ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି

ନୂଆଦିଲ୍ଲୀ ୨୫/୧୦: ବାଜି ମାରିନେଲା ରାଜସ୍ଥାନ ରୟାଲ୍ସ। କେବଳ ୨ ଓ୍ବିକେଟ୍‌ ବିନିମୟରେ ଲକ୍ଷ୍ୟ ହାସଲ କରି ମୁମ୍ବାଇ ଇଣ୍ଡିଆନ୍ସକୁ ମାତ ଦେଇଛି ରାଜସ୍ଥାନ। ୧୮.୨ ଓଭରରେ ୧୯୬ ରନ୍‌ର ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ବେନ୍‌ ଷ୍ଟୋକ୍ସଙ୍କ ଦମଦାର ଶତକ  ରାଜସ୍ଥାନକୁ ଜିତିବାରେ ମାଇଲେଜ୍‌ ଦେଇଛି। ୧୪ଟି ଚୌକା ଓ ୩ ଛକା ମାରି ୧୦୭ ରନ୍‌ କରିଛନ୍ତି ଷ୍ଟୋକ୍ସ। ସେପଟେ ସଞ୍ଜୁ ସାମସନ ୩୧ ବଲ୍‌ରୁ ୫୪ ରନ୍ କରିଥିବା ବେଳେ ନଟଆଉଟ୍‌ ରହିଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସ ୧୯୫ ରନ୍‌ର ବଡ଼ ସ୍କୋର କରିଥିଲେ ହେଁ ରାଜସ୍ଥାନ ଏହାକୁ ଫିକା ପକାଇ ଦେଇଛି । ୫ ଓ୍ବିକେଟ ବିନିମୟରେ ଏମଆଇ ୨୦ ଓଭରରେ ୧୯୫ ରନ୍‌ କରିଥିଲା । ୧୯୬ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ରାଜସ୍ଥାନ ରୟାଲ୍ସ ।

ଆଇପିଏଲ୍‌ ୨୦୨୦ର ୪୫ ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମୁକାବିଲା ହେଉଥିଲା । ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ମୁମ୍ବାଇ ୧୯୫ ରନ୍‌ କରିଥିଲା । କେବଳ ୭ ରନ୍‌ରେ କ୍ବିଣ୍ଟନ ଡିକକ୍‌ଙ୍କୁ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ମୁମ୍ବାଇ।

ପରେ ଇଶାନ କିଶନ ୩୭ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ। ସେତେବେଳକୁ ଦଳୀୟ ସ୍କୋର ଥିଲା ୯୦। ପରେପରେ ସୂର୍ଯ୍ୟକୁମାର ଯାଦବ, ପୋଲାର୍ଡ, ସୌରଭ ତିଓ୍ବାରୀ ପାଭିଲିୟନ୍‌ ଫେରିଥିଲେ। ପାଣ୍ଡ୍ୟାଙ୍କ ରୋମଞ୍ଚକର ବ୍ୟାଟିଂ ଦଳକୁ ଏକ ବିଶାଳ ରନ୍‌ ଛିଡ଼ା କରିବାରେ ମାଇଲେଜ୍‌ ଦେଇଥିଲା। କିନ୍ତୁ ପଣ୍ଡ୍ୟାଙ୍କ ଦମଦାର ବ୍ୟାଟିଂ ବେକାର ଯାଇଥିବା ବେଳେ ମ୍ୟାଚ୍‌ ନିଜ ନାଁରେ କରିନେଇଛି ରାଜସ୍ଥାନ ରୟାଲ୍ସ।

 

Related posts

Leave a Comment