ଇମ୍ରାନ ସରକାରଙ୍କ ଦାବି, ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନକୁ ଛାଡିବା ପାଇଁ ପାକିସ୍ତାନ ଉପରେ କୌଣସି ଚାପ ନ ଥିଲା

ନୂଆଦିଲ୍ଲୀ ୩/୧୦: ଭାରତ କାଳେ ଆକ୍ରମଣ କରିବ ସେ ଭୟରେ ପାକିସ୍ତାନ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ଛାଡିଥିଲା। ଏ କଥା ଗୁରୁବାର ପାକିସ୍ତାନ ସାଂସଦ ଅୟାଜ ସାଦିକ କହିଥିଲେ। ତେବେ ତାଙ୍କର ଏ ବୟାନ ପରେ ପାକସ୍ତାନୀ ବିଦେଶ କାର୍ଯ୍ୟାଳୟ ସଫେଇ ଦେବାରେ ଲାଗିଛି।

ପାକିସ୍ତାନର ଇମ୍ରାନ ସରକାର ଦାବି କରିଛନ୍ତି ଯେ ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦଙ୍କୁ ଛାଡିବା​‌ରେ ତାଙ୍କ ଦେଶ ଉପରେ କୌଣସି ଚାପ ନ ଥିଲା। ପାକିସ୍ତାନ ସରକାର ଏ ନିଷ୍ପତ୍ତି ଦେଶରେ ଶାନ୍ତିକୁ ଦୃଷ୍ଟିରେ ରଖି କରିଥିଲେ। କେବଳ ଏତିକି ନୁହେଁ ତାଙ୍କର ଏ ନିଷ୍ପତ୍ତିକୁ ଅନ୍ତର୍ଜାତୀୟ ସମୁଦାୟ ସ୍ବାଗତ କରିଥିଲେ।

ସୂଚନାଯୋଗ୍ୟ ପାକିସ୍ତାନର ନ୍ୟାସନାଲ ଆସେମବଲିର ଏକ ଭାଷଣରେ ପାକିସ୍ତାନ ମୁସଲିମ ଲିଗ-ଏନ୍ (ପିଏମଏଲ-ଏନ)ର ନେତା ଅୟାଜ ସାଦିକ କହିଥିଲେ ଆର୍ମି ଷ୍ଟାଫର ମୁଖିଆ ଯେତେବେଳେ ଆସିଲେ ତାଙ୍କ ଗୋଡ ହାତ ଥରୁଥିଲା ଓ ମୁଣ୍ଡରୁ ଝାଳ ବୋହୁ ଥିଲା। ବିଦେଶ ମନ୍ତ୍ରୀ ଏସଏମ କୁରୈସୀ ଅଭିନନ୍ଦନଙ୍କୁ ଛାଡିବା ପାଇଁ ଅନୁରୋଧ କରିଥିଲେ। କାରଣ ରାତି ୯ଟାରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବ। ଅୟାଜ କହିଛନ୍ତି ଭାରତ ଆକ୍ରମଣ କରି ନ ଥାନ୍ତା। କେବଳ ଅଭିନନ୍ଦନଙ୍କୁ ଛାଡିବା ଥିଲା ସେମାନଙ୍କର ଉଦ୍ଦେଶ୍ୟ।

ଗତବର୍ଷ ଭାରତ ବାଲାକୋଟରେ ଆତଙ୍କବାଦୀ ଶିବିରରେ ଷ୍ଟାଇକ୍ କରିଥିଲା ଯାହା ପରେ ପାକିସ୍ତାନ ଫାଇଟର ଜେଟକୁ ଭାରତକୁ ଆକ୍ରମଣ ପାଇଁ ପଠାଇଲା। ଏହାର ଜବାବରେ ଅଭିନନ୍ଦନ ମିଗ୍-୨୧ରେ ଉଡାଣ ଭରିଥିଲେ। ଏହା ପରେ ଅଭିନନ୍ଦଙ୍କ ବିମାନ କ୍ରାସ ହୋଇଥିଲା ଓ ସେ ଯାଇ ପିଓକେରେ ପହଞ୍ଚିଲେ। ସେଠାରୁ ତାଙ୍କୁ ପାକିସ୍ତାନ ସୈନ କାବୁ କରିଥିଲେ। ଏହା ପରେ ପାକିସ୍ତାନ ଅଭିନନ୍ଦନଙ୍କୁ ୨୦୧୯ ମାର୍ଚ ୧ରେ ଭାରତ ଫେରାଇଥିଲା।

Related posts

Leave a Comment