ଫେଲ୍ ମାରିଲେ ଦିଲ୍ଲୀ ବ୍ୟାଟସମ୍ୟାନ୍

ଦୁବାଇ, ୨୭|୧୦:  ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ହାଇଦ୍ରାବାଦ ୮୮ ରନରେ ବିଜୟୀ ହୋଇଛି । ୨୨୦ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଦିଲ୍ଲୀ ନିର୍ଧାରିତ ୧୯ ଓଭରରେ ୧୩୧ ରନରେ ଅଲଆଉଟ ହୋଇଯାଇଥିଲା । ଏହି ବିଜୟ ସହ ହାଇଦ୍ରାବାଦର ପ୍ଲେଅଫ ଖେଳିବା ଆଶା ଉଜ୍ଜୀବିତ ରହିଛି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦକୁ ଦୁଇ ଓପନର ଡେଭିଡ୍ ଓ୍ଵାର୍ଣ୍ଣର ଓ ଋଦ୍ଧିମାନ ଶାହା ଦମଦାର ଆରମ୍ଭ ଦେଇଥିଲେ। ଉଭୟ ବ୍ୟାଟସମ୍ୟାନ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରି ଦିଲ୍ଲୀ ବୋଲରଙ୍କ ଉପରେ ପ୍ରହାର କରିଥିଲେ। ପ୍ରଥମ ଓ୍ଵିକେଟ୍‌ରେ ଶତକୀୟ ଭାଗିଦାରୀ ଯୋଡି ଦଳ ପାଇଁ ବିଶାଳ ରନ ସ୍କୋରର ମୂଳଦୁଆ ପକାଇଥିଲେ। ଡେଭିଡ୍ ଓ୍ଵାର୍ଣ୍ଣର ଆଇପିଏଲରେ ୪୬ତମ ଅର୍ଦ୍ଧଶତକ ହାସଲ କରିଥିଲେ। ରବି ଚନ୍ଦ୍ରନ ଅଶ୍ଵିନ ଓ୍ଵାର୍ଣ୍ଣରଙ୍କୁ ଆଉଟ୍ କରି ଦଳକୁ ପ୍ରଥମ ସଫଳତା ଦେଇଥିଲେ। ଓ୍ଵାର୍ଣ୍ଣର ୩୪ ବଲରୁ ୮ ଚୌକା ଓ ୨ ଛକା ବଳରେ ୬୬ ରନ କରି ପାଭିଲିୟନ ଫେରିଥିଲେ। ଓ୍ଵାର୍ଣ୍ଣର ଓ ଶାହା ୯.୪ ଓଭରରେ  ୧୦୭ ରନ ଯୋଡିଥିଲେ।

ଅନ୍ୟପଟେ ଋଦ୍ଧିମାନ ଶାହା ବିସ୍ଫୋରକ ବ୍ୟାଟିଂ ଜାରି ରଖି ଷଷ୍ଠ ଆଇପିଏଲ ଅର୍ଦ୍ଧଶତକ  ହାସଲ କରିଥିଲେ। ଶାହା ଓ ପାଣ୍ଡେ ଦ୍ରୁତ ବ୍ୟାଟିଂ କରି ଦଳର ରନଗତି ବଜାୟ ରଖିଥିଲେ। ବିଶେଷ କରି ଶାହା ଆଜି ବେଶ୍ ଆକ୍ରାମକ ବ୍ୟାଟିଂ କରିଥିଲେ। ସେ ପାଣ୍ଡେଙ୍କ ସହିତ ଦ୍ଵିତୀୟ ଓ୍ଵିକେଟ୍‌ରେ ୬୩ ରନ ଯୋଡିଥିଲେ। ଶାହାଙ୍କୁ ଆଉଟ୍ କରି ଅନରିଚ୍ ନୋର୍ତ୍ତଜେ ଦିଲ୍ଲୀକୁ ଦ୍ଵିତୀୟ ସଫଳତା ଦେଇଥିଲେ। ଶାହା ୪୫ ବଲରୁ ୧୨ ଚୌକା ଓ ୨୩ ଛକା ସହ ୮୭ ରନ କରିଥିଲେ। ହେଲେ ଶେଷ ଆଡକୁ ଦଳର ରନଗତି ଧିମେଇ ଯାଇଥିଲା। ଦଳ ନିର୍ଦ୍ଧାରିତ ଓଭରରେ ୨ ଓ୍ଵିକେଟ୍ ହରାଇ ୨୧୯ ରନ କରିଛି। ମନିଷ ପାଣ୍ଡେ ୩୧ ବଲରୁ ୪ ଚୌକା ଓ ୧ ଛକା ସହ ୪୪ ରନ ଏବଂ କେନ ଓ୍ଵିଲିୟମସନ ୧୧ ରନ କରି ଅପରାଜିତ ଥିଲେ।

ତେବେ ଦିଲ୍ଲୀର ବ୍ୟାଟସମ୍ୟାନ ହାଇଦ୍ରାବାଦ ବୋଲରଙ୍କ ସାମ୍ନା କରିପାରି ନଥିଲେ । ଫଳରେ ଦଳ ୧୯ ଓଭରରେ ୧୩୧ ରନରେ ଅଲଆଉଟ୍ ହୋଇଯାଇଥିଲା । ଦିଲ୍ଲୀ ପକ୍ଷରୁ ଋଶଭ ପନ୍ତ ସର୍ବାଧିକ ୩୬ ରନ୍ କରିଥିବା ବେଳେ ଆଜିଙ୍କ୍ୟ ରାହାଣେ ୨୬ ରନ୍ କରିଥିଲେ ।

ହାଇଦ୍ରାବାଦ ପକ୍ଷରୁ ରସିଦ ଖାନ ସର୍ବାଧିକ ୩ଟି ଓ୍ୱିକେଟ୍ ନେଇଥିବା ବେଳେ ଟି ନଟରାଜନ ଓ ସନ୍ଦିପ ଶର୍ମା ଦୁଇଟି ଓ୍ୱିକେଟ୍ ନେଇଥିଲେ ।

Related posts

Leave a Comment