ନାଗିନ୍ ଫେମ୍ ନିୟା ଶର୍ମାଙ୍କ କାର୍‌ରୁ ଚୋରି ହେଲା ହ୍ୟାଣ୍ଡବ୍ୟାଗ୍

ନୂଆଦିଲ୍ଲୀ ୨୯/୧୦: ବୁଧବାର ନାଗିନ୍ ୪ ଫେମ୍ ଅଭିନେତ୍ରୀ ନିଆ ଶର୍ମାଙ୍କ ହ୍ୟାଣ୍ଡବ୍ୟାଗ୍ ତାଙ୍କ କାର୍‌ରୁ ଚୋରି ହୋଇଯାଇଛି। ଏହି ଘଟଣା ମୁମ୍ବାଇର ଲୋଅର ପରେଲ୍ ଅଞ୍ଚଳରେ ଘଟିଛି। ନିଆ ଘଟଣା ପରେ ମୁମ୍ବାଇ ପୋଲିସକୁ ଟ୍ବିଟର ଜରିଆରେ ସାହାଯ୍ୟ ମାଗିଛନ୍ତି। ଏହା ପରେ ନିଆଙ୍କୁ ତୁରନ୍ତ ଉତ୍ତର ମିଳିଥିଲା।

ନିୟା ଟ୍ବିଟରରେ ନିଜ ହ୍ୟାଣ୍ଡବ୍ୟାଗର ଫଟୋ ସେୟାର କରି ଲେଖିଥିଲେ ଯେ ମୁମ୍ବାଇ ପୋଲିସ୍ କେହି ତାଙ୍କ ହ୍ୟାଣ୍ଡବ୍ୟାଗ୍ ତାଙ୍କ କାରରୁ ଉଠାଇ ନେଇଛି। ଲୋଅର ପରେଲର ସେନାପତି ବାପତ ମାର୍ଗ ସିଗନାଲରେ ଏହି ଘଟଣା ଘଟିଛି। ଯେକୌଣସି ସାହାଯ୍ୟ ତାଙ୍କ ପାଇଁ ବହୁତ ମୂଲ୍ୟ ରଖିଥାଏ। ନିଆ ଅଭିଯୋଗ କରିବାରୁ ତୁରନ୍ତ ମୁମ୍ବାଇ ପୋଲିସ୍ ତରଫରୁ ଜବାବ ଆସିଥିଲା। ଯେଉଁଥିରେ ଲେଖା ଥିଲା ‘ଆମେ ଆପଣଙ୍କୁ ଫଲୋ କରୁଛୁ। ଆପଣଙ୍କୁ ରିକ୍ବେଷ୍ଟ କରୁଛୁ ଯେ ନିଜ ନମ୍ବର ଆମକୁ ଇନବକ୍ସ କରନ୍ତୁ। ଡିଟେଲ୍ସ ପାଇଁ ଆମେ ଆପଣଙ୍କୁ ଖୁବ୍ ଶୀଘ୍ର ଫୋନ୍ କରିବୁ।’

ମୁମ୍ବାଇ ପୋଲିସ୍ ତରଫରୁ ମିଳିଥିବା ଜବାବରେ ଖୁସି ହୋଇ ନିଆ ଶର୍ମା ତାଙ୍କ ଧନ୍ୟବାଦ କରି ଲେଖିଛନ୍ତି ଯେ- ଏତେ ଶୀଘ୍ର ଉତ୍ତର ଦେଇଥିବାରୁ ଧନ୍ୟବାଦ। ଏହା ପୂର୍ବରୁ ମଧ୍ୟ ଅନେକ ସେଲିବ୍ରିଟି ସୋସିଆଲ ମିଡିଆରେ ମୁମ୍ବାଇ ପୋଲିସକୁ ନିଜ ସହ ହୋଇଥିବା ଅତ୍ୟାଚାରର ଘଟଣା ସେୟାର କରିଛନ୍ତି। ଏଥିରେ ମୁମ୍ବାଇ ପୋଲିସ୍ ଜୋରସୋରରେ ଆକ୍ସନ୍ ନେଇଛି।

Related posts

Leave a Comment