ଟିଏମସି

ନୂଆଦିଲ୍ଲୀ ୨୪/୧୦: ବିହାର ପରେ ଆଗାମୀ ବିଧାନସଭା ନିର୍ବାଚନ ନମ୍ବର ରହିଛି ପଶ୍ଚିମବଙ୍ଗର। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେଠୁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ (ଟିଏମସି) ଆଜି ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ବିରୋଧରେ ଡିଜିଟାଲ ଅଭିଯାନ ଆରମ୍ଭ କରିଛି। ସୋସିଆଲ ମିଡ଼ିଆ ଫ୍ଲାଟଫର୍ମରେ ବିଜେପିକୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନର ନାଁ ରଖାଯାଇଛି ‘ମାର୍କ ୟୁରୋସେଲଫ ସେଫ୍ ଫ୍ରମ୍‌ ବିଜେପି’ । ଅର୍ଥାତ ବିଜେପିଠାରୁ ସୁରକ୍ଷିତ ରହିବା ପାଇଁ ନିଜକୁ ଚିହ୍ନିତ କରନ୍ତୁ।

ପଶ୍ଚିମବଙ୍ଗରେ ସାଧାରଣତଃ ଟିଏମସି ଓ ବିଜେପି ମଧ୍ୟରେ ସଂଘର୍ଷ ଦେଖାଯାଏ। ନିର୍ବାଚନ ପାଖେଇ ଆସୁଥିବାରୁ ଏଥର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜ ଆଗୁଆ ସବୁଠୁ ବଡ଼ ପଦକ୍ଷେପ ଗ୍ରହଣ କରି ଡିଜିଟାଲ ଅଭିଯାନ ଆରମ୍ଭ କରିଛନ୍ତି। ଲୋକଙ୍କୁ ଭୁଲ କାମ ବିରୋଧରେ ଏକଜୁଟ କରିବାର ଏହା ଏକ ତରିକା ବୋଲି ଟିଏମସି କହିଛି।

ଦଳ ପକ୍ଷରୁ ତିଆରି ହୋଇଥିବା ଓ୍ବେବସାଇଟରେ ପ୍ରଥମ ଘଣ୍ଟାଏରେ ଲକ୍ଷେ ୨୧ ହଜାର ଲୋକ ଅଭିଯାନ ପାଇଁ ପଞ୍ଜୀକରଣ କରିଛନ୍ତି। ଏହା ସହ ପ୍ରତି ଘଣ୍ଟାରେ ଏହାର ସଂଖ୍ୟା ବଢ଼ୁଛି। କେବଳ ଏତିକି ନୁହେଁ ଏ ପାଇଁ ଫେସବୁକ ପେଜ୍ ମଧ୍ୟ ଖୋଲା ଯାଇଛି। ଯେଉଁଥିରେ ପ୍ରାୟ ୮୦ ହଜାର ସଦସ୍ୟଙ୍କୁ ପଞ୍ଜୀକୃତ କରାଯାଇଛି। ଏ ଅଭିଯାନ ସହ ଜଡ଼ିତ ଏକ ଭିଡିଓକୁ ଟିଏମସିର ଟ୍ବିଟର ହ୍ୟାଣ୍ଡେଲରେ ମଧ୍ୟ ସେୟାର କରାଯାଇଛି।

Related posts

Leave a Comment