କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଆପଣ ପାରିବାରିକ କ୍ଷେତ୍ରରେ ଭୁଲ୍ ନିଷ୍ପତ୍ତି ନେଇ ପରେ ଅନୁତାପ କରିବେ । ଅବଶ୍ୟ ସାମାନ୍ୟ ବିଳମ୍ବିତ ସମୟରେ ଚେଷ୍ଟା କରୁଥିବା ଦିଗରୁ ଧନ ପାଇ ଖୁସି ହୋଇପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।

ବୃଷ – ଆଦୌ ଆଶା କରି ନ ଥିବା କୌଣସି ଜିନିଷ କିମ୍ବା ଖବର ପାଇ ଅତ୍ୟନ୍ତ ଖୁସୀ ହୋଇଯିବେ । ହାତକୁ ନେଇଥିବା ଅସମୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବାରେ କଠୋର ଶ୍ରମ କରିବାକୁ ପଡିପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

ମିଥୁନ – ଆଜିର ଯାତ୍ରା ସମୟରେ କୌଣସି ଅପରିଚିତଙ୍କ କଥାକୁ ବିଶ୍ୱାସ କରି ହଇରାଣରେ ପଡିଯାଇ ପାରନ୍ତି । ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିପାରନ୍ତି । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୬ ।

କର୍କଟ – ଚେଷ୍ଟା କରୁଥିବା କାର୍ଯ୍ୟ ସାଧନାରେ ନିଜର ଲୋକମାନଙ୍କ ତରଫରୁ ସହ-ଯୋଗ ପାଇବେ । ହଠାତ୍ କିଛି ଦିନ ସକାଶେ ଅଟକି ରହିଯାଇପାରେ ।  ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।

ସିଂହ – କର୍ମକ୍ଷେତ୍ରରେ ଅଟକି ରହିଥିବା କାମଗୁଡିକ ଆଜି ହିଁ ଶେଷ କରିବାକୁ ମନସ୍ଥ କରି ସଫଳତା ହାସଲ କରିପାରିବେ ।  ଶୁଭ ଅଙ୍କ ନାରଙ୍ଗୀ । ଶୁଭ ଅଙ୍କ ୪ ।

କନ୍ୟା – କର୍ମ କ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ । ପରିବାରର ଖର୍ଚ୍ଚଭାର ଯୋଗୁଁ ଚିନ୍ତା ପ୍ରକଟ କରିବେ କିନ୍ତୁ କୌଣସି ଉପାୟ ପାଇବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୨ ।

ତୁଳା – ଆପଣ ଅନ୍ୟମାନଙ୍କ ସକାଶେ ଯେତିକି ସହଜ ଓ ସୁବିଧାରେ କାମଟି ସମ୍ପନ୍ନ କରିପାରିବେ ନିଜ ପାଇଁ ସେତିକି କରିପାରିବେ ନାହିଁ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

ବିଛା – କର୍ମବ୍ୟସ୍ତତା ମଧ୍ୟରେ ଦିନସାରା ଟେନ୍ସନ ଲାଗି ରହିବା କାରଣରୁ ମାନସିକ ସ୍ଥିତି ଠିକ୍ ରହିବ ନାହିଁ । ଆଧ୍ୟାତ୍ମିକ ଭାବଧାରାରେ ଉଦ୍ ବୁଦ୍ଧି ହୋଇପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।

ଧନୁ – ପାରିବାରିକ କଳହ, କଚେରି ମାମଲାରେ ଟେନ୍ସନ ଓ କର୍ମକ୍ଷେତ୍ରରେ ଅସ୍ଥିରତା ମାନସିକ ଅଶାନ୍ତିର କାରଣ ହୋଇପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

ମକର – ଶାରୀରିକ ଅସୁସ୍ଥତା ଓ ଅଭାବବୋଧ ପ୍ରଭୃତି ବିଭିନ୍ନ ପ୍ରକାର ଦୁଶ୍ଚିନ୍ତାରେ ମନ ଭାରାକ୍ରାନ୍ତ ରହିବ । ହଜି ଯାଇଥିବା ଜିନିଷ ପାଇଁ ବ୍ୟସ୍ତତା ବଢିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।

କୁମ୍ଭ  – ଆଜି ଅନୁକୂଳ ବାତାବରଣ ମଧ୍ୟରେ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ । ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।

ମୀନ – ଆଜି ପରିବାର କଥାନେଇ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରି ସମାଧାନରେ ଉପନୀତ ହୋଇପାରନ୍ତି । ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

Related posts

Leave a Comment