କମାଲ୍‌ ଦେଖାଇଲେ ପାଣ୍ଡ୍ୟା, ରାଜସ୍ଥାନକୁ ୧୯୬ ରନ୍‌ର ବିଜୟ ଲକ୍ଷ୍ୟ

ନୂଆଦିଲ୍ଲୀ ୨୫/୧୦: କମାଲ ଦେଖାଇଲେ ହାର୍ଦ୍ଦିକ ପାଣ୍ଡ୍ୟା। ପାଣ୍ଡ୍ୟାଙ୍କ ୬୦ରନ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ୧୯୫ ରନ୍‌ର ବଡ଼ ସ୍କୋର କରିବାକୁ ଖୋରାକ ଯୋଗାଇଛି। ୫ ଓ୍ବିକେଟ ବିନିମୟରେ ଏମଆଇ ୨୦ ଓଭରରେ ୧୯୫ ରନ୍‌ କରିଛି। ୧୯୬ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଛି ରାଜସ୍ଥାନ ରୟାଲ୍ସ। ଆଇପିଏଲ୍‌ ୨୦୨୦ର ୪୫ ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମୁକାବିଲା ହେଉଛି। ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ମୁମ୍ବାଇ ୧୯୫ ରନ୍‌ କରିଛି। କେବଳ ୭ ରନ୍‌ରେ କ୍ବିଣ୍ଟନ ଡିକକ୍‌ଙ୍କୁ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ମୁମ୍ବାଇ। ପରେ ଇଶାନ କିଶନ ୩୭ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ। ସେତେବେଳକୁ ଦଳୀୟ ସ୍କୋର ଥିଲା ୯୦। ପରେପରେ ସୂର୍ଯ୍ୟକୁମାର ଯାଦବ, ପୋଲାର୍ଡ, ସୌରଭ ତିଓ୍ବାରୀ ପାଭିଲିୟନ୍‌ ଫେରିଥିଲେ। କିନ୍ତୁ ପାଣ୍ଡ୍ୟାଙ୍କ…

କୋଭିଡ-୧୯ ଟିକାରୁ ବଞ୍ଚିତ ହେବେ ବିଶ୍ୱର ୩ ବିଲିୟନ ଲୋକେ

 ଫ୍ୟାକ୍ଟ୍ରିରୁ ସିରିଞ୍ଜ ଅବିରତ ଷ୍ଟେରାଇଲ ରେଫ୍ରିଜେରସନ ହିଁ ଦୁନିଆର ସବୁଠୁ ପ୍ରତିକ୍ଷିତ କରୋନା ଭାଇରସ ଟିକାକୁ  ସୁରକ୍ଷିତ ଓ ପ୍ରଭାବୀ କରିପାରିବ। ତେବେ ସାରା ବିଶ୍ୱରେ ଏହି ଟିକାର ଶୀତଳ ଶୃଙ୍ଖଳ ଅବ୍ୟାହତ ରଖି ଆବଶ୍ୟକ କରୁଥିବା ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାବା ଏବେ ସମୟର ସବୁଠାରୁ ବଡ଼ ଆହ୍ୱାନ ପାଲଟିଛି। ଯଦି ଏଥିରେ ସାମାନ୍ୟତମ ତ୍ରୁଟି ବିଚ୍ୟୁତି ହୁଏ ବିଶ୍ୱର ଅନୁନ୍ୟ ୩ଶହ କୋଟି ଲୋକେ ଟିକାର ଦ୍ୱାରା ମିଳିବାକୁ ଥିବା ସ୍ୱାସ୍ଥ୍ୟ ଲାଭରୁ ବଞ୍ଚିତ ହେବେ ବୋଲି କହିଛନ୍ତି ବିଶେଷଜ୍ଞ। ଯାହା ଏବେ କୋଭିଡ ଟିକାକରଣ ଲାଗି ସବୁଠୁ ବଡ଼ ଚିନ୍ତାର କାରଣ ପାଲଟିଛି। ଏକ ଆକଳନରୁ ବିଶ୍ୱର ୭. ୮୦ ବିଲିୟନ ଲୋକେ ଏପରି ସ୍ଥାନରେ ବସବାସ କରୁଛନ୍ତି ଯେଉଁଠାରେ ତାପମାତ୍ରା ନିୟନ୍ତ୍ରିତ ଭଣ୍ଡାରଣ ସୁବିଧା ବି  ନାହିଁ। କେବଳ ଅନୁନ୍ନତ ଦେଶ ନୁହନ୍ତି…

ବାହାଘର ପରେ ରୋହନପ୍ରୀତଙ୍କ ପାଇଁ ରୋମାଣ୍ଟିକ୍ ଗୀତ ଗାଇଲେ ନେହା କକ୍କଡ

ନୂଆଦିଲ୍ଲୀ ୨୫/୧୦: ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କଡ ଗୁରୁବାର ରୋହନପ୍ରୀତ ସିଂହଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବାହାଘରର ତୁରନ୍ତ ପରେ ସୋସିଆଲ ମିଡ଼ିଆରେ ବାହାଘରର ଫଟୋ ଓ ଭିଡ଼ିଓ ଭାଇରାଲ ହେଉଛି। ତେବେ ଦୁହିଁଙ୍କ ବାହାଘରକୁ ନେଇ ସେମାନଙ୍କ ପ୍ରଶଂସକ ମଧ୍ୟ ବେଶ ଉତ୍ସାହିତ ଥିବା ଦେଖାଯାଇଛି। ଏବେ ନେହାଙ୍କର ଏକ ଭିଡ଼ିଓ ବେଶ ଭାଇରାଲ ହେଉଛି। ଯେଉଁଥିରେ ସେ ରୋହନପ୍ରୀତଙ୍କ  ପାଇଁ ‘ମେଁ ତେରି ହୋ ଗଇ…’ ରୋମାଣ୍ଟିକ ଗୀତ ଗାଇଛନ୍ତି। ଭିଡ଼ିଓରେ ନେହା ନାଲି ଲେହେଙ୍ଗାରେ ନଜର ଆସିଛନ୍ତି। ଏ ଭିଡ଼ିଓକୁ ‘ଫିଲ୍ମି ସେଲଫି’ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଯାହାକୁ ଏବେ ସୁଦ୍ଧା ୭୭୧ ଲାଇକ ମିଳିଛି। ଏହା ସହ ଭିଡିଓକୁ ଖୁବ୍ କମେଣ୍ଟ ମଧ୍ୟ ମିଳୁଛି। ନେହା ମିଲିନ୍ଦ ଗାବାଙ୍କ ଗୀତ ମେ ତେରି ହୋ ଗଇ……

୯୭.୫୦କୋଟି ଟଙ୍କା ଦେଇ ଦାମୀ ଫ୍ଲାଟ୍ କିଣିଲେ ହ୍ରିତିକ ରୋଶନ

ମୁମ୍ବାଇ ୨୫/୧୦: ହ୍ରିତିକ ରୋଶନ୍ ମୁମ୍ବାଇରେ ୨ଟି ନୂଆ ଆପାର୍ଟମେଣ୍ଟ କିଣିଛନ୍ତି। ଜୁହୁ ଭର୍ସୋଭା ଲିଙ୍କ୍ ରୋଡ ସ୍ଥିତ ମନ୍ନତ ନାମକ ବିଲଡିଂରେ ଥିବା ଏହି ଦୁଇଟି ସି ଫେସିଂ ଆପାର୍ଟମେଣ୍ଟ ପାଇଁ ହ୍ରିତିକ ପାଖାପାଖି ୯୭.୫୦କୋଟି ଟଙ୍କା ଦେଇଛନ୍ତି। ଏହି ଦୁଇଟି ଆପାର୍ଟମେଣ୍ଟରେ ଗୋଟିଏ ପେଣ୍ଟହାଉସ୍ ରହିଛି। ହ୍ରିତିକ ଦୁଇଟିକୁ ଗୋଟିଏ କରିବାର ପ୍ଲାନିଂରେ ଅଛନ୍ତି। ହ୍ରିତିକ ଏହି ଫ୍ଲାଟ୍ ସମୀର ଭୋଜଓ୍ବାନି ନାମକ ବିଲଡରଙ୍କଠୁ କିଣିଛନ୍ତି। ସମୀର ତାଙ୍କୁ ୬୫୦୦ବର୍ଗଫୁଟର ଓପନ ଟୁ ଦ ସ୍କାଏ ଟେରେନ୍ସ,୧୦ପାର୍କିଂ ସ୍ଲଟ୍ ଏବଂ ଏକ୍ସକ୍ଳ୍ୟୁସିଭ ଲିଫ୍ଟ ର ଆପାର୍ଟମେଣ୍ଟ ଦେଇଛନ୍ତି। ହ୍ରିତିକଙ୍କ ଏହି ଡିଲ୍ କିଛି ମାସ ତଳେ ହୋଇଯାଇଥିଲା ଯାହାକୁ ନିକଟରେ ହିଁ ପେମେଣ୍ଟ ପରେ କ୍ଳୋଜ୍ କରାଯାଇଛି। ହ୍ରିତିକଙ୍କ ୨ଟି ଫ୍ଲାଟ୍ ବିଲଡିଂର ୧୫ମହଲା ଏବଂ ୧୬ମହଲାରେ ରହିଛି। ୧୫ମହଲାର ଫ୍ଲାଟ୍ ୨୭,୫୩୪.୮୫ବର୍ଗଫୁଟ ବିଶିଷ୍ଟ…

ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି

ନୂଆଦିଲ୍ଲୀ ୨୫/୧୦: ବାଜି ମାରିନେଲା ରାଜସ୍ଥାନ ରୟାଲ୍ସ। କେବଳ ୨ ଓ୍ବିକେଟ୍‌ ବିନିମୟରେ ଲକ୍ଷ୍ୟ ହାସଲ କରି ମୁମ୍ବାଇ ଇଣ୍ଡିଆନ୍ସକୁ ମାତ ଦେଇଛି ରାଜସ୍ଥାନ। ୧୮.୨ ଓଭରରେ ୧୯୬ ରନ୍‌ର ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ବେନ୍‌ ଷ୍ଟୋକ୍ସଙ୍କ ଦମଦାର ଶତକ  ରାଜସ୍ଥାନକୁ ଜିତିବାରେ ମାଇଲେଜ୍‌ ଦେଇଛି। ୧୪ଟି ଚୌକା ଓ ୩ ଛକା ମାରି ୧୦୭ ରନ୍‌ କରିଛନ୍ତି ଷ୍ଟୋକ୍ସ। ସେପଟେ ସଞ୍ଜୁ ସାମସନ ୩୧ ବଲ୍‌ରୁ ୫୪ ରନ୍ କରିଥିବା ବେଳେ ନଟଆଉଟ୍‌ ରହିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ୧୯୫ ରନ୍‌ର ବଡ଼ ସ୍କୋର କରିଥିଲେ ହେଁ ରାଜସ୍ଥାନ ଏହାକୁ ଫିକା ପକାଇ ଦେଇଛି । ୫ ଓ୍ବିକେଟ ବିନିମୟରେ ଏମଆଇ ୨୦ ଓଭରରେ ୧୯୫ ରନ୍‌ କରିଥିଲା । ୧୯୬ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ରାଜସ୍ଥାନ ରୟାଲ୍ସ । ଆଇପିଏଲ୍‌ ୨୦୨୦ର…

କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଆପଣ ପାରିବାରିକ କ୍ଷେତ୍ରରେ ଭୁଲ୍ ନିଷ୍ପତ୍ତି ନେଇ ପରେ ଅନୁତାପ କରିବେ । ଅବଶ୍ୟ ସାମାନ୍ୟ ବିଳମ୍ବିତ ସମୟରେ ଚେଷ୍ଟା କରୁଥିବା ଦିଗରୁ ଧନ ପାଇ ଖୁସି ହୋଇପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ । ବୃଷ – ଆଦୌ ଆଶା କରି ନ ଥିବା କୌଣସି ଜିନିଷ କିମ୍ବା ଖବର ପାଇ ଅତ୍ୟନ୍ତ ଖୁସୀ ହୋଇଯିବେ । ହାତକୁ ନେଇଥିବା ଅସମୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବାରେ କଠୋର ଶ୍ରମ କରିବାକୁ ପଡିପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ । ମିଥୁନ – ଆଜିର ଯାତ୍ରା ସମୟରେ କୌଣସି ଅପରିଚିତଙ୍କ କଥାକୁ ବିଶ୍ୱାସ କରି ହଇରାଣରେ ପଡିଯାଇ ପାରନ୍ତି । ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିପାରନ୍ତି । ଶୁଭ ରଙ୍ଗ ଧୂସର…

କରୋନା ଭୟାବହତା ନେଇ ବୈଜ୍ଞାନିକଙ୍କ ଚେତାବନୀ

ନୂଆଦିଲ୍ଲୀ ୨୫/୧୦: ବିଶ୍ବ ଅର୍ଥନୀତିକୁ ପୁଣିଥରେ ଗତି ଦେବା ପାଇଁ ନିବେଶକ ନିଜର ଅଭିଳାଷରେ ସାଲିସ୍‌ କରିବା ଆବଶ୍ୟକ। ଅର୍ଥନୀତିଜ୍ଞମାନେ ଆଗକୁ ଏକ ଦୀର୍ଘ ଏବଂ କଠିନ ରାସ୍ତା ଯିବାକୁ ପଡ଼ିବ ବୋଲି ଚେତାବନୀ ଦେଇଥିବା ବେଳେ କରୋନା ଭାଇରସ୍ ଟିକା ଉପରେ ନିବେଶକମାନେ ସେମାନଙ୍କର ଅଭିଳାଷକୁ ହ୍ରାସ କରିବା ଆବଶ୍ୟକ। ଔଷଧ କମ୍ପାନୀଗୁଡିକ ରୋଗର ଉପଶମ ଖୋଜିବା ପାଇଁ ଅଗ୍ରଗତି କରୁଥିବାବେଳେ ଟିକାଗୁଡ଼ିକର ପ୍ରଥମ ପର୍ଯ୍ୟାୟ କେତେ ପ୍ରଭାବଶାଳୀ ହେବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଶ୍ନ ଉଠିବା ସ୍ବାଭାବିକ୍‌ ଯେ, ୭ ବିଲିୟନ୍‌ରୁ ଅଧିକ ଲୋକଙ୍କୁ ଟିକା ବିତରଣ କରିବା କେତେ ସହଜ ହୋଇପାରିବ । ତାପରେ କେତେ ଲୋକ ଟିକା ପାଇଁ ରାଜି ହେବେ । ବିଶ୍ବ ଅଭିବୃଦ୍ଧିର ଭବିଷ୍ୟତ ସେହି ପ୍ରଶ୍ନଗୁଡିକର ଉତ୍ତର ଉପରେ ନିର୍ଭର କରେ କାରଣ ମହାମାରୀର ଏକ…

ଓଡିଶାରୁ ଫେରୁଛି ମୌସୁମୀ

ଭୁବନେଶ୍ୱର ୨୬।୧୦: ଫେରୁଛି ମୌସୁମୀ। ୨୪ ଘଣ୍ଟା ମଧ୍ୟରେ  ଭିତରେ ଓଡିଶାରୁ ଫେରିଯିବ ମୌସୁମୀ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ଭାରି ବର୍ଷାର ସତର୍କ ସୂଚନା ନାହିଁ। ମତ୍ସ୍ୟଜୀବୀ ଓ କୃଷି ମାନଙ୍କ ପାଇଁ ମଧ୍ୟ କେନ୍ଦ୍ର ପକ୍ଷରୁ କୌଣସି ୱାର୍ଣ୍ଣିଂ ଜାରି ହୋଇନାହିଁ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସଂପୂର୍ଣ୍ଣ ଉତ୍ତର ଆରବ ସାଗର ଅଂଚଳ, ଝାଡଖଣ୍ଡ, ଛତିଶଗଡ, ମଧ୍ୟ ପ୍ରଦେଶ ଓ ଗୁଜରାଟ ରାଜ୍ୟର ବଳକା ସ୍ଥାନରୁ ମୌସୁମୀ ବାୟୁ ବାହୁଡିବା ନେଇ ପାଗ ଅନୁକୁଳ ରହିଛି । ଏହାସହ କେନ୍ଦ୍ରୀୟ ଆରବ ସାଗର, ଉତ୍ତର ମହାରାଷ୍ଟ୍ର, ଏବଂ ଓଡିଶାର ପଶ୍ଚିମ ଓ ଉତ୍ତର ଓଡିଶାରୁ ପ୍ରତ୍ୟାବର୍ତ୍ତନ ନେଇ ପାଗ ଅନୂକୁଳ ରହିଛି ବୋଲି  ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି କୃଷି ପାଣିପାଗ ବିଶାରଦ…

ମା’ଙ୍କ ଦର୍ଶନ ନପାଇ ଭକ୍ତ ନିରାଶ

ଭୁବନେଶ୍ୱର ୨୬।୧୦: ଆଜି ପବିତ୍ର ଦଶହରା । ଅଧର୍ମ ଉପରେ ଧର୍ମ ଓ ପାପ ଉପରେ ପୁଣ୍ୟ ଅର୍ଜନର ଦିବସ ବିଜୟାଦଶମୀ । ଘଣ୍ଟଘଣ୍ଟା, ଶଙ୍ଖ ଓ ମନ୍ତ୍ରପାଠ ଧ୍ବନୀରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ ।  କରୋନା କଟକଣା ଭିତରେ ଚାଲିଛି ଜଗତଜନନୀ ମାଆ ଦୁର୍ଗାଙ୍କ ଆରାଧନା । ବିଜୟା ଦଶମୀରେ ଅପରାଜିତା ବେଶରେ ମାଙ୍କୁ ଦର୍ଶନ କଲେ ପୂଣ୍ୟ ପ୍ରାପ୍ତି ହୁଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ବାସ ରହିଛି । ପାରମ୍ପରିକ ରୀତିନୀତିରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ମାଙ୍କ ଟିକେ ଦର୍ଶନ ପାଇଁ ଭକ୍ତ ମନ ବ୍ୟାକୁଳ । ଆବଦ୍ଧ ମଣ୍ଡପରେ ଦଶଭୂଜାଙ୍କ ପୂଜା ଚାଲିଛି । ତେବେ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିଥିବା କାରଣରୁ ଶ୍ରଦ୍ଧାଳୁ ମାନେ ମାଆଙ୍କୁ ବାହାରୁ ଦର୍ଶନ କରୁଥିବା ଦେଖିବାକୁ ମିଳିଛି । ପ୍ରତି ବର୍ଷ ପରି…

2+2 ବୈଠକକୁ ନେଇ ଚୀନ୍‌ର ଚିନ୍ତା, କହିଲା ମହାଶକ୍ତିରେ ରୂପାନ୍ତରିତ ହେଉଛି ଭାରତ

ବେଜିଂ ୨୫।୧୦: ଭାରତ ଓ ଆମେରିକା ମଧ୍ୟରେ ମଙ୍ଗଳବାର ଦିଲ୍ଲୀରେ ହେବାକୁ ଯାଉଥିବା ବୈଠକ ଚୀନ୍‌ର ନିଦ ହଜେଇ ଦେଇଛି।  ଟୁ ପ୍ଲସ୍ ଟୁ ବୈଠକର ଉଦ୍ଦେଶ୍ୟ ଅନୁସନ୍ଧାନ କରି ଭାରତର ଜାତୀୟ ସାମର୍ଥ୍ୟ ବୃଦ୍ଧି ହେଉଥିବା ସହ ଅନ୍ତର୍ଜାତୀୟ ସ୍ତରରେ ସ୍ଥିତି ମଜଭୁତ  କରୁଥିବା ଚୀନ୍‌ କହିଛି। ତେବେ ଆମେରିକାର ସାମର୍ଥ୍ୟ ହ୍ରାସରେ ଉତ୍ଥାନମୁଖୀ ଭାରତ ଲାଭବାନ ହେବା ନିଶ୍ଚିତ ବୋଲି ମଧ୍ୟ କହିଛି। ଚୀନ୍‌ ସରକାରୀ ମୁଖପତ୍ର ଗ୍ଲୋବାଲ ଟାଇମ୍ସ ଟୁ ପ୍ଲସ୍ ଟୁ ବୈଠକକୁ ନେଇ ଏକ ସ୍ତମ୍ବ ପ୍ରକାଶିତ କରିଛି। ଯେଉଁଥିରେ ବୈଠକର ସମ୍ଭାବିତ ବେସିକ୍ ଏକ୍ସଚେଞ୍ଜ ଏଣ୍ଡ କୋ-ଅପରେସନ ଏଗ୍ରିମେଣ୍ଟ(ବିଇସିଏ)କୁ ନେଇ ତଥ୍ୟମୂଳକ ବିଶ୍ଲେଷଣ କରାଯାଇଛି। ଫୁଦାନ ୟୁନିଭର୍ସିଟିରେ ସାଉଥ ଏସିୟାନ ଷ୍ଟଡିଜ  ଡାଇରେକ୍ଟର ଓ ଆମେରିକା ଷ୍ଟଡିଜ୍ ସେଣ୍ଟରର ପ୍ରଫେସର ଝାଙ୍ଗଜିଆ ଡୋଙ୍ଗ ଆମେରିକା ଓ ଭାରତ ମଧ୍ୟରେ…