ବାଲେଶ୍ୱର ଉପ ନିର୍ବାଚନ : ବେଣୁଧରଙ୍କ ପାଇଁ ପ୍ରଚାର କଲେ ଅଭିନେତ୍ରୀ ରାଣୀ ପଣ୍ଡା

ବାଲେଶ୍ୱର,୨୫|୧୦: ବାଲେଶ୍ୱର ବିଧାନସଭା ନିର୍ବାଚନରେ ମଇଦାନକୁ ଓହ୍ଲାଇଥିବା ବେଣୁଧର ବାରିକଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ରିକ୍ସାରେ ରାଣି ପଣ୍ଡା ବେଣୁଧରଙ୍କ ସହ ବୁଲି ପ୍ରଚାର ଅଭିଯାନକୁ ଜୋର୍ କରିଛନ୍ତି । ଏହାସହ ବେଣୁଧରଙ୍କ ପାଇଁ ଭୋଟ୍ ମଧ୍ୟ ମାଗିଛନ୍ତି ।

ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। କେତେବେଳେ ପେଣ୍ଡାଲ ଉପରେ ଅଶ୍ଲୀଳ ନୃତ୍ୟ କରି ତ, ପୁଣି କେତେବେଳେ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଦାନ କରି।ଏବେ ପୁଣି ବାଲେଶ୍ବର ଉପ ନିର୍ବାଚନ ମୈଦାନର ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ରାଣୀ ପଣ୍ଡା। ବାଲେଶ୍ବର ଉପ-ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ୯୦ ବର୍ଷ ବୟସ୍କ ବେଣୁଧର ବାରିକଙ୍କ ପାଇଁ ସେ ପ୍ରଚାର କରିଛନ୍ତି ।

ବେଣୁଧରଙ୍କ ପାଖରେ ବହୁ ଆଡମ୍ବରରେ ପ୍ରଚାର ପାଇଁ ସମ୍ବଳ ନାହିଁ । ଅର୍ଥବଳ ବି ନାହିଁ । ପ୍ରଚାର ପାଇଁ ବିଶେଷ ସମ୍ବଳ ନଥିବା କାରଣରୁ ବେଣୁଧରଙ୍କ ପାଇଁ ନିଆରା ଢଙ୍ଗରେ ରାଣୀ ବିନା ପାରିଶ୍ରମିକରେ ପ୍ରଚାର କରିଛନ୍ତି। ରାଣୀ ପଣ୍ଡା ରିକ୍ସାରେ ବେଣୁଧରଙ୍କୁ ବସାଇ ପ୍ରଚାର କରିବା ସହ ଭୋଟ୍ ମଧ୍ୟ ମାଗିଛନ୍ତି।

କେବଳ ଏତିକି ନୁହେଁ ବେଣୁଧରଙ୍କୁ ଏକ ସାଇକେଲ୍ ମଧ୍ୟ ଦେଇଛନ୍ତି ରାଣୀ ପଣ୍ଡା । ଏପରିକି ନିର୍ବାଚନ ପରେ ଏକ ସେଲୁନ ମଧ୍ୟ ଖୋଲିବା ନେଇ ରାଣୀ ପ୍ରତିଶ୍ରୁତି ଦେଇଛନ୍ତି ।

Related posts

Leave a Comment