ନୂଆଦିଲ୍ଲୀ ୩୦/୧୦: ଗାଜିଆବାଦରୁ ଅତ୍ୟନ୍ତ ଦୟନୀୟ ତଥା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗାଜିଆବାଦ ଖୋଡାରେ ରହୁଥିବା ଜଣେ ଅଟୋଚାଳକ ତା’ ଚାରି ବର୍ଷ ଝିଅକୁ ହତ୍ୟା କରିଛି। ଏହା ସହ ଝିଅର ମୃତ ଦେହକୁ ଧରି ଅଟୋରେ ବୁଲିଛି। ଘଟଣା ବାବଦରେ ଅଭିଯୁକ୍ତର ଭାଇ ନୋଏଡା ପୋଲିସକୁ ସୂଚନା ଦେଇଥିଲା। ଯାହା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।
ପୋଲିସ୍ ପଚରାଉଚରାରେ ଅଭିଯୁକ୍ତ କହିଛି ୨୦ ଦିନ ତଳେ ତାସ୍ତ୍ରୀ ତିନିବର୍ଷ ପୁଅକୁ ଧରି ଘର ଛାଡି ଚାଲିଯାଇଛି। ଗୁରୁବାର ଦିପହରରେ ତାଙ୍କ ଝିଅ କ୍ରମାଗତ ଭାଇ ଓ ମା’ଙ୍କୁ ମନେ ପକାଇ କାନ୍ଦିଲା। ଝିଅକୁ ଚୁପ୍ କରିବାକୁ ବହୁତ ଚେଷ୍ଟା କରିବା ପରେ ମଧ୍ୟ ସେ ଚୁପ୍ ହୋଇ ନ ଥିଲା। ସେଇଠୁ ସେ ରାଗରେ ତା’ ତଣ୍ଟି ଚାପି ହତ୍ୟା କରିଥିବା ସ୍ବୀକାର କରିଛି ଅଭିଯୁକ୍ତ ବାପା। ତା’ପରେ ଝିଅର ମୃତଦେହକୁ ଅଟୋରେ ୬ ଘଣ୍ଟା ଧରି ସ୍ତ୍ରୀକୁ ଖୋଜୁଥିବା କହିଛି।
ସୂଚନାଯୋଗ୍ୟ ସୁଲତାନପୁର ନିବାସୀ ବାସୁଦେବ ଗୁପ୍ତା ନେହରୁ ଗାର୍ଡେନ କଲୋନିର ରହେ। ଏହା ସହ ମାଲବାହୀ ଅଟୋ ଚଳାଏ। ଅଭିଯୁକ୍ତର ପତ୍ନୀ ଏକ ସ୍ପା ସେଣ୍ଟରରେ କାମ କରୁଥିଲା। ୨୦ ଦିନ ତଳେ ଅଭିଯୁକ୍ତ ସ୍ତ୍ରୀ ତିନିବର୍ଷ ପୁଅକୁ ଧରି କେଉଁଆଡେ ହଠାତ ଚାଲିଯାଇଛି। ପୋଲିସ ଏବେ ପିଲାଟିର ମୃତହେକୁ ଶବବ୍ୟବଚ୍ଛେଦ ପାଇଁ ପଠାଇଛି।