ସାଥି ଖେଳାଳିଙ୍କୁ ଧୋନୀଙ୍କ ଭାବବିହ୍ୱଳ ବାର୍ତ୍ତା

ଦୁବାଇ, ୨୬।୧୦:  ଆଇପିଏଲର ଚଳିତ ସିଜିନରେ ପ୍ଲେ ଅଫରୁ ପ୍ରାୟତଃ ବାଦ୍ ପଡିଛି ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ୍ । ତେବେ ରବିବାର ଧୋନୀ ନିଜ ଖେଳାଳିଙ୍କୁ ବାକି ଥିବା ସମୟର ଆନନ୍ଦ ଉଠାଇବା ପାଇଁ କହିଛନ୍ତି ।

ଧୋନୀ କହିଛନ୍ତି ଯେ, ଶେଷ ୧୨ ଘଣ୍ଟାର ଆନନ୍ଦ ଉଠାଇବା ଆବଶ୍ୟକ । କାରଣ କେକେଆର କିଙ୍ଗସ୍ ଏକାଦଶ ପଞ୍ଜାବ ବିପକ୍ଷରେ ଜିତିଲେ ସିଏସକେର ଯାତ୍ରା ଶେଷ ହେବ । କେକେଆର ୧୨ ପଏଣ୍ଟ ପାଇଛି । ଆଜିର ମ୍ୟାଚ୍ ଜିତିଲେ ଦଳର ପଏଣ୍ଟ ୧୪ ହୋଇୟିବ । ମୁମ୍ବାଇ, ଦିଲ୍ଲୀ ଓ ବେଙ୍ଗାଲୁରୁର ୧୪ ପଏଣ୍ଟ ଅଛି । ଚେନ୍ନାଇ ଆଗାମୀ ଦୁଇଟି ମ୍ୟାଚ୍ ଜିତିଲେ ମଧ୍ୟ ୧୨ ଅଙ୍କ ହିଁ ଲାଭ ପାଇବ ।

ଧୋନୀ କହିଛନ୍ତି ଯେ, ଭଲ ପ୍ରଦର୍ଶନ କରି ପାରିନଥିବାରୁ ଦୁଃଖ ରହିଛି । ଟୁର୍ଣ୍ଣାମେଣ୍ଟରେ ଚେନ୍ନାଇ ପାଇଁ ଶେଷ ୧୨ ଘଣ୍ଟା ବାକି ଅଛି । ଏହାର ପୁରା ମଜା ନେବା ଆବଶ୍ୟକ । ଅଙ୍କ ତାଲିକାରେ ଦଳ କେଉଁଠି ଅଛି ତାହା ଫରକ ପକାଏ ନାହିଁ । ଯଦି ମଜା ନନିଆଯାଏ ତେବେ ଅଧିକ କଷ୍ଟ ଲାଗିବ । ସେ ଯୁବ ଖେଳାଳିଙ୍କ ପ୍ରଦର୍ଶନରେ ଖୁସି ଥିବା କହିଛନ୍ତି । ଆରସିବି ବିପକ୍ଷରେ ଦଳ ଯେପରି ପ୍ରଦର୍ଶନ କଲା ପୁରା ସିଜିନରେ ସେପରି ପ୍ରଦର୍ଶନ କରିବା ଉଚିତ ଥିଲା ।

ଧୋନୀ ଆହୁରି କହିଛନ୍ତି ଯେ, ଆରସିବି ବିପକ୍ଷରେ ଦଳର ପରଫେକ୍ଟ ପ୍ରଦର୍ଶନ ଥିଲା । ସମସ୍ତେ ରଣନୀତି ସହ ଖେଳିଥିଲେ । ଆରସିବିକୁ କମ୍ ସ୍କୋରରେ ଅଟକ ରଖାଯାଇଥିଲା । ସ୍ପିନର ଇମରାନ ତାହିର ଓ ମିଶେଲ ସେଣ୍ଟନରଙ୍କ ବ୍ୟତୀତ ଋତୁରାଜ ଗାୟକଓ୍ୱାଡଙ୍କୁ ଧୋନୀ ପ୍ରଶଂସା କରିଛନ୍ତି ।

Related posts

Leave a Comment