କରୋନା ଭୟାବହତା ନେଇ ବୈଜ୍ଞାନିକଙ୍କ ଚେତାବନୀ

ନୂଆଦିଲ୍ଲୀ ୨୫/୧୦: ବିଶ୍ବ ଅର୍ଥନୀତିକୁ ପୁଣିଥରେ ଗତି ଦେବା ପାଇଁ ନିବେଶକ ନିଜର ଅଭିଳାଷରେ ସାଲିସ୍‌ କରିବା ଆବଶ୍ୟକ। ଅର୍ଥନୀତିଜ୍ଞମାନେ ଆଗକୁ ଏକ ଦୀର୍ଘ ଏବଂ କଠିନ ରାସ୍ତା ଯିବାକୁ ପଡ଼ିବ ବୋଲି ଚେତାବନୀ ଦେଇଥିବା ବେଳେ କରୋନା ଭାଇରସ୍ ଟିକା ଉପରେ ନିବେଶକମାନେ ସେମାନଙ୍କର ଅଭିଳାଷକୁ ହ୍ରାସ କରିବା ଆବଶ୍ୟକ।

ଔଷଧ କମ୍ପାନୀଗୁଡିକ ରୋଗର ଉପଶମ ଖୋଜିବା ପାଇଁ ଅଗ୍ରଗତି କରୁଥିବାବେଳେ ଟିକାଗୁଡ଼ିକର ପ୍ରଥମ ପର୍ଯ୍ୟାୟ କେତେ ପ୍ରଭାବଶାଳୀ ହେବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଶ୍ନ ଉଠିବା ସ୍ବାଭାବିକ୍‌ ଯେ, ୭ ବିଲିୟନ୍‌ରୁ ଅଧିକ ଲୋକଙ୍କୁ ଟିକା ବିତରଣ କରିବା କେତେ ସହଜ ହୋଇପାରିବ । ତାପରେ କେତେ ଲୋକ ଟିକା ପାଇଁ ରାଜି ହେବେ । ବିଶ୍ବ ଅଭିବୃଦ୍ଧିର ଭବିଷ୍ୟତ ସେହି ପ୍ରଶ୍ନଗୁଡିକର ଉତ୍ତର ଉପରେ ନିର୍ଭର କରେ କାରଣ ମହାମାରୀର ଏକ ନୂତନ ତରଙ୍ଗ ଅର୍ଥାତ ସ୍ୱାସ୍ଥ୍ୟ ଭୟ ଏବଂ ସରକାରୀ ପ୍ରତିବନ୍ଧକ ଦୈନନ୍ଦିନ ଜୀବନ ଏବଂ ବାଣିଜ୍ୟକୁ ପ୍ରତିହତ କରିବାରେ ଲାଗିଛି । ୬୬୦ ବିଲିୟନ ଡଲାରରୁ ଅଧିକ ପରିଚାଳନା କରୁଥିବା ମନୁଲିଫ ଇନଭେଷ୍ଟମେଣ୍ଟର ପୋର୍ଟଫୋଲିଓ ମ୍ୟାନେଜର କ୍ରିସ ଚାପମାନ କୁହନ୍ତି ଯେ ଯେତେବେଳେ ଏକ ସଫଳ ରୋଗ ପ୍ରତିରୋଧ ବ୍ୟବସ୍ଥା ଆସେ, ଏହା ତତକ୍ଷଣାତ୍ ପ୍ରତିକାର ପନ୍ଥା ହୋଇପାରେ  ନାହିଁ। ପ୍ରକୃତରେ ପ୍ରି-କୋଭିଡ୍ କିମ୍ବା ଟ୍ରେଣ୍ଡ ଅଭିବୃଦ୍ଧିରେ ଫେରିବା ଏକ ବର୍ଷରୁ ଅଧିକ ସମୟ ନେଇପାରେ ବୋଲି ଚାପମାନ କହିଛନ୍ତି।

ପୁନରୁଦ୍ଧାର ସମୟ ବିଳମ୍ବ ହେବ, କିନ୍ତୁ ଆସନ୍ତା ବର୍ଷ କୌଣସି ସମୟରେ ଟିକା ଆସିବାର ଆଶା ରହିଛି। ଦଶନ୍ଧି ଧରି ବିଶ୍ବ ଅର୍ଥନୀତି କେନ୍ଦ୍ରୀୟ ବ୍ୟାଙ୍କର ଏବଂ ଅର୍ଥମନ୍ତ୍ରୀଙ୍କ ଉପରେ ନିର୍ଭର କରି ସଙ୍କଟରୁ ବର୍ତ୍ତି ପାରିଲା। ଏହି ଆଧାରରେ ଯଦି ଆପଣ ଏକ ଅର୍ଥନୀତିରେ ସଠିକ୍ ପରିମାଣର ଟଙ୍କା ଲଗାଇପାରନ୍ତି ତେବେ ଶେଷରେ ଧିରେଧିରେ ଏହାର ପୁନରୁଦ୍ଧାର ହେବ । ଏହି ସମୟ ଅଲଗା, କାରଣ ଏବେ ନିବେଶକମାନେ ବୈଜ୍ଞାନିକଙ୍କ ଟିକା ତଥ୍ୟ ଏବଂ ଚିକିତ୍ସା ପରୀକ୍ଷଣର ତଥ୍ୟକୁ ଆଶା ସଙ୍କେତ ଭଳି ଦେଖୁଛନ୍ତି, ଠିକ୍‌ ଯେମିତି ସେମାନେ ୱାଶିଂଟନ୍, ବେଜିଂ କିମ୍ବା ୟୁରୋପୀୟ ରାଜଧାନୀ ଯୋଜନା ଉପରେ ଧ୍ୟାନ ଦିଅନ୍ତି । ଏକ ପ୍ରଭାବଶାଳୀ ଟିକା ପାଇଁ ସଂଘର୍ଷ ଯେତେ ଅଧିକ ସମୟ ଧରି ଚାଲିବ, ସେତିକି ଦୁର୍ବଳ ଅର୍ତନୀତିକ ବିସ୍ତାର ହେବ।

ବିଶ୍ବାସ କରାଯାଏ ନିକଟ ଭବିଷ୍ୟତରେ ବିଜ୍ଞାନ ପ୍ରମୁଖ ସଫଳତା ଆଣିପାରେ । ଯଦି ଜନସଂଖ୍ୟାର କେବଳ ଅଳ୍ପ ଅଂଶ ଯେପରିକି ସ୍ୱାସ୍ଥ୍ୟ କର୍ମୀ ଏବଂ ସବୁଠାରୁ ଅସୁରକ୍ଷିତ ଲୋକଙ୍କ  ଉପରେ ଏହାର ପ୍ରାୟୋଗିକ ସଫଳତା ମିଳେ , ତେବେ ଏହା ଦୈନନ୍ଦିନ ଜୀବନର ପୁନଃ କାର୍ଯ୍ୟକ୍ଷମ କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଆଣିପାରେ । Pfizer Inc. କହିଛି ଯେ ଜର୍ମାନ ସହଯୋଗୀ BioNTech SE ସହିତ ଏହାର ଟିକା ପାଇଁ ନଭେମ୍ବର ଶେଷ ସୁଦ୍ଧା ଏହା ଆମେରିକାରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଆଶା କରିବ। ଦୌଡ଼ରେ ଥିବା  ଆଗଧାଡ଼ିର ମଡର୍ନା ମଧ୍ୟ ଯଦି ଆସନ୍ତା ମାସରେ ଏହାର ମଧ୍ୟବର୍ତ୍ତୀକାଳୀନ ଫଳାଫଳ ଭଲ ହୁଏ ତେବେ ଚଳିତ ବର୍ଷ ଜରୁରୀକାଳୀନ ଅନୁମୋଦନ ମିଳିବାର ସମ୍ଭାବନା ରହିଛି ବୋଲି ଜଣାପଡ଼ିଛି।

ଇମ୍ପେରିଆଲ୍ କଲେଜ୍ ଲଣ୍ଡନର ଏପିଡେମୋଲୋଜିଷ୍ଟ୍ ତଥା ୟୁ.କେ ସରକାରଙ୍କ ପୂର୍ବତନ କୋଭିଡ୍ -19 ପରାମର୍ଶଦାତା ନୀଲ ଫର୍ଗୁସନ୍ କହିଛନ୍ତି ଯେ, ବସନ୍ତ ଶେଷ ସୁଦ୍ଧା ସବୁଠାରୁ ଅସୁରକ୍ଷିତ ଗୋଷ୍ଠୀର ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଟିକା ଉପଲବ୍ଧ ହେବ। ଅନ୍ତତଃ ପକ୍ଷେ, ସାମାଜ ଗତିଶୀଳ ହେବା ସହ ଭୂତାଣୁକୁ ନିୟନ୍ତ୍ରଣରେ ରଖିବା ମଧ୍ୟରେ ଏକ ସନ୍ତୁଳିତ କାର୍ଯ୍ୟ ହୋଇ ରହିବ।

ପ୍ରଭାବଶାଳୀ ଚିକିତ୍ସା ଅର୍ଥନୀତି ପୁନରୁଦ୍ଧାରରେ ସାହାଯ୍ୟ କରିବ ସତ କିନ୍ତୁ ଏଥିରେ ଏକ ମିଶ୍ରିତ ଚିତ୍ର ଦେଖିବାକୁ ମିଳେ । ନିକଟରେ ରେମିଡିସାଭିର୍‌ ଭୂତାଣୁ ଚିକିତ୍ସାରେ ବିଫଳ ସାବ୍ୟସ୍ତ ହୋଇଛି। ଯାହା ନିରାଶଜନକ ଫଳ ଦେଇଛି। ସେପଟେ ଗିଲିୟଡ୍କୁ କରୋନା ଚିକିତ୍ସାରେ ରାମବାଣ ବୋଲି କହିଥିଲେ ଟ୍ରମ୍ପ। କିନ୍ତୁ ଏହା ନୈରାଶଜନକ ଫଳ ଦେଇଥିବା ଜଣାପଡ଼ିଛି। କିନ୍ତୁ ଏହାକୁ ଚିକତ୍ସାରେ ବ୍ୟବହାର କରିବାକୁ ଅନୁମତି ମିଳିଛି। ଷ୍ଟେରଏଡ୍ ଡେକ୍ସାମେଥାସୋନ୍ ହେଉଛି ଅନ୍ୟ ଏକ ଚିକିତ୍ସା ମଧ୍ୟରୁ ଏକ ଅର୍ଥପୂର୍ଣ୍ଣ ଲାଭ, ଏବଂ ଏହା ଅତି ଭୟଙ୍କର ଲକ୍ଷଣ ଥିବା ଲୋକଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଜଣାପଡ଼ିଛି ।

ଯଦିଓ ଏକ ପ୍ରଭାବଶାଳୀ ଟିକା ଆବିଷ୍କୃତ ହୁଏ, ତେବେ ବିତରଣ ବ୍ୟାଘାତ ସୃଷ୍ଟି ହେବା ସ୍ବାଭାବିକ।  ପ୍ରଥମ ପର୍ଯ୍ୟାୟରେ କେବଳ ଏକ ଅଳ୍ପ ଜନସଂଖ୍ୟା ଏହି ଟିକା ପାଇପାରିବେ। ଏ ସମସ୍ତ ଫ୍ୟାକ୍ଟର ବି ବିଶ୍ବ ଅଭିବୃଦ୍ଧିରେ ବାଧକ ସାଜିବ। ଏହି ସପ୍ତାହରେ ଯୁକ୍ତରାଷ୍ଟ୍ର ଏବଂ ୟୁରୋ-କ୍ଷେତ୍ରର ତଥ୍ୟ ଦର୍ଶାଉଛି ତୃତୀୟ କ୍ବାର୍ଟରରେ ଭଲଭାବେ ବୃଦ୍ଧି ପାଇଲା ଏବଂ କରୋନା ଭୟର ପ୍ରଭାବ ତା ଉପରେ ପଡ଼ିଲା ନାହିଁ। ବହୁ ପୂର୍ବରୁ ଯଦିଓ ଭି ଆକୃତିର ପୁନରୁଦ୍ଧାର ବିଷୟରେ ଆଲୋଚନା ହେଉଛି, କିନ୍ତୁ ଉତ୍ତର ଗୋଲାର୍ଦ୍ଧରେ ଶୀତ ପାଖେଇ ଆସୁଛି ଏବଂ ଏହା ସହିତ ଭୂତାଣୁ ସହଜରେ ବିସ୍ତାର ହେବାର ଆଶଙ୍କା ରହିଛି। ବ୍ଲୁମବର୍ଗ ଇକୋନୋମିକ୍ସର ଉଚ୍ଚ-ଫ୍ରିକ୍ୱେନ୍ସି ତଥ୍ୟ କହୁଛି ଅକ୍ଟୋବରରେ ଶିଳ୍ପ କାର୍ଯ୍ୟକଳାପରେ ବହୁ ଅବନତି ଆସିଛି। ଆଉ ଏହାର ବିଶେଷ ପ୍ରବାଭ ୟୁରୋପର ଦେଶଗୁଡ଼ିକ ଉପରେ ପଡ଼ିଛି।

ମହାମାରୀର ଚାପ ପଡ଼ିସାରିଛି। ସେଥିମଧ୍ୟରୁ ଚାକିରୀ ହରାଇବା, ଅତ୍ୟଧିକ ଋଣ, କର୍ପୋରେଟ୍ ଦେବାଳିଆ, ଭୁଲ ପୁଞ୍ଜି ବିନିଯୋଗ, ଡିଗ୍ଲୋବାଲାଇଜେସନ୍, ମାନସିକ ସ୍ବାସ୍ଥ୍ୟ ବିଗିଡ଼ିବା ଏବଂ ଅସମାନତା ବୃଦ୍ଧି ମହାମାରୀ ଚାପକୁ ଦର୍ଶାଉଛି। ଏପରିକି ଦୁନିଆର ଯେଉଁ ଅଞ୍ଚଳରେ କରୋନା ମହାମାରୀ ପ୍ରଭାବ ଅଧିକ ରହିଛି ସେହି ସବୁ ସ୍ଥାନରେ, ଗ୍ରାହକମାନେ ସଚେତନ ରହିଛନ୍ତି । ଚାଇନାର ଖୁଚୁରା ବିକ୍ରୟ ତ୍ୱରାନ୍ୱିତ ହେବାରେ ଲାଗିଛି ।

ଫ୍ଲୁ ପରି କରୋନାଭାଇରସ୍ ନିୟମିତ ରହିବାର ଉଚ୍ଚ ସମ୍ଭାବନା ଅଛି। ଅର୍ଥାତ୍ ଲଣ୍ଡନ ସ୍କୁଲ୍ ଅଫ୍ ହାଇଜିନ୍‌ର ସଂକ୍ରାମକ ରୋଗ ମଡେଲିଂର ପ୍ରଫେସର ଗ୍ରାହାମ୍ ମେଡଲି ଚେତାବନୀ ଦେଇ କହିଛନ୍ତି ଯେ ଏହା ଫ୍ଲୁ ପରି ନିୟମିତ ପରିଲକ୍ଷିତ ହୋଇପାରେ। ଗ୍ରାହାମ୍ ମେଡଲି ଟ୍ରପିକାଲ୍ ମେଡିସିନ୍, ଏବଂ ବ୍ରିଟେନ ସରକାରଙ୍କ କୋଭିଡ୍ -19 ପରାମର୍ଶଦାତା ପ୍ୟାନେଲର ସଦସ୍ୟ ମଧ୍ୟ ଅଛନ୍ତି । ସେ ଆହୁରି କହିଛନ୍ତି, “ଯଦି ଦ୍ୱିତୀୟ ଏବଂ ତୃତୀୟ ସଂକ୍ରମଣ ପ୍ରଥମ ସଂକ୍ରମଣ ପରି ସଂକ୍ରାମକ ହୁଏ ତେବେ ପ୍ରାଥମିକ ପର୍ଯ୍ୟାୟର ଟିକା ପ୍ରଭାବଶାଳୀ ହେବ ନାହିଁ। ତେବେ ୨୦୨୨ ପର୍ଯ୍ୟନ୍ତ କରୋନା ଭାଇରସ୍‌ ସାଧରଣ ଜୀବନ ଯାତ୍ରା ସହ ଜଡ଼ିତ ହୋଇ ରହିବ ବୋଲି ଗ୍ରାହାମ୍ ମେଡଲି କହିଛନ୍ତି।

Related posts

Leave a Comment