କମାଲ୍‌ ଦେଖାଇଲେ ପାଣ୍ଡ୍ୟା, ରାଜସ୍ଥାନକୁ ୧୯୬ ରନ୍‌ର ବିଜୟ ଲକ୍ଷ୍ୟ

ନୂଆଦିଲ୍ଲୀ ୨୫/୧୦: କମାଲ ଦେଖାଇଲେ ହାର୍ଦ୍ଦିକ ପାଣ୍ଡ୍ୟା। ପାଣ୍ଡ୍ୟାଙ୍କ ୬୦ରନ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ୧୯୫ ରନ୍‌ର ବଡ଼ ସ୍କୋର କରିବାକୁ ଖୋରାକ ଯୋଗାଇଛି। ୫ ଓ୍ବିକେଟ ବିନିମୟରେ ଏମଆଇ ୨୦ ଓଭରରେ ୧୯୫ ରନ୍‌ କରିଛି। ୧୯୬ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଛି ରାଜସ୍ଥାନ ରୟାଲ୍ସ।

ଆଇପିଏଲ୍‌ ୨୦୨୦ର ୪୫ ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମୁକାବିଲା ହେଉଛି। ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ମୁମ୍ବାଇ ୧୯୫ ରନ୍‌ କରିଛି। କେବଳ ୭ ରନ୍‌ରେ କ୍ବିଣ୍ଟନ ଡିକକ୍‌ଙ୍କୁ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ମୁମ୍ବାଇ।

ପରେ ଇଶାନ କିଶନ ୩୭ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ। ସେତେବେଳକୁ ଦଳୀୟ ସ୍କୋର ଥିଲା ୯୦। ପରେପରେ ସୂର୍ଯ୍ୟକୁମାର ଯାଦବ, ପୋଲାର୍ଡ, ସୌରଭ ତିଓ୍ବାରୀ ପାଭିଲିୟନ୍‌ ଫେରିଥିଲେ। କିନ୍ତୁ ପାଣ୍ଡ୍ୟାଙ୍କ ରୋମଞ୍ଚକର ବ୍ୟାଟିଂ ଦଳକୁ ଏକ ବିଶାଳ ରନ୍‌ ଛିଡ଼ା କରିବାରେ ମାଇଲେଜ୍‌ ଦେଇଥିଲା।

ସେପଟେ ରାଜସ୍ଥାନର ବୋଲର ଜୋଫ୍ରା ଆର୍ଚର ଓ ଶ୍ରେୟଶ ଗୋପାଳ ଦୁଇଟି ଲେଖାଁଏ ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ କାର୍ତ୍ତିକ ତ୍ୟାଗି ଗୋଟିଏ ଓ୍ବିକେଟ୍‌ ନେଇଥିଲେ।

Related posts

Leave a Comment