ସୁରଟର ମିଠା ଦୋକାନରେ ଚାନ୍ଦି ପାଦଭୋ ଉତ୍ସବ ପାଇଁ ଆସିଛି ସ୍ୱତନ୍ତ୍ର ମିଠେଇ

ରଟ,୧/୧୧:  ସୁରଟର ଏକ ମିଠା ଦୋକାନ ପକ୍ଷରୁ ନିଆରା ମିଠା ପ୍ରସ୍ତୁତ କରାଯାଇଛି । ଏହି ମିଠାର ନାଁ ରଖାଯାଇଛି ଗୋଲ୍ଡ ଗାରି । ଚାନ୍ଦି ପାଦଭୋ ପର୍ବକୁ ନଜରରେ ରଖି ଏହି ମିଠା ପ୍ରସ୍ତୁତ ହୋଇଛି । ଏହା ଶାରଦା ପୂର୍ଣ୍ଣିମାର ଗୋଟିଏ ଦିନ ପରେ ପଡିଥାଏ । ମିଠା ଦୋକାନର ମାଲିକ ରୋହନ କହିଛନ୍ତି ଯେ, ଏହି ମିଠାର ଦାମ୍ କିଲୋ ପିଛା ୯ ହଜାର ଟଙ୍କା । ତେବେ ସାଧାରଣ ଭାବେ ଘାରି ୬୬୦ରୁ ୮୨୦ ଟଙ୍କାରେ କିଲୋ ପିଛା ବିକ୍ରି ହୋଇଥାଏ । ଏହି ନୂଆ ଗୋଲ୍ଡ ଘାରି ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଅଟେ । ସେ ଆହୁରି କହିଛନ୍ତି ଯେ, ସୁନାକୁ ଆୟୁର୍ବେଦରେ ଅନେକ ଗୁରୁତ୍ୱ ଦିଆଯାଏ । ମିଠା ବଜାରକୁ ଆସିବାର ୩ ଦିନ ବିତି ଯାଇଛି ।…

TVS ସ୍କୁଟରରେ ମିଳୁଛି ଆକର୍ଷଣୀୟ ଅଫର୍ ସହ କ୍ୟାସବ୍ୟାକ୍

ନୂଆଦିଲ୍ଲୀ ୦୧/୧୧ : ପାର୍ବଣ ଋତୁରେ ଅନେକ ସାମଗ୍ରୀରେ କମ୍ପାନୀ ଅଫର ଦେଉଛି। ଟିଭିଏସ୍ କମ୍ପାନୀ ମଧ୍ୟ ସବୁଠାରୁ ଅଧିକ ବିକ୍ରି ହେଉଥିବା ସ୍କୁଟି TVS Jupiter ଉପରେ ଆକର୍ଷଣୀୟ ଅଫର ଦେଉଛି। କମ୍ପାନୀ ଏଥିରେ ଜିରୋ ଫାଇନାନ୍ସ ରୁ କ୍ୟାସବ୍ୟାକ ଯାଏଁ ଅଫର୍ ଦେଉଛି। ଏହି ଅଫର ଅନୁସାରେ ଆପଣ କୌଣସି ଡାଉନ୍ ପେମେଣ୍ଟ ନ ଦେଇ ଗାଡି କିଣିପାରିବେ। ଯଦି ଆପଣ ବ୍ୟାଙ୍କ ଅଫ ବରୋଦା କିମ୍ବା ଆଇସିଆଇସିଆଇ ବ୍ୟାଙ୍କ ଡେବିଟ୍ କାର୍ଡ କିମ୍ବା କ୍ରେଡିଟ କାର୍ଡରୁ ପେମେଣ୍ଟ କରିବେ ତାହେଲେ ୫ ପ୍ରତିଶତ କ୍ୟାସବ୍ୟାକ୍ ମଧ୍ୟ ମିଳିବ। ଏହି ଅଫରକୁ ଆହୁରି ଆକର୍ଷଣୀୟ କରିବାକୁ କମ୍ପାନୀ ଇଏମଆଇ ବିକଳ୍ପ ମଧ୍ୟ ଦେଇଛି। ଆପଣ ମାସକୁ ମାତ୍ର ୨୨୨୨ ଟଙ୍କା ଇଏମଆଇରେ ଗାଡି କିଣିପାରିବେ। ତାଛଡା କମ୍ପାନୀ ୪ ହାଜର ୫୦୦ ଟଙ୍କା ଯାଏଁ…

OTV ସିଏଫ୍‌ଓ ଗିରଫ

ଭୁବନେଶ୍ୱର ୦୧/୧୧ : ସାରୁଅ ଜମି କେଳାଙ୍କାରୀ ଅଭିଯୋଗରେ ଓଟିଭି ସିଏଫ୍‌ଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଗିରଫ କଲା କ୍ରାଇମ୍ ବ୍ରାଞ୍ଚ। କ୍ରାଇମ୍ ବ୍ରାଞ୍ଚ ତାଙ୍କୁ ପଚରାଉଚରା ପରେ ଗିରଫ କରିଥିବା ସୂଚନା ମିଳିଛି। କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ସୂଚନା ମିଳୁଛି।  ସାରୁଅ ଜମି କେଳେଙ୍କାରୀ ମାମଲାରେ ଷଡ଼ଙ୍ଗୀଙ୍କୁ ଆଜି କ୍ରାଇମ୍‌ବ୍ରାଞ୍ଚ ପଚରାଉଚାରା କରିଥିଲା। ସୂଚନା ଥାଉକି  ଓଟିଭି ମୁଖ୍ୟ ଆର୍ଥିକ ଅଧିକାରୀ ତଥା ସିଏଫ୍‌ଓ ଆଜି  ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ପଚରା ଉଚରା କରୁଥିଲା କ୍ରାଇମବ୍ରାଞ୍ଚ । ପୂର୍ବରୁ କ୍ରାଇମବ୍ରାଞ୍ଚରେ ହାଜର ହୋଇଥିଲେ ଓଟିଭି CFO ।  ଆଜି ତାଙ୍କୁ ପୁଣିଥରେ କ୍ରାଇମବ୍ରାଞ୍ଚ ପଚରାଉଚରା କରିଥିଲା। ଚଞ୍ଚକତା କରି ସାରୁଅଠାରେ ଜମି କିଣିଥିବା ନେଇ ଓଟିଭି ନାଁରେ ଅଭିଯୋଗ ଆସିଥିଲା ।  ଏହି ଜମି ଚାରିପଟେ ବେଆଇନ ଭାବରେ ପାଚେରୀ ବୁଲାଇ ସ୍ଥାନୀୟ ଲୋକଙ୍କ ବାଟ ବନ୍ଦ…

ମହେନ୍ଦ୍ର ସିଂହ ଧୋନୀଙ୍କ ଘୋଷଣା- ନେବେ ନାହିଁ ଆଇପିଏଲରୁ ଅବସର

ନୂଆଦିଲ୍ଲୀ ୦୧।୧୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)୨୦୨୦ରେ ଚେନ୍ନା ସୁପରକିଙ୍ଗ୍ସର ପ୍ରଦର୍ଶନ ବହୁତ ନୈରାଶ୍ୟଜନକ ରହିଛି। ଦଳ ଆଇପିଏଲ ଇତିହାସରେ ପ୍ରଥମ ଥର ପ୍ଲେଅଫ୍‌ରୁ ବଞ୍ଚିତ ହୋଇଛି। ଚେନ୍ନାଇ ସୁପରକିଙ୍ଗ୍ସର ଏମିତି  ବିଫଳତା ପରେ କଳ୍ପନାଜଳ୍ପନା ଚାଲିଥିଲା ଯେ, ଧୋନୀଙ୍କ ଏହା ଶେଷ ଆଇପିଏଲ ହୋଇପାରେ। ଏହା ମଧ୍ୟ କୁହାଯାଉଥିଲା ଯେ, ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରୁ ଅବସର ନେଇଥିବା ଧୋନୀ ଏବେ ଆଇପିଏଲରୁ ମଧ୍ୟ ସନ୍ନ୍ୟାସ ନେଇଯିବେ। ହେଲେ ଏମିତି ହେଉନାହିଁ। କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷ ସିଏସକେର ଶେଷ ଲିଗ୍‌ ମ୍ୟାଚ୍‌ରେ ଧୋନୀ ଆଇପିଏଲରେ ଖେଳ ଜାରି ରଖିବେ ବୋଲି ଘୋଷଣା କରିଛନ୍ତି ଏବଂ ବର୍ତ୍ତମାନ ତାଙ୍କର ଏହି ଫର୍ମାଟ୍‌ରୁ ଅବସର ନେବାର କୌଣସି ଉଦ୍ଦେଶ୍ୟ ନାହିଁ  ବୋଲି କହିଛନ୍ତି। ଏମଏସ ଧୋନୀ ଯେବେ ଆଇପିଏଲ ୨୦୨୦ରେ ଶେଷ ଥର ଟସ୍‌ ପାଇଁ ପଡିଆକୁ ଓହ୍ଲାଇଲେ ତେବେ ଭାଷ୍ୟକାର…

ବଡ ଦାଣ୍ଡରେ ବିଦେଶୀ ଭକ୍ତ

ପୁରୀ୧/୧୧: କାଳିଆର ଡ଼ୋରି ନ ଲାଗିଲେ ଶ୍ରୀକ୍ଷେତ୍ରରେ ପାଦ ପକାଇବା ଅସମ୍ଭବ। ଯିଏ ତାକୁ ଭକ୍ତିର ସହ ଡ଼ାକିଛି ସେ ଜୀବନରେ ସବୁକିଛି ପାଇଛି। ସେଥିପାଇଁ ତ ସିଏ ହେଉଛି ଅନ୍ତର୍ଯ୍ୟାମୀ ଆଉ ବ୍ରହ୍ମାଣ୍ତର ମାଲିକ। ଭକ୍ତର ଭାବନାକୁ କେମିତି ବୁଝାଯାଏ ସେ କଥା ତାକୁ ବେଶ ଭଲ ଭାବେ ଜଣା। ଏଭଳି ଏକ ଉଦାହରଣ ହେଉଛନ୍ତି ଋଷରୁ ଆସିଥିବା ଏହି ଦୁଇ ବିଦେଶୀ ଭକ୍ତ ତେଜସ୍ୱନୀ ଦେବଦାସୀ ଓ ଶକ୍ତିତତ୍ତ୍ୱ ଦାସ। ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ଼ ପାଖରେ ଠିଆ ହୋଇ ପତିତପାବନଙ୍କ ଦର୍ଶନ କରିବା ସହ ହାତରେ ହାରମନିୟମ ଓ ଗିନି ବଜାଇ ତୁଣ୍ତରେ ଜୟ ଜଗନ୍ନାଥ ନାମ ଉଚ୍ଚାରଣ କରୁଛନ୍ତି ଏହି ବିଦେଶୀ ଭକ୍ତ। କରୋନା ମହାମାରୀ ଯୋଗୁଁ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିବା ବେଳେ ଶ୍ରୀମନ୍ଦିର ଭିତରକୁ ବିଦେଶୀ ଭକ୍ତଙ୍କ…

‘କର ବା ମର’ ମୁକାବିଲାରେ ଚେନ୍ନାଇ ସମ୍ମୁଖରେ ୧୫୪ ରନର ବିଜୟ ଲକ୍ଷ୍ୟ ରଖିଲା ପଞ୍ଜାବ

ଆବୁଧାବି ୦୧।୧୧:  ଆଜି ଖେଳାଯାଇଥିବା ଆଇପିଏଲର ଏକ ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବ ନିଜର ଶେଷ ମ୍ୟାଚ୍‌ରେ ବଡ ସ୍କୋର କରିବାରେ ବିଫଳ ହୋଇଛି। ଦଳ କର ବା ମର ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗ୍ସ ସମ୍ମୁଖରେ ୧୫୪ ରନର ବିଜୟ ଲକ୍ଷ୍ୟ ରଖିଛି। ଦୀପକ ହୁଡ୍ଡା ଅପରାଜିତ ୬୨ ରନର ବିସ୍ଫୋରକ ଇନିଂସ ବଳରେ ପଞ୍ଜାବ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ପଞ୍ଜାବ ୧୫୩ ରନ କରିଛି। ଏହି ମ୍ୟାଚ୍ ଜିତିଲେ ହିଁ ଦଳର ପ୍ଲେଅଫ ଆଶା ଉଜ୍ଜୀବିତ ରହିବ। ଅନ୍ୟପଟେ ଚେନ୍ନାଇ ବିଜୟ ସହ ଚଳିତ ସଂସ୍କରଣରୁ ବିଦାୟ ନେବାକୁ ଚେଷ୍ଟା କରିବ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବର ଦୁଇ ଓପନର ଅଧିନାୟକ ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରଓ୍ଵାଲ ଦଳକୁ ଭଲ ଆରମ୍ଭ ଦେଇଥିଲେ। ଦୁଇ ଓପନର ଦ୍ରୁତ…

ଦୀପାବଳିରେ ମିଳିଥିବା ଉପହାର ପାଇଁ ଆପଣଙ୍କୁ ଦେବାକୁ ପଡିପାରେ ଟ୍ୟାକ୍ସ

ନୂଆଦିଲ୍ଲୀ ୦୧/୧୧ : ଦୀପାବଳି ଅବସରରେ ପରସ୍ପରକୁ ଉପହାର ଦେବାର ପରମ୍ପରା ରହିଛି। ଲୋକେ ନିଜ ବନ୍ଧୁ, ସମ୍ପର୍କୀୟଙ୍କୁ ଉପହାର ଦେଇଥାନ୍ତି। ବିଭିନ୍ନ ଘରୋଇ କମ୍ପାନୀ ମଧ୍ୟ ନିଜ କର୍ମଚାରୀଙ୍କୁ ଉପହାର ଦେଇଥାଏ। ନିଜ ବନ୍ଧୁ ସମ୍ପର୍କୀୟଙ୍କ ଠାରୁ ଉପହାର ପାଇ ସମସ୍ତେ ଖୁସି ହୋଇଥାନ୍ତି। ଗୁରୁତ୍ୱପୂର୍ଣ କଥା ହେଲା ଏହି ଉପହାର ଆୟକର ଶୁଳ୍କ ସୀମାରେ ରହିଥାଏ। ଆୟକର ଆଇନ ୧୯୬୧ ସେକ୍ସନ 56(2)(x) ଅନୁସାରେ କରଦାତାଙ୍କୁ ମିଳିଥିବା ଉପହାର ଉପରେ କର ଦେବାକୁ ପଡିଥାଏ। ଟ୍ୟାକ୍ସ ନିୟମ ଅନୁଯାୟୀ, ଗୋଟିଏ ବର୍ଷରେ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଉପହାର ମିଳିଲେ ଏଥିପାଇଁ ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡିଥାଏ। ଯଦି ବର୍ଷେ ଭିତରେ ଆପଣଙ୍କୁ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଉପହାର ମିଳିଥାଏ ତାହେଲେ ଏଥିପାଇଁ ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡିଥାଏ। ଏହି…

ମନୁସ୍ମୃତି ସମ୍ବନ୍ଧିତ ପ୍ରଶ୍ନକୁ ନେଇ ଭଡକିଲେ

ନୂଆଦିଲ୍ଲୀ,୧/୧୧:  ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ସୋ ‘କୌନ ବନେଗା କରୋଡପତି’ର ସିଜିନ ୧୨ ଫିକା ପଡି ଯାଇଛି । ଏପରିକି ଏହାକୁ ଲୋକ ଏତେ ଦେଖୁନଥିବା ବେଳେ ପସନ୍ଦ ମଧ୍ୟ କରୁ ନାହାଁନ୍ତି । ନିକଟରେ ଏହାର ଏକ ଏପିସୋଡକୁ ନେଇ ସୋସିଆଲ ମିଡିଆରେ ଏହି ସିରିଜକୁ ନେଇ ବ୍ୟାନ୍ କରାଯାଉ ବୋଲି କ୍ୟାମ୍ପେନ୍ ଆରମ୍ଭ ହୋଇଛି । କେବିସିର ଏକ ଏପିସୋଡରେ  ଅମିତାଭ ମନୁସ୍ମୃତିକୁ ନେଇ ପ୍ରଶ୍ନ ପଚାରିଥିଲେ । ପ୍ରଶ୍ନଟି ଥିଲା ଯେ, ଡିସେମ୍ବର ୨୫, ୧୯୨୭ରେ ଆମ୍ବେଦକର ଓ ତାଙ୍କ ସହଯୋଗୀମାନେ କାହାର କପି ଜାଳିଥିଲେ । ଏହାର ସମ୍ଭାବ୍ୟ ଉତ୍ତର ଥିଲା୧- ବିଷ୍ଣୁ ପୁରାଣ, ୨- ଭଗବତ ଗୀତା, ୩- ଋକବେଦ, ୪-ମନୁସ୍ମୃତି ଏହି ପ୍ରଶ୍ନକୁ ଅନେକ ସମାଲୋଚନା କରିଛନ୍ତି । ଏହା ବାମପନ୍ଥୀ ବିଚାରଧାରାକୁ ପ୍ରଦର୍ଶିତ କରୁଥିବା ଓ ହିନ୍ଦୁଙ୍କ…

ଯୁଦ୍ଧରେ ଆର୍ମେନିଆର ପକ୍ଷ ନେଲା ଋଷିଆ

ଅଙ୍କାରା : ଆର୍ମେନିଆ ଓ ଅଜରବୈଜାନ ମଧ୍ୟରେ ନାଗର୍ଣ୍ଣୋ କାରବାଖକୁ ନେଇ ଉପୁଜିଥିବା ଯୁଦ୍ଧ ଏବେ ଭୀଷଣ ରୂପେ ନେଇଛି। ମାମଲାରେ ଋଷିଆ ଆର୍ମେନିଆ ସପକ୍ଷରେ ଛିଡା ହେବା ପରିସ୍ଥିତିକୁ ବିପଦଜନକ କରିଛି। ଅଜରବୈଜାନକୁ ତୁର୍କି ଉସକାଉଥିବାରୁ ଆର୍ମେନିଆ ସହ ବାରମ୍ବାର ଯୁଦ୍ଧବିରାମା ଉଲ୍ଲଂଘନ ହେଉଛି। ଏଥିରେ ତୁର୍କି ବୈଦେଶିକ ମନ୍ତ୍ରୀ ମେଭଲୁତ କାବୁ ସୋଗ୍ଲି ରବିବାର ଅଜରବୈଜାନ ରାଜଧାନୀ ବାକୁରେ ପହଞ୍ଚିଛନ୍ତି। ଋଷିଆ ଯଦିଓ ଆର୍ମେନିଆ ସପକ୍ଷରେ ଯୁଦ୍ଧରେ ଛିଡା ହୋଇଛି ତେବେ ଉଭୟ ପକ୍ଷଙ୍କୁ ତୁରନ୍ତ ଉତ୍ତେଜନା ହ୍ରାସ ଓ ଦୁଇପକ୍ଷ ମଜଭୁତ ଆଲୋଚନା  କରନ୍ତୁ ବୋଲି ଆହ୍ୱାନ  ଦେଇଛି। ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲ ପସନିୟନ ଋଷିଆ ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ସହାୟତା ନିମନ୍ତେ ନିବେଦନ କରିଥିଲେ। ସେହି ଅନୁସାରେ ଋଷିଆ ଆର୍ମେନିଆ ସପକ୍ଷରେ ଛିଡା ହୋଇଛି। ଋଷିଆ ମୁଖପାତ୍ର ମାରିଆ ଜାଖାରୋଭା ଏକ ବିବୃତ୍ତିରେ…

ଭିକାରୀ ଆକାଉଣ୍ଟରେ ଦେଢ଼ କୋଟି ଟଙ୍କା, ୫ ଦୋକାନର ମାଲିକାଣୀ

ଭୁବନେଶ୍ବର ୦୧/୧୧: ଭିକ ମାଗି ଭିକାରୀ କୋଟିପତି !  କେହି କେହି ପରିସ୍ଥିତିରେ ପଡ଼ି ଭିକ ମାଗୁଥିବା ବେଳେ ଆଉ କେହି ଭିକକୁ ନିଜର ବୃତ୍ତି କରୁଛନ୍ତି। ଭିକ ମାଗି ଦିଓଳି ଖାଇବାକୁ କେହି ରାସ୍ତାକଡ଼ରେ ଛିଣ୍ଡା ପୋଷାକ ପିନ୍ଧି ମାଗୁଛି ତ ଆଉ କିଏ ଟ୍ରେନ୍‌, ବସ୍‌ରେ ମାଗୁଛି। କିନ୍ତୁ କିଛି ଲୋକ ଭିକ ମାଗି ବ୍ୟାଙ୍କ ଆକାଉଣ୍ଟ ଭର୍ତ୍ତି କରୁଥିବା ଶୁଣିଛନ୍ତି କି ? ଆସନ୍ତୁ ଜାଣିବା ସେମିତି ଜଣେ ଭିକାରୁଣୀକୁ। ଯିଏ ଭିକ ମାଗି ଦେଢ଼କୋଟି ଟଙ୍କା ରଖିଥିଲା। ଗଲ୍ଫ ନ୍ୟୁଜ୍‌ରେ ପ୍ରକାଶିତ ଏକ ଖବର ଅନୁସାରେ ୫୭ ବର୍ଷୀୟା ବୃଦ୍ଧା ହ୍ବିଲ୍‌ ଚେୟାରରେ ବସି ଭିକ ମାଗୁଥିଲା। ହ୍ବିଲ୍‌ ଚେୟାରରେ ବସୁଥିଲା ସତ କିନ୍ତୁ ସେ ଛୋଟା ନଥିଲା। ତେବେ ବୃଦ୍ଧା ଜଣକ ଇଜିପ୍ଟର ବୋଲି ଜଣାପଡ଼ିଛି। ଇଜିପ୍ଟର ବିଭିନ୍ନ ସହରରେ ଭିକ୍ଷାବୃତ୍ତି…