ନଭେମ୍ବରରେ ଉପଲବ୍ଧ ହେବ ସ୍ବଦେଶୀ ଗେମ୍ ଆପ୍‌ FAU-G

ନୂଆଦିଲ୍ଲୀ ୨୯/୧୦: ସ୍ବଦେଶୀ ଗେମ୍ ଫୌ-ଜିକୁ ଦୀର୍ଘ ସମୟ ହେବ ସମସ୍ତେ ଅପକ୍ଷୋ କରି ରହିଛନ୍ତି। ଏବେ ଅପେକ୍ଷାର ଅନ୍ତଃ ଘଟିବାକୁ ଯାଉଛି। ବେଙ୍ଗାଲୁରୁ ସ୍ଥିତ ଏନକୋର ଗେମ୍ ଫୌଜି ଗେମ୍ ନଭେମ୍ବରରେ ଲଞ୍ଚ କରିବ। ତେବେ ଏହାକୁ ପବଜି ଗେମର ବିକଳ୍ପ ଭାବେ ହିଁ ଲଞ୍ଚ କରାଯିବ।

ଭାରତରେ ପବଜି ମୋବାଇଲ ଗେମ୍ ବ୍ୟାନ୍ ହେବା ପରେ ଏନକୋର ଗେମ୍ ଏହି ଖେଳର ଘୋଷଣା କରିଥିଲା। କୁହାଯାଉଥିଲା ଅକ୍ଟୋବରରେ ଲଞ୍ଚ ହୋଇଥାନ୍ତା ମାତ୍ର ଏବେ ନଭେମ୍ବରରେ ଲଞ୍ଚ ହେବ। ଫୌ-ଜି ଗେମର ଉଦ୍ଦେଶ୍ୟ ଦେଶରେ ଚୀନ ବିରୋଧୀ ଭାବନା ଓ ଦେଶଭକ୍ତିକୁ ଅଗ୍ରାଧାକାର ଦେବା। ଗେମର ପ୍ରଥମ ପର୍ଯ୍ୟାୟରେ ଗଲଓ୍ବାନ ଘାଟି ଦେଖାଯିବ ଯେଉଁଥିରେ ଭାରତୀୟ ସେନା ଓ ଚୀନ ସେନା ମଧ୍ୟରେ ଯୁଦ୍ଧ ଦେଖିବାକୁ ମିଳିବ।

ଏନକୋର୍ ଗେମ୍ ଟ୍ବିଟ କରି ଏହାର ଲଞ୍ଚ ବାବଦରେ ଜଣାଇଛି। ଏହା ସହ ଟିଜର ମଧ୍ୟ ପୋଷ୍ଟ କରିଛି। ବଲିଉଡ ଅଭିନେତା ଅକ୍ଷୟ କୁମାର ରବିବାର ଏହି ଟିଜରକୁ ନିଜ ସୋସିଆଲ ଆକାଉଣ୍ଟରେ ସେୟାର କରିଥିଲେ। ଟିଜରରେ ଗେମ୍‌ର ଫାଷ୍ଟ୍ ଲେବଲକୁ ଦେଖାଯାଇଛି। ଫୌ-ଜି ଗେମର ରାଜସ୍ବର ୨୦ ପ୍ରତିଶତ ଅଂଶ ସରକାରଙ୍କ ଫଣ୍ଡ ‘ଭାରତ କେ ବୀର’କୁ ଦାନ କରାଯିବ।

ତେବେ ଏବେ ଦେଖିବାକୁ ବାକି ରହିଲା କ’ଣ ଲୋକେ  ଏହି ସ୍ବଦେଶୀ ଗେମକୁ ପସନ୍ଦ କରିବେ। ପବଜି ଭଳି କ୍ରେଜ କ’ଣ ସେମାନଙ୍କ ପାଖରେ ଦେଖିବାକୁ ମିଳିବ?

Related posts

Leave a Comment