ଥମୁନି ଫିଲ୍ମ ‘ଲକ୍ଷ୍ମୀ ବମ୍‌ବ’ର ବିବାଦ

ନୂଆଦିଲ୍ଲୀ ୨୯/୧୦: ଥମୁନି ଫିଲ୍ମ ‘ଲକ୍ଷ୍ମୀ ବମ୍‌ବ’କୁ ନେଇ ବିବାଦ। ଅକ୍ଷୟ କୁମାର ଓ କିୟାରା ଆଡଭାନୀଙ୍କ ଅଭିନୀତ ଏ ଫିଲ୍ମର ଟ୍ରେଲର ଲଞ୍ଚ ହେବା ପରଠାରୁ କ୍ରମାଗତ ବିବାଦ ଘେରରେ ରହିଛି। ଲଭ୍‌ ଜିହାଦକୁ ଫିଲ୍ମ ଅଗ୍ରାଧିକାର ଦେଇଥିବା ଅଭିଯୋଗ ହୋଇଛି। ଏହା ସହ ସୋସିଆଲ ମିଡିଆରେ ଫିଲ୍ମକୁ ବଏକଟ କରିବା ନେଇ ଦାବି ଚାଲିଛି। ଫିଲ୍ମର ବିଷୟବସ୍ତୁ ପାଇଁ ହିନ୍ଦୁଙ୍କୁ ଆଘାତ ପହଞ୍ଚିଛି। ଏ କାରଣରୁ ଫିଲ୍ମ ଉପରେ କଟକଣା ଲାଗୁ କରାଯିବା ଦରକାର ଦାବି ହେଉଛି। ଏବେ ଫିଲ୍ମ ନିର୍ମାତା ଶ୍ରୀ ରାଜପୁତଙ୍କୁ କରଣୀ ସେନା ନୋଟିସ ପଠାଇଛି। ଯେଉଁଥିରେ ଫିଲ୍ମର ନାଁ ବଦଳାଇବା ନେଇ ଦାବି କରାଯାଇଛି।

କରଣୀ ସେନା ପକ୍ଷରୁ କୁହାଯାଇଛି ଯେ ଜାଣିଶୁଣି ଫିଲ୍ମକୁ ମା’ ଲକ୍ଷ୍ମୀଙ୍କ ନାଁରେ ରଖାଯାଇଛି। ଯାହାକି ଅତ୍ୟନ୍ତ ଅପମାନଜନକ ଓ ଏହା ଦ୍ବାରା ହିନ୍ଦୁ ସମ୍ପ୍ରଦାୟ ମର୍ମାହତ ହୋଇଛନ୍ତି। କରଣୀ ସେନା ପକ୍ଷରୁ ଓକିଲ ରାଘବେନ୍ଦ୍ର ମେହରୋତ୍ରା ଏ ନୋଟିସ୍ ପଠାଇଛନ୍ତି। ଏ​ବେ ଏହାର ପ୍ରଭାବ ଫିଲ୍ମ ଉପରେ ପଡ଼ିଥିବା ଶୁଣାଯାଉଛି। କାରଣ ଫିଲ୍ମର ନାଁ ପରିବର୍ତନ ହେବ ବୋଲି ଆଲୋଚନା ହେଉଛି।

ତେବେ​ ଏହା ହେଉଛି ସେହି କରଣୀ ସେନା ଯିଏ କି ପୂର୍ବରୁ ସଞ୍ଜୟ ଲୀଳା ଭଂସାଲିଙ୍କ ‘ପଦ୍ମାବତ’ ଫିଲ୍ମର ବିରୋଧ କରିଥିଲେ। ଫିଲ୍ମ ରିଲିଜ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରିଥିଲେ। ଯାହା ପରେ ନିର୍ମାତା ଫିଲ୍ମର ନାଁ ବଦଳାଇ ‘ପଦ୍ମାବତୀ’ରୁ ‘ପଦ୍ମାବତ’ ରଖିଲେ। ଅନ୍ୟପଟେ କରଣୀ ସେନା ପୂର୍ବରୁ ହିନ୍ଦୁ ସେନା ସଂଗଠନ ଫିଲ୍ମର ନାଁ ବଦଳାଇବା ଦାବି କରିଥିଲା। ସେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କୁ ଏନେଇ ଚିଠି ଲେଖିଥିଲେ। ହିନ୍ଦୁ ସେନା ଅନୁସାରେ ଫିଲ୍ମର ନାଁ ହିନ୍ଦୁ ଦେବୀଙ୍କ ନାଁରେ ଥିବାରୁ ଏହା ଧାର୍ମିକ ଭାବନାକୁ କୁଠାରଘାତ କରୁଛି

Related posts

Leave a Comment